ଓଡ଼ିଆ ଚିତ୍ରଶିଳ୍ପୀଙ୍କ ନିଆରା ପ୍ରୟାସ୍‌, ପ୍ରଦର୍ଶନୀରୁ ଉପାର୍ଜିତ ଅର୍ଥ ବନ୍ୟା ପୀଡ଼ିତଙ୍କୁ ଦିଆଯିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 20, 2018

ଓଡ଼ିଆ ଚିତ୍ରଶିଳ୍ପୀଙ୍କ ନିଆରା ପ୍ରୟାସ୍‌, ପ୍ରଦର୍ଶନୀରୁ ଉପାର୍ଜିତ ଅର୍ଥ ବନ୍ୟା ପୀଡ଼ିତଙ୍କୁ ଦିଆଯିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଳାର ପୂଜାରୀ ଚିତ୍ରକର। ସେମାନେ ସବୁବେଳେ ଘୂରି ବୁଲୁ ଥାଆନ୍ତି ନିଜ ଦୁନିଆରେ। ନୂଆ ସୃଷ୍ଟି ସନ୍ଧାନରେ ରହି ନିଜ ଚିତ୍ର ମାଧ୍ୟମରେ କେତେବେଳେ ଜୀବନର ଗୀତ ଗାଆନ୍ତି ତ ଆଉ କେତେବେଳେ ସାମାଜିକ ସମସ୍ୟାର କଥା କହି ଦିଅନ୍ତି।

ହେଲେ ସୃଜନଶୀଳ ସମାଜରେ ଘୂରି ବୁଲୁଥିବା ଏହି ଚିତ୍ରକରଙ୍କ ଛାତି ତଳେ ଲୁଚି ରହିଛି କୋମଳ ହୃଦୟଟିଏ। ଖାସ୍‌ ସେଇଥିପାଇଁ ବେଙ୍ଗାଲୁରୁରେ ଆୟୋଜିତ ହୋଇଥିବା ଓଡ଼ିଆ ଚିତ୍ରଶିଳ୍ପୀଙ୍କ ଚିତ୍ର ପ୍ରଦର୍ଶନୀରୁ ଲବ୍ଧ ଅର୍ଥର ୪୦ ପ୍ରତିଶତ କେରଳ ବନ୍ୟା ପୀଡିତଙ୍କ ଉଦ୍ଦେଶ୍ୟରେ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି।

ବେଙ୍ଗାଲୁରୁର ଆର୍ଟ ହାଉସ୍‌ ଗ୍ୟାଲେରିରେ ‘ପୂର୍ବାଇ’ କଳା ସଙ୍ଗଠନ ପକ୍ଷରୁ ଏକ ଆର୍ଟ ପ୍ରଦର୍ଶନୀ ଆୟୋଜିତ ହେଉଛି। ଗତ ୧୮ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଓଡ଼ିଶାର ୭ ଜଣ ସମକାଳୀନ ଚିତ୍ରଶିଳ୍ପୀ ଡ. ଜ୍ଞାନେଶ ମିଶ୍ର, ସଜଲ ପାତ୍ର, କେଶୁ ଦାସ, ଉଷା ମିଶ୍ର, ପ୍ରଦୋଷ ସ୍ୱାଇଁ, ସୁଧୀର ମେହେର ଓ ପ୍ରିୟ ରଞ୍ଜନ ବେହେରାଙ୍କ ଚିତ୍ର ପ୍ରଦର୍ଶିତ ହୋଇଛି।

ଏଠାରେ ବିକ୍ରି ହେବାକୁ ଥିବା ଚିତ୍ରରୁ ମିଳିଥିବା ଅର୍ଥରୁ ୪୦ ପ୍ରତିଶତ କେରଳ ବନ୍ୟା ପୀଡ଼ିତଙ୍କୁ ଦାନ କରାଯିବ। ଚିତ୍ରକଳା ପ୍ରଦର୍ଶନୀରେ ଭାଗ ନେଇଥିବା ଚିତ୍ରଶିଳ୍ପୀ ଓ ‘ପୂର୍ବାଇ’ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

ଚିତ୍ରକଳା ପ୍ରଦର୍ଶନୀକୁ କର୍ଣ୍ଣାଟକର ଅବସରପ୍ରାପ୍ତ ଉନ୍ନୟନ କମିଶନର ଚିରଞ୍ଜିବ ସିଂହ ଉଦ୍‌ଘାଟନ କରିଥିଲେ।

ନୀଳ ରକ୍ତ କଙ୍କଡ଼ା ଏକ ବିରଳ ପ୍ରଜାତିର ପ୍ରାଣୀ। ବିଶ୍ୱର ପ୍ରାୟ ସର୍ବ ପୁରାତନ ଜୀବ ଭାବେ ଏହାକୁ ବିବେଚନା କରାଯାଏ। ଓଡ଼ିଶାରେ ଏହି କଙ୍କଡ଼ା ପ୍ରଚୁର ପରିମାଣରେ ମିଳୁଥିଲା। ମାତ୍ର ସଂରକ୍ଷଣ ଅଭାବରୁ ଏମାନଙ୍କର ବଂଶ ଧୀରେ ଧୀରେ ଲୋପ୍‌ ପାଇବାରେ ଲାଗିଲାଣି। ତେବେ ସେମାନଙ୍କର ସଂରକ୍ଷଣ ପାଇଁ ଅଣ୍ଟା ଭିଡ଼ିଛନ୍ତି ଶିଳ୍ପୀ କେଶୁ ଦାସ ଓ ବାୟୋଡାଇଭର୍‌ସିଟି ସଙ୍ଗଠନ।

ତେବେ କେଶୁ ଦାସ ଏହାକୁ ନିଜ ଚିତ୍ରକଳାରେ ସ୍ଥାନିତ କରିଛନ୍ତି। ସେହିପରି ଡ. ଜ୍ଞାନେଶ ମିଶ୍ର, ସଜଲ ପାତ୍ର, ଉଷା ମିଶ୍ର, ପ୍ରଦୋଷ ସ୍ୱାଇଁ, ସୁଧୀର ମେହେର ଓ ପ୍ରିୟ ରଞ୍ଜନ ବେହେରାଙ୍କ ଚିତ୍ର କଳା ମଧ୍ୟ ବେଶ ଆକର୍ଷଣୀୟ ହୋଇଛି। ଏହାକୁ ଦେଖିବା ପାଇଁ ପ୍ରତିଦିନ ଦର୍ଶକଙ୍କ ଭିଡ଼ ଜମୁଛି।



from Odisha Reporter https://ift.tt/2MBlCD7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages