ଆଜିଠୁ ଆରମ୍ଭ ହେଉଛି ‘ବିଗ୍‌ ବସ୍‌- ୧୨’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 16, 2018

ଆଜିଠୁ ଆରମ୍ଭ ହେଉଛି ‘ବିଗ୍‌ ବସ୍‌- ୧୨’

ଲୋକପ୍ରିୟ ବିବାଦୀୟ ରିଆଲିଟି ଶୋ’ ବିଗ୍‌ବସ୍‌-୧୨ ଆଜିଠୁ ଆରମ୍ଭ ହେଉଛି। ଶୋ’ର ଓପନିଂ ସେରିମନି ଆଜିଠୁ ଆରମ୍ଭ ହେବ। ଏଥର ଏହି ଶୋ’ ରାତି ୯ଟାରେ ଆରମ୍ଭ ହୋଇ ପ୍ରାଇମ୍‌ଟାଇମ୍‌ରେ ଚାଲିବ ବୋଲି ଜଣାପଡିଛି।

ପ୍ରତିଥର ବିଗ୍‌ବସ୍‌ କିଛି ନା କିଛି ନୂଆ ଢଙ୍ଗରେ ଶୋ’ ଆରମ୍ଭ କରିଥାଏ। ଏଥର ଶୋ’ ଆରମ୍ଭ ହେବା ପୂର୍ବରୁ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏଥର ବିଗ୍‌ବସ୍‌ରେ ଆଉଟ୍‌ ହାଉସ୍‌ କନ୍‌ସେପ୍ଟ ରଖାଯାଇଛି। ଶୋ’ର ପ୍ରିମିୟର ପୂର୍ବରୁ ଦର୍ଶକଙ୍କୁ ଏକ ସ୍ପେଶାଲ୍‌ ପାୱାର ଦିଆଯାଇଛି। ବିଗ୍‌ବସ୍‌ ଘରକୁ ଏଣ୍ଟ୍ରି ପୂର୍ବରୁ ବାହାରେ ଏକ ଆଉଟ୍‌ ହାଉସ୍‌ ତିଆରି କରାଯାଇଛି। ଏହି ଆଉଟ୍‌ ହାଉସରେ ପ୍ରତିଯୋଗୀମନଙ୍କୁ ଏଣ୍ଟ୍ରି ମଧ୍ୟ ମିଳିସାରିଛି। ବର୍ତ୍ତମାନ ଏହି ପ୍ରତିଯୋଗୀମାନେ ବିଗ୍‌ବସ୍‌ଙ୍କ ଆଦେଶ ଅନୁଯାୟୀ ଗୋଟିଏ ପରେ ଗୋଟିଏ ଟାସ୍କ କରିବେ। ଯାହାର ଟାସ୍କ ଦର୍ଶକଙ୍କୁ ଭଲ ଲାଗିବ, ଦର୍ଶକେ ସେମାନଙ୍କୁ ଭୋଟ୍‌ କରିପାରିବେ। ଆଉଟ୍ ହାଉସ୍‌ରେ ଯିଏ ଭଲ ଭୋଟ୍‌ ପାଇବ ସେମାନଙ୍କୁ ହିଁ ବିଗ୍‌ବସ୍‌ ଘରକୁ ଏଣ୍ଟ୍ରି ମିଳିବ।

କେମିତି କରିବେ ଭୋଟ୍: ଭୋଟ୍‌ କରିବା ପାଇଁ ପ୍ରଥମେ VOOTରେ ଲଗ୍‌ ଇନ୍ କରନ୍ତୁ । ଏହାପରେ Outhouse Taala Khol’ ନାଁରେ ଏକ ସେକ୍ସନ ଉପରେ କ୍ଲିକ୍ କରି ପ୍ରତିଯୋଗୀମାନଙ୍କୁ ଦେଖିପାଇବେ। ବର୍ତ୍ତମାନ ସୁଧା ଆଉଟ୍‌ ହାଉସ୍‌ରେ ୪ ଜଣ ପ୍ରତିଯୋଗୀଙ୍କୁ ଦେଖିବାକୁ ମିଳିଛି। ଯେଉଁଠି ଏମାନଙ୍କ ଭିତରେ କ୍ୟାଟ୍‌ ଫାଇଟ୍‌ ମଧ୍ୟ ଆରମ୍ଭ ହେଉଥିବା ଜଣା ପଡୁଛି।  ପ୍ରିମିୟର ପୂର୍ବରୁ ହିଁ ଆଉଟହାଉସ୍‌ର ସିନ୍‌ ଦେଖି ଏଥରର ବିଗ୍‌ବସ୍‌ ବେଶ୍‌ ମଜାଳିଆ ହେବ ବୋଲି ଆଶା କରାଯାଉଛି।

 



from Odisha Reporter https://ift.tt/2D3jkZZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages