କୋଷ୍ଠକାଠିନ୍ୟ ଦୂର କରେ ଏହି ୫ଟି ଆୟୁର୍ବେଦିକ୍‌ ଉପଚାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 16, 2018

କୋଷ୍ଠକାଠିନ୍ୟ ଦୂର କରେ ଏହି ୫ଟି ଆୟୁର୍ବେଦିକ୍‌ ଉପଚାର

trifala

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଧୁନିକ ଜୀବନଶୈଳୀରେ କୋଷ୍ଠକାଠିନ୍ୟ ଏକ ସାଧାରଣ ସମସ୍ୟା ପାଲଟିଛି। ଖାଦ୍ୟ, ପାନୀୟ ଓ ଦୈନନ୍ଦିନ ଜୀବନଚର୍ଯ୍ୟାରେ ଅନିୟମିତତା ଯୋଗୁ ଲୋକେ କୋଷ୍ଠକାଠିନ୍ୟର ଶିକାର ହୁଅନ୍ତି।

ଆୟୁର୍ବେଦ ଅନୁସାରେ ବାତ, ପିତ୍ତ ଏବଂ କଫରେ ସମସ୍ୟା କାରଣରୁ ସାଧାରଣତଃ କୋଷ୍ଠକାଠିନ୍ୟ ହୋଇଥାଏ। ଖାଦ୍ୟରେ ଫାଇବର୍ ନ ରହିବା, ପାଣି କମ୍‌ ପିଇବା, ଚିନିଜାତୀୟ ଖାଦ୍ୟ ଅଧିକ ଖାଇବା, ଆବଶ୍ୟକତା ଅନୁସାରେ ବ୍ୟାୟାମ୍ ନ କରିବା ଏବଂ ମସଲାଯୁକ୍ତ ଖାଦ୍ୟ ସାଙ୍ଗକୁ  ଅଧିକ ମାଂସ ଖାଇବା ଯୋଗୁ କୋଷ୍ଠକାଠିନ୍ୟ ହୋଇଥାଏ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କୋଷ୍ଠକାଠିନ୍ୟ କାରଣରୁ ହିଁ ଶରୀରରେ ବିଭିନ୍ନ ରୋଗ ସୃଷ୍ଟି ହୋଇଥାଏ।

1

ତେବେ ୫ଟି ଆୟୁର୍ବେଦିକ ଉପଚାର ଦ୍ୱାରା ଆପଣ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦୂର କରିପାରିବେ। ଏହା ଦ୍ୱାରା ଆପଣ ପେଟ ସଫା ହୋଇଯିବ ଏବଂ ଯନ୍ତ୍ରଣାରୁ ମଧ୍ୟ ଉପଶମ ମିଳିବ।

ସିଝା ପରିବା ଓ ଉଷୁମ ପାଣି:
କୋଷ୍ଠକାଠିନ୍ୟର ମୁଖ୍ୟ କାରଣ ବାତ ଦୋଷ। ଏହାକୁ ଭଲ କରିବା ପାଇଁ ପ୍ରଥମେ ଆପଣ ଥଣ୍ଡାଜାତୀୟ ଖାଦ୍ୟ ଓ ପାନୀୟଠାରୁ ଦୂରେଇ ରୁହନ୍ତୁ। ସର୍ବଦା ଗରମ ଖାଦ୍ୟ ଏହଂ ହାଲ୍‌କା ଗରମ ପାଣି ପିଅନ୍ତୁ ଏବଂ ପରିବାକୁ ଭଲ ଭାବରେ ସିଝାଇ ଖା’ନ୍ତୁ। ଏପରି କୋଷ୍ଠକାଠିନ୍ୟ ଦୂର ହୁଏ।

ତ୍ରିଫଳାର ବ୍ୟବହାର:
ବାତ ଦୋଷ ପାଇଁ ତ୍ରିଫଳାକୁ ସବୁଠାରୁ ପ୍ରଭାବୀ ଏବଂ ବିଶ୍ୱସନୀୟ ଉପଚାର ବୋଲି କୁହାଯାଏ। ଏହା କୋଷ୍ଠକାଠିନ୍ୟ ପାଇଁ ବହୁତ ଉପକାରୀ। ଆପଣ ତ୍ରିଫଳା ଚା’ କିମ୍ୱା ଗୋଟିଏ ଚାମଚ ତ୍ରିଫଳା ଗୁଣ୍ଡ ସହିତ ଅଧା ଚାମଚ ଧନିଆ ମଞ୍ଜି, ଅଧା ଚାମଚ ଗୁଜୁରାତି ମଞ୍ଜିକୁ ମିଶାଇ ଭଲ ଭାବରେ ଗୁଣ୍ଡ କରନ୍ତୁ। ଏହାକୁ ଦିନକୁ ଦୁଇ ଥର ଖା’ନ୍ତୁ। ତ୍ରିଫଳାରେ ଗ୍ଲାଇକୋସାଇଡ୍‌ ରହିଛି ଏବଂ ଗୁଜୁରାତି ଓ ଧନିଆ ପେଟ ବାମ୍ଫିବାରୁ ସୁରକ୍ଷା ଦିଏ।

 

4

କ୍ଷୀର ଏବଂ ଘିଅ:

ଆୟୁର୍ବେଦ ଅନୁସାରେ, ଏକରୁ ଦୁଇଚାମଚ ଦେଶୀ ଘିଅକୁ ଗୋଟିଏ ଗ୍ଲାସ୍‌ ଗରମ କ୍ଷୀରରେ ମିଶାଇ ଶୋଇବା ପୂର୍ବରୁ ପିଅନ୍ତୁ। ଏହା କୋଷ୍ଠକାଠିନ୍ୟ ଦୂର କରିବାରେ ସହାୟକ ହୋଇଥାଏ। ବିଶେଷ କରି ବାତ ଏବଂ ପିତ୍ତ ଦୋଷ ପାଇଁ ଲାଭକାରୀ ହୋଇଥାଏ।

3

ବେଲ ରସ:

ଗ୍ରୀଷ୍ମଦିନିଆ ଫଳ, ବେଲ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ଏହା କୋଷ୍ଠକାଠିନ୍ୟ ପାଇଁ ଏକ ଉତ୍ତମ ଚିକିତ୍ସା। ବାତ ଦୋଷର ସମାଧାନ ସହ କୋଷ୍ଠକାଠିନ୍ୟରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ଅଧା କପ୍‌ ବେଲ ରସରେ ଏକ ଚାମଚ ଗୁଡ଼ ମିଶାଇ ରାତିରେ ଖାଇବା ପୂର୍ବରୁ ପିଅନ୍ତୁ।

2

ଅଞ୍ଜିର୍‌:

ଅଞ୍ଜିର୍‌କୁ ଇଂରାଜୀରେ Fig କୁହନ୍ତି। ଏହାକୁ ଗରମ ପାଣିରେ ବତୁରାଇ ଖାଇଲେ, କୋଷ୍ଠକାଠିନ୍ୟ ସମସ୍ୟାରୁ ଆରୋଗ୍ୟ ମିଳିଥାଏ। ବିଶେଷ କରି ଛୁଆଙ୍କ କୋଷ୍ଠକାଠିନ୍ୟ ପାଇଁ ଏହା ବେଶ୍ ଲାଭଦାୟକ। ଅଞ୍ଜିର୍‌ରେ ପ୍ରଚୁର ମାତ୍ରାରେ ଫାଇବର୍‌ ରହିଛି। ଏହା ପାକସ୍ଥଳୀକୁ ଭଲ ଭାବରେ ସଫା କରିଥାଏ। ଆୟୁର୍ବେଦ ଅନୁସାରେ, ଅଞ୍ଜିର୍‌ ସର୍ବଦା ଖାଇଲେ,ପୂର୍ବରୁ ଥିବା କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦୂର ହୁଏ।



from Odisha Reporter https://ift.tt/2CZm2j2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages