
ନୂଆଦିଲ୍ଲୀ: ବୈଜ୍ଞାନିକଙ୍କୁ ମିଳିଲା ଆଉ ଏକ ସଫଳତା। ମହାକାଶ ଗବେଷଣାରେ ଆସିଛି ଏକ ଚାଞ୍ଚଲ୍ୟକର ତଥ୍ୟ। ପୃଥିବୀ ଗ୍ରହ ନିକଟରେ ଏମିତି ଏକ ଗ୍ରହର ସନ୍ଧାନ ମିଳିଛି ଯେଉଁଥିରେ ମହାସମୁଦ୍ର ଥିବା କୁହାଯାଉଛି। ସେହିପରି ଏହି ଗ୍ରହରେ ଜୀବନ ସମ୍ଭବ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି। ଆସନ୍ତୁ ଏହି ଗ୍ରହ ବିଷୟରେ ଜାଣିବା। ଏହି ଗ୍ରହର ନାଁ ହେଉଛି ‘Proxima Centauri b’।
ଏହା ପୃଥିବୀଠାରୁ ୪.୨ ଲାଇଟ୍ ବର୍ଷଠାରୁ ଦୂରରେ ଅବସ୍ଥିତ। ଏହାର ଆକାର ପୃଥିବୀ ସହ ସମକକ୍ଷ ବୋଲି କୁହାଯାଉଛି। ଏହି ଗ୍ରହରେ ତାପମାତ୍ରା ୯୦ ଡିଗ୍ରୀ ସେଲସିୟସ୍ରୁ ୩୦ ଡିଗ୍ରୀ ସେଲ୍ସିୟସ ପର୍ଯ୍ୟନ୍ତ ରହୁଥିବା ଆକଳନ କରାଯାଇଛି। ତେବେ ଏହି ଗ୍ରହରେ ଜୀବନ ସମ୍ଭବ ହେବକି ନାହିଁ ସେନେଇ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି।
ତଥାପି ନାସାର Goddard Institute for Space Studies ପକ୍ଷରୁ ଏନେଇ ଗବେଷଣା କରି ଉକ୍ତ ଗ୍ରହରେ ଜୀବନ ସମ୍ଭବ ବୋଲି କୁହାଯାଇଛି। ସେହିପରି ଉକ୍ତ ଗ୍ରହରେ ଏକ ବିଶାଳ ସମୁଦ୍ରର ଠାବ କରାଯାଇଛି। ଏଥିସହ ‘Proxima Centauri b’ ଗ୍ରହରେ ତାରା ମାଳ ମାଳ ଥିବା ବେଳେ ଏହି ଗ୍ରହରେ ଦିନ ୨୪ ଘଣ୍ଟା ଓ ରାତି ୨୪ ଘଣ୍ଟା ହେଉଥିବା ପରୀକ୍ଷାନୀରିକ୍ଷା ଜଣାପଡ଼ିଛି। ଏହି ଗ୍ରହରେ ଏଲିଅନ୍ ଥିବା ମଧ୍ୟ କୁହାଯାଉଛି। ଏହି ଗ୍ରହର ସନ୍ଧାନ ୨୦୧୬ରୁ ଆରମ୍ଭ ହୋଇଥିଲା।
ସୌଜନ୍ୟ: ଆଜ୍ତକ୍
from Odisha Reporter https://ift.tt/2MC8BVU
No comments:
Post a Comment