ଜାଣନ୍ତୁ, ନିର୍ବନ୍ଧ ପୂର୍ବରୁ କେଉଁମାନଙ୍କ ସହଥିଲା ପ୍ରିୟଙ୍କାଙ୍କ ଆଫାୟାର୍ସ୍‌? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 20, 2018

ଜାଣନ୍ତୁ, ନିର୍ବନ୍ଧ ପୂର୍ବରୁ କେଉଁମାନଙ୍କ ସହଥିଲା ପ୍ରିୟଙ୍କାଙ୍କ ଆଫାୟାର୍ସ୍‌?

priyaaa

ମୁମ୍ବାଇ: ବଲିଉଡ୍ ଦେଶୀ ଗାର୍ଲ୍‌ ପ୍ରିୟଙ୍କା ଚୋପ୍ରାଙ୍କ ସହ ତାଙ୍କ ବୟଫ୍ରେଣ୍ଡ୍‌ ନିକ୍‌ ଜୋନସଙ୍କ ନିର୍ବନ୍ଧ ଶନିବାର ଶେଷ ହୋଇଛି। ଦୁହେଁ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ମଧ୍ୟ ଜଣାପଡ଼ିଛି। ତେବେ ଦୀର୍ଘ ବର୍ଷ ଧରି ବଲିଉଡ୍‌ରେ ସକ୍ରିୟ ଥିବା ଚୁଲ୍‌ବୁଲି ପ୍ରିୟଙ୍କାଙ୍କ ଜୀବନରେ ନିକ୍‌ ପ୍ରଥମ ପୁରୁଷ ନୁହେଁ। ବି ଟାଉନ୍‌ର ସୂଚନା ଅନୁସାରେ, ବଲିଉଡ୍‌ର କିଛି ଦାମୀ ଅଭିନେତା ମଧ୍ୟପ୍ରିୟଙ୍କାଙ୍କ ଜୀବନ ପରିଧିକୁ ଆସିଥିଲେ।

ଏବେ ଆସନ୍ତୁ ଜାଣିବା, ପୂର୍ବରୁ କେଉଁମାନଙ୍କ ସହ ପ୍ରିୟଙ୍କା ଚୋପ୍ରାଙ୍କ ଆଫାୟାର୍ସ୍‌ ଥିଲା ?

akଅକ୍ଷୟ କୁମାର-ଖିଲାଡ଼ୀ ଷ୍ଟାର୍‌ ଅକ୍ଷୟ କୁମାର୍‌ଙ୍କ ସହ ଦେଶୀ ଗାର୍ଲ୍‌ଙ୍କର ଆଫାୟାର୍ ଥିବା ଶୁଣିବାକୁ ମିଳେ। ଦୁହେଁ ଏକାଠି ‘ଏତ୍‌ରାଜ୍’,‘ଅନ୍ଦାଜ୍‌’, ‘ମୁଝ୍‌ସେ ଶାଦୀ କରୋଗି’ ଓ ‘ୱକ୍ତ୍‌’ ପରି ଫିଲ୍ମରେ ଏକାଠି କାମ କରିଛନ୍ତି। ଏହି ସମୟରେ ଦୁହିଁଙ୍କର ସଂପର୍କ ଘନିଷ୍ଠ ହୋଇଥିଲା। ହେଲେ ଏହି ସମ୍ପର୍କ ବିଷୟରେ ଯେବେ ଅକ୍ଷୟ ଟ୍ୱିଙ୍କଲ୍‌ ଖନ୍ନାଙ୍କ କାନରେ ସୂଚନା ପଡ଼ିଲା, ସେବେଠାରୁ ଅକ୍ଷୟ ପ୍ରିୟଙ୍କାଙ୍କ ସହ କଥାବାର୍ତ୍ତା ବି ବନ୍ଦ କରିଦେଲେ।

priyanka-asmitଅସୀମ୍‌ ମର୍ଚାଣ୍ଟ୍‌– ପ୍ରିୟଙ୍କାଙ୍କ ଏହି ଆଫାୟାର୍‌ ସମ୍ପର୍କରେ ବୋଧହୁଏ ବହୁ କମ୍‌ ଲୋକ ଜାଣିଥିବେ। ‘ମିସ୍‌ ଇଣ୍ଡିଆ’ କଣ୍ଟେଷ୍ଟ୍‌ରେ ଭାଗ ନେବା ପୂର୍ବରୁ ପ୍ରିୟଙ୍କା ଅସୀମ୍‌ଙ୍କ ସହ ରିଲେସନ୍‌ଶିପ୍‌ରେ ଥଲେ। କୁହାଯାଉଛି ଯେ ମିସ୍‌ ଇଣ୍ଡିଆ ଟାଇଟଲ୍‌ ଜିତିବା ପରେ ପ୍ରିୟଙ୍କା କୁଆଡ଼େ ଅସୀମ୍‌ଙ୍କୁ ଧୋକାଦେଇଥିଲେ।
priyanka-harmanହରମନ୍‌ ବୱେଜା- ବଲିଉଡ୍‌ ଅଭିନେତା ହରମନ୍‌ ବୱେଜାଙ୍କ ସହ ପ୍ରିୟଙ୍କାଙ୍କ ଆଫାୟାର୍‌ ସବୁଠୁ ଅଧିକ ଦିନ ଚାଲିଥିଲା। ଏମାନେ ପାଖାପାଖି ୨ବର୍ଷ ରିଲେସନଶିପରେ ଥିଲେ। ହରମନ୍‌ ଏକ ସାକ୍ଷାତ୍‌କାରରେ ପ୍ରିୟଙ୍କା ଓ ତାଙ୍କ ସମ୍ପର୍କ ଭାଙ୍ଗିବାର କାରଣ ମଧ୍ୟ କହିଥିଲେ। ସେ କହିଥିଲେ ଯେ ସେ ପ୍ରିୟଙ୍କାଙ୍କୁ ଅଧିକ ସମୟ ଦେଇ ପାରୁନଥିଲେ। ହରମନ୍‌ଙ୍କର ଲଗାତର ୨ଟି ଯାକ ଫିଲ୍ମ ଫ୍ଲପ୍‌ ହୋଇଥିଲା, ତେଣୁ ସେ ନିଜର ତୃତୀୟ ଫିଲ୍ମ ଉପରେ ଅଧିକ ଗୁରୁତ୍ୱ ଦେଉଥିଲେ। ବାସ୍‌ ଏହାକୁ ନେଇ ଉଭୟଙ୍କ ଭିତରେ ମନାନ୍ତର ହେବାରୁ ସମ୍ପର୍କ ଆଉ ଆଗକୁ ବଢ଼ି ପାରିନଥିଲା।
priyanka-shahidସାହିଦ୍‌ କପୁର୍‌- କୁହାଯାଏ, ହରମନ୍‌ଙ୍କ ସହ ସମ୍ପର୍କ ତୁଟିଯିବା ପରେ ପ୍ରିୟଙ୍କା ଅଭିନେତା ସାହିଦ୍‌ କପୁରଙ୍କ ସହ ରିଲେସନ୍‌ଶିପ୍‌ରେ ଥିଲେ। ଦୁହିଁଙ୍କୁ ଅନେକଥର ଏକାଠି ବୁଲୁଥିବାର ଦେଖିବାକୁ ମିଳିଥିଲା। ଏପରିକି ସାହିଦଙ୍କ ଘରେ ଅନେକ ଥର ପଡ଼ୋଶୀମାନେ ପ୍ରିୟଙ୍କାଙ୍କୁ ଦେଖିଥିଲେ। ହେଲେ ଏମାନଙ୍କ ସମ୍ପର୍କ ବି ଅଧିକ ଦିନ ଚାଲିପାରି ନଥିଲା। ଉଭୟଙ୍କ ସମ୍ପର୍କ ବିଷୟରେ ନିଜେ ପ୍ରିୟଙ୍କା କରନ୍‌ ଜୋହର୍‌ଙ୍କ ସୋ’ ‘କଫି ୱିଥ୍ କରନ୍‌’ରେ ଖୋଲି କହିଥିଲେ।



from Odisha Reporter https://ift.tt/2PoJJn1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages