
ଇସ୍ଲାମାବାଦ: କ୍ରିକେଟର୍ରୁ ରାଜନେତା ଓ ତା’ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ହୋଇଥିବା ଇମ୍ରାନ୍ ଖାନ୍ଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିଠି ଲେଖିଛନ୍ତି। ଭାରତ ତା’ର ପଡ଼ୋଶୀ ପାକିସ୍ତାନ ସହ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହେଁ ବୋଲି ଶ୍ରୀ ମୋଦି ଅଗଷ୍ଟ ୧୮ରେ ଇମ୍ରାନ୍ଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି।
ପିଟିଆଇରେ ପ୍ରକାଶିତ ଖବର ଅନୁଯାୟୀ, ଇମ୍ରାନ୍ ପାକିସ୍ତାନର ୨୨ ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ହିଁ ଶ୍ରୀ ମୋଦି ତାଙ୍କୁ ଚିଠି ଲେଖି ଶୁଭେଚ୍ଛା ଜଣାଇଥିଲେ।
ଏହି ଚିଠିରେ ପୂର୍ବରୁ ଉଭୟ ନେତା ଫୋନ ମାଧ୍ୟମରେ କରିଥିବା ଆଲୋଚନା ସମ୍ପର୍କରେ ମଧ୍ୟ ଉଲ୍ଲେଖ ରହିଛି। “ପଡ଼ୋଶୀ ଦେଶଙ୍କ ସହ ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ପାଇଁ ଭାରତ ସର୍ବଦା ପ୍ରତିଶ୍ରୁତିବଦ୍ଧ। ଆତଙ୍କବାଦ ଓ ହିଂସାରୁ ମୁକ୍ତ ହୋଇ ଉଭୟ ଦେଶ ବିକାଶ ଉପରେ ଗୁରୁତ୍ୱ ଦେବା ଦରକାର” ବୋଲି ମୋଦି ତାଙ୍କ ଚିଠିରେ କହିଥିବା ଜଣାପଡ଼ିଛି।
ଇମ୍ରାନ୍ ଖାନ୍ ଶନିବାର ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ରବିବାର ପ୍ରଥମଥର ଇମ୍ରାନ୍ ଜାତି ଉଦ୍ଦେଶ୍ୟରେ ଉଦ୍ବୋଧନ ଦେବା ସମୟରେ କହିଥିଲେ,”ପାକିସ୍ତାନ ସମସ୍ତ ପଡ଼ୋଶୀ ରାଷ୍ଟ୍ରଙ୍କ ସହ ଉତ୍ତମ ସମ୍ପର୍କ ରକ୍ଷା କରିବାକୁ ଚାହେଁ ଏବଂ ଏନେଇ ସମସ୍ତଙ୍କ ସହ କଥା ମଧ୍ୟ ହୋଇଛି। ପଡ଼ୋଶୀଙ୍କ ସହ ଶାନ୍ତି ପ୍ରତିଷ୍ଠା ନ ହେଲେ ପାକିସ୍ତାନରେ କେବେ ଶାନ୍ତି ଫେରିବ ନାହିଁ।“
from Odisha Reporter https://ift.tt/2OQO5SP
No comments:
Post a Comment