ପାଦ ଫାଟୁଛି କି ? ସୁରକ୍ଷା ପାଇଁ ଆପଣାନ୍ତୁ ଏହି ସବୁ ଉପାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 20, 2018

ପାଦ ଫାଟୁଛି କି ? ସୁରକ୍ଷା ପାଇଁ ଆପଣାନ୍ତୁ ଏହି ସବୁ ଉପାୟ

feet4

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଶରୀରର ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ, ଉଭୟ ଦୃଷ୍ଟିରୁ ପାଦର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୁନ୍ଦର ପାଦ ବ୍ୟକ୍ତିଙ୍କ ଭାଗ୍ୟ ଉପରେ ମଧ୍ୟ ଭଲ ପ୍ରଭାବ ପକାଇଥାଏ ଏବଂ ଜୀବନର ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ସହାୟକ ହୋଇଥାଏ। ତେବେ ବହୁ ବ୍ୟକ୍ତି ନିଜ ପାଦର ଯତ୍ନ ନେବା ପାଇଁ ଯେତିକି ସଚେତନ ରହିବା କଥା, ତାହା ରୁହନ୍ତି ନାହିଁ। ଏପରି ଅବହେଳା ଯୋଗୁ ଗୋଇଠିର ତ୍ୱଚା ରୁକ୍ଷ ଓ ଶୁଷ୍କ ହେବା ସହ ପାଦ ଫାଟିଲା ଭଳି ସମସ୍ୟା ଦେଖାଦିଏ। ମହିଳାଙ୍କ କ୍ଷେତ୍ରରେ ଏହା ଏକ ଚିନ୍ତାଜନକ ସମସ୍ୟା ହୋଇଥାଏ। ଦିନସାରା ବିଭିନ୍ନ କାମରେ ବ୍ୟସ୍ତତା ଯୋଗୁ ସେମାନେ ନିଜ ପାଦର ଯତ୍ନ ନେବା ମଧ୍ୟ ଭୁଲି ଯା’ନ୍ତି। ତେବେ ଚାଲନ୍ତୁ ଜାଣିବା, ଆପଣ କିଭଳି ନିଜ ପାଦର ଯତ୍ନ ନେଇ ପାରିବେ।
feet2– ଶୋଇବା ପୂର୍ବରୁ ପାଣିରେ ଲୁଣ ଓ ବୋରିକ୍ ପାଉଡର୍ ମିଶାଇ ଏହି ମିଶ୍ରଣରେ ଗୋଡ଼କୁ ୫ରୁ ୭ ମିନିଟ୍‌ ଯାଏ ବୁଡ଼ାଇ ରଖନ୍ତୁ। ତା’ପରେ ଗୋଡ଼କୁ କାଢ଼ି ସଫା କରିବା ସହ ତଉଲିଆରେ ପୋଛି ଦିଅନ୍ତୁ।
– ୨ ଚାମଚ ଗ୍ଲିସେରିନ୍‌ରେ ୨ରୁ ୩ ବୁନ୍ଦା ଲେମ୍ବୁ ରସ ମିଶାଇ ଏହାକୁ ଗୋଇଠିରେ ଲଗାଇ କିଛି ସମୟ ମାଲିସ୍ କରନ୍ତୁ। ପରେ ତଉଲିଆକୁ ଓଦା କରି ଚିପୁଡ଼ିବା ପରେ ପାଦକୁ ପୋଛି ଦିଅନ୍ତୁ। ଏହା ପରେ କିଛି ସମୟ ଯାଏ ପାଦକୁ ଘୋଡ଼ାଇ ଦିଅନ୍ତୁ।
– ୨ ଚାମଚ ଧଳା ଭେସ୍‌ଲିନ୍‌ରେ ଗୋଟିଏ ଛୋଟ ଚାମଚ ବୋରିକ୍‌ ପାଉଡର୍ ମିଶାଇ ଏହି ମିଶ୍ରଣକୁ ଲଗାଇଲେ, ପାଦରେ ଫଟା ଅଂଶ ଦୂର ହୋଇଯାଇଥାଏ।
feet– ଘିଅ ସହ ବୋରିକ୍‌ ପାଉଡର୍ ମିଶାଇ ଏହାକୁ ପାଦର ଫଟା ସ୍ଥାନରେ ଲଗାନ୍ତୁ। ତା’ପରେ ମୋଜା ପିନ୍ଧି କିଛି ସମୟ ଆରାମ କରନ୍ତୁ। ଏହି ଉପାୟଟି କଲେ ପାଦ ଫାଟିବା କମିଯାଏ।
– ଯଦି ଗୋଇଠି ଅଧିକ ଫାଟିଥାଏ, ତେବେ ମାଇଥିଲେଟେଡ୍‌ ସ୍ପିରିଟ୍‌ରେ ତୁଳା ବୁଡ଼ାଇ ଏହାକୁ ଗୋଇଠିରେ ଲଗାନ୍ତୁ। ୨ ମିନିଟ୍‌ ପରେ ପୋଛିଦେଇ ୧୦ରୁ ୧୫ ମିନିଟ୍‌ ପରେ ପୁଣି ଲଗାନ୍ତୁ। ଏହି ଭାବରେ ୩ରୁ ୪ଥର କରନ୍ତୁ।
– ରାତିରେ ଶୋଇବା ପୂର୍ବରୁ ଅଧାଟବ୍‌ ଉଷୁମୁ ପାଣିରେ ଅଧା ଚାମଚ ଲେମ୍ବୁ ରସ ମିଶାଇ, ସେହି ପାଣିରେ ପାଦକୁ ଭଲ ଭାବେ ସଫା କରନ୍ତୁ। ପରେ ତା’କୁ ପୋଛି ପାଦ ଶୁଖିବା ପରେ ହାଲ୍‌କା ଭେସ୍‌ଲିନ୍‌ ଲଗାନ୍ତୁ।
feet1– ହାଲ୍‌କା ଉଷୁମ ପାଣିରେ ସାମ୍ପୁ, ମିଠା ସୋଢ଼ା ଓ ଡେଟଲ୍‌ ମିଶାଇ ସେହି ମିଶ୍ରଣରେ ଗୋଇଠିକୁ ଅଧଘଣ୍ଟା ପର୍ଯ୍ୟନ୍ତ ଭିଜାଇ ରଖନ୍ତୁ। କିଛି ସମୟରେ ପରେ ତାକୁ ଏକ ଦାଢ଼ ନଥିବା ଛୁରୀରେ ରାମ୍ପି ଦିଅନ୍ତୁ।
– ଖାଦ୍ୟରେ କ୍ୟାଲ୍‌ସିୟମ୍‌ କମ୍‌ ଥିଲେ ପାଦର ତ୍ୱଚା ଶୁଷ୍କ ହୁଏ। କ୍ୟାଲ୍‌ସିୟମ୍‌ ଅଧିକ ଥିବା ଖାଦ୍ୟ ଖାଇଲେ ମଧ୍ୟ ପାଦ ଫାଟିବା କମିଯିବ।



from Odisha Reporter https://ift.tt/2N4IVlX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages