
ମୁମ୍ବାଇ: ନିଶାଗ୍ରସ୍ତ ଅବସ୍ଥାରେ ଗାଡ଼ି ଚଲାଇ ଏକ ଅଟୋକୁ ଧକ୍କା ଦେବା କାରଣରୁ ବଲିଉଡ୍ର ଜଣାଶୁଣା ଅଭିନେତା ଦଲୀପ ତାହିଲ୍ ରବିବାର ଗିରଫ ହୋଇଥିଲେ। ରବିବାର ରାତି ପ୍ରାୟ ୯ଟାବେଳେ ଦଲୀପଙ୍କ ଗାଡ଼ି ମୁମ୍ବାଇର ଖର୍ ଥାନା ଅନ୍ତର୍ଗତ ସିଡି ରୋଡ୍ର ଚାଇନା ଗାର୍ଡନ୍ ରେଷ୍ଟୁରାଣ୍ଟ୍ ସାମ୍ନାରେ ଏକ ଅଟୋକୁ ଧକ୍କା ଦେଇଥିଲା। ଏଥିରେ ଅଟୋରେ ଥିବା ଦୁଇ ଯାତ୍ରୀ ଜେନିତା ଗାନ୍ଧି ଓ ତାଙ୍କ ବନ୍ଧୁ ଗୌରବ୍ ଚଗ୍ ଆହତ ହୋଇଥିଲେ।
ଅଭିଯୋଗ ଅନୁସାରେ, ଅଟୋକୁ ଧକ୍କା ଦେବା ପରେ ଦଲୀପ ଘଟଣାସ୍ଥଳରୁ ଫେରାର ହୋଇଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଗଣେଶ ମୂର୍ତ୍ତି ବିସର୍ଜନର ଭିଡ଼ ଯୋଗୁ ସେ ବେଶୀ ଦୂର ଯାଇପାରି ନଥିଲେ। ପିଛା କରି ଆହତମାନେ ତାଙ୍କୁ ଠାବ କରିବା ପରେ ଦଲୀପ ଦୁର୍ଘଟଣା ପାଇଁ କ୍ଷମା ମାଗିବା ବଦଳରେ ଘଟଣାସ୍ଥଳରେ ଯୁକ୍ତିତର୍କ କରିବା ସହ ସେମାନଙ୍କୁ ଧକ୍କା ମଧ୍ୟ ମାରିଥିଲେ। ଏହି ସମୟରେ ଗୌରବଙ୍କ ଫୋନ୍ ପାଇ ପୁଲିସ୍ ସେଠାରୁ ଦଲୀପଙ୍କୁ ଗିରଫ କରିଥିଲା। ପରେ ଦଲୀପଙ୍କୁ ପୋଲିସ୍ ଷ୍ଟେସନ୍ରେ ଜାମିନ ମିଳିଥିଲା।
from Odisha Reporter https://ift.tt/2pyPcMt
No comments:
Post a Comment