ଓଜନ କମାଇବା ସହ କୋଷ୍ଠକାଠିନ୍ୟ, ହୃଦରୋଗ ଓ କ୍ୟାନସର୍‌ପରି ରୋଗ ଭଲ କରେ ପପ୍‌କର୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 20, 2018

ଓଜନ କମାଇବା ସହ କୋଷ୍ଠକାଠିନ୍ୟ, ହୃଦରୋଗ ଓ କ୍ୟାନସର୍‌ପରି ରୋଗ ଭଲ କରେ ପପ୍‌କର୍ନ

popcorn

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପପ୍‌କର୍ନ ଖାଇବା କେବଳ ପିଲାଙ୍କୁ ନୁହେଁ ଏହା ଯୁବପିଢ଼ି ଓ ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ଭଲ ଲାଗେ। ବିଶେଷ କରି ଲୋକମାନେ ଫିଲ୍ମ ହଲ୍‌ରେ ଫିଲ୍ମ ଦେଖିବା ସମୟରେ ପପ୍‌କର୍ନ ଖାଇବାକୁ ଭଲ ପାଆନ୍ତୁ। କିନ୍ତୁ ଆପଣ ଜାଣନ୍ତି କି ? ପପ୍‌କର୍ନ କେବଳ ସ୍ୱାଦିଷ୍ଟ ନୁହେଁ, ଏହା ଶରୀର ପାଇଁ ଅନେକ ଉପକାରୀ ମଧ୍ୟ।
ପପ୍‌କର୍ନ ଯଦି ସଠିକ୍‌ ଭାବେ ତିଆରି ହୁଏ ତେବେ ଏହାଦ୍ୱାରା ଶରୀରର ଅନେକ ଲାଭ ହୋଇଥାଏ। କିନ୍ତୁ ଯଦି ଏଥିରେ ଅଧିକ ତେଲ କିମ୍ବା ଘିଅ ରୁହେ ତେବେ ଏହା ଚିନ୍ତାର କାରଣ ହୋଇପାରେ। ଆଜି ଆମେ ଆପଣଙ୍କୁ ପପ୍‌କର୍ନ ଖାଇ କିପରି କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ପାଇବେ ସେ ବିଷୟରେ କହିବୁ।
popcornକୋଷ୍ଠ କାଠିନ୍ୟ ପାଇଁ ପପ୍‌କର୍ନ
ଆଜିକାଲିର ଅଶନ୍ତୁଳିତ ଜୀବନଶୈଳୀ ପାଇଁ ଆଧାରୁ ଅଧିକ ଲୋକ କୋଷ୍ଠକାଠିନ୍ୟ ସମସ୍ୟା ଭୋଗୁଛନ୍ତି। ଏହା ଏକ ଏପରି ସମସ୍ୟା ଯେଉଁଥିରେ ରୋଗୀକୁ ମଳ ତ୍ୟାଗ କରିବା ସମୟରେ ଅନେକ କଷ୍ଟ ଭୋଗିବାକୁ ପଡ଼େ। ଏହା ବ୍ୟତୀତ ପେଟ ଫୁଲିବା ସହ ପେଟରେ ଭିଷଣ ଯନ୍ତ୍ରଣା ମଧ୍ୟ ହୁଏ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପପ୍‌କର୍ନ ଏହି ସମସ୍ୟା ପାଇଁ ଅନେକ ଲାଭଦାୟୀ। ଏଥିରେ ଭରପୂର ମାତ୍ରାରେ ଫାଇବର ଥାଏ। ଏହା ଶରୀରରୁ ମଳ ବାହାର କରିବାରେ ସାହାଯ୍ୟ କରିଥାଏ। ତେଣୁ ଯଦି ଆପଣଙ୍କୁ କୋଷ୍ଠକାଠିନ୍ୟର ସମସ୍ୟା ହେଉଛି ତେବେ ପପ୍‌କର୍ନ ଓ ପାଣି ପିଇବା ଆରମ୍ଭ କରିଦିଅନ୍ତୁ। ମାତ୍ର କିଛି ଦିନ ଭିତରେ ଆପଣ ଫରକ୍‌ ଜାଣିପାରିବେ।
popcornପପ୍‌କର୍ନ ଖାଇବା ଦ୍ୱାରା ଅନ୍ୟ ଲାଭ
୧- ପପକର୍ନରେ ଭଟାମିନ୍‌ ଓ ମିନେରାଲ୍‌ର ମାତ୍ରା ଭରପୁର ରହିଥାଏ। ଏହା ବ୍ୟତୀତ ଏଥିରେ ଫାଇବର ମଧ୍ୟ ଅଧିକ ରହିଥାଏ। ଯାହାଫଳରେ ଶୀଘ୍ର ଭୋକ ମେଣ୍ଟିଯାଏ।
୨- ପପ୍‌କର୍ନ କ୍ୟାଲୋରୀ ଫୁଡ୍‌ ଶ୍ରେଣୀରେ ଆସିଥାଏ। ତେଣୁ ଏହା ଓଜନ କମାଇବାରେ ମଧ୍ୟ ସହାୟକ ହୋଇଥାଏ।
୩- ପପ୍‌କର୍ନକୁ ଅଳ୍ପ ବଟର ଦେଇ ପ୍ରସ୍ତୁତ କରିବା ପରେ ଉପରେ ରସୁଣ ଓ ଗୋଲମରିଚ ଗୁଣ୍ଡ ପକାଇ ଖାଇଲେ ହୃତପିଣ୍ଡ ପାଇଁ ଭଲ। ଏଥିରେ ଲୁଣର ମାତ୍ରା କମ୍‌ ରଖିବାକୁ ଚେଷ୍ଟା କରିବେ। ଏହା ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ।
୪- ପପ୍‌କର୍ନକୁ କ୍ୟାନସର୍‌ରୋଧି ମଧ୍ୟ କୁହାଯାଏ। ଏହାକୁ ଖାଇବା ଦ୍ୱାରା କ୍ୟାନ୍‌ସର ପରି ଘାତକ ରୋଗ ମଧ୍ୟ ଭଲ ହୋଇପାରେ। ଏଥିରେ ଥିବା ଫାଇବର ଓ ପଲିଫିନାଇଲ କ୍ୟାନସର୍‌ର ହେବାର ଆଶଂକାକୁ କମ୍‌ କରିଥାଏ।



from Odisha Reporter https://ift.tt/2N8ULM0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages