ପୁଣି ଫେରିଲା କ୍ରିକେଟ୍‌କୁ କଳଙ୍କ ! ୫ ଅଧିନାୟକଙ୍କୁ ‘ସ୍ପଟ୍‌ ଫିକ୍ସିଂ’ ପାଇଁ ଯୋଗାଯୋଗ କରିଥିଲେ ବୁକି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 25, 2018

ପୁଣି ଫେରିଲା କ୍ରିକେଟ୍‌କୁ କଳଙ୍କ ! ୫ ଅଧିନାୟକଙ୍କୁ ‘ସ୍ପଟ୍‌ ଫିକ୍ସିଂ’ ପାଇଁ ଯୋଗାଯୋଗ କରିଥିଲେ ବୁକି

ଦୁବାଇ: କ୍ରିକେଟ୍‌ରେ ପୁଣି ‘ସ୍ପଟ୍‌ ଫିକ୍ସିଂ’ର ଚର୍ଚ୍ଚା। ଏସିଆ କପ୍‌ ଖେଳୁଥିବା ଆଫ୍‌ଗାନିସ୍ତାନ ୱିକେଟ୍‌ କିପର୍‌ ବ୍ୟାଟସ୍‌ମ୍ୟାନ୍‌ ମହମ୍ମଦ ଶେହେଜାଦ୍‌ଙ୍କୁ ବୁକିମାନେ ‘ସ୍ପଟ୍‌ ଫିକ୍ସିଂ’ ପାଇଁ ପ୍ରବର୍ତ୍ତାଇଥିବା ଖୁଲାସା ହେବା ପରେ ଏବେ ପୁଣି କିଛି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। କେବଳ ଏସିଆ କପ୍‌ ନୁହେଁ, ବୁକିମାନେ କ୍ରିକେଟ୍‌ର ‘ଫିକ୍ସିଂ’ର କଳଙ୍କକୁ ପୁଣି ଥରେ ଲଗାଇବା ପାଇଁ ଗତ ୧୨ ମାସ ମଧ୍ୟରେ ବହୁବାର ଉଦ୍ୟମ କରିଛନ୍ତି ବୋଲି ଖୋଦ୍‌ ଆଇସିସି ପକ୍ଷରୁ ସୂଚନା ମିଳିଛି।

ଆଇସିସି ଦୁର୍ନୀତି ନିବାରଣ ଶାଖାର ଜେନେରାଲ୍ ମ୍ୟାନେଜର୍ ଆଲେକ୍ସ ମାର୍ଶଲ କହିଛନ୍ତି, “ଆଇସିସି ପକ୍ଷରୁ ପୂର୍ଣ୍ଣକାଳୀନ ଅନ୍ତର୍ଜାତୀୟ ମାନ୍ୟତାପ୍ରାପ୍ତ ୪ଟି ଦେଶର ଅଧିନାୟକଙ୍କ ସହ ଅନ୍ୟ ଜଣେ ସାମୟିକ ମାନ୍ୟତାପ୍ରାପ୍ତ ରାଷ୍ଟ୍ରର ଅଧିନାୟକଙ୍କୁ ବୁକିମାନେ ‘ସ୍ପଟ୍‌ ଫିକ୍ସିଂ’ ପାଇଁ ବାରମ୍ବାର ପ୍ରବର୍ତ୍ତାଇଥିଲେ। ତେବେ ଏହି ୫ ଜଣ ଅଧିନାୟକଙ୍କ ନାଁ ଆଇସିସି ଗୋପନ ରଖିଛି ଏବଂ ସେମାନଙ୍କୁ ସ୍କାନର୍‌ରେ ରଖାଯାଇଛି। ବୁକିମାନଙ୍କ ମଧ୍ୟରେ ଅଧିକାଂଶ ଭାରତୀୟ। ତେବେ ସମଗ୍ର ବିଶ୍ୱରେ ସେମାନଙ୍କ ନେଟ୍‌ୱର୍କ ରହିଛି। ଏହି ବୁକିମାନେ ଟି-୨୦ ଫର୍ମାଟ୍‌ରେ ‘ସ୍ପଟ୍‌ ଫିକ୍ସିଂ’ କରିବାକୁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି।”

ଆଫ୍‌ଗାନିସ୍ତାନର ୱିକେଟ୍‌ କିପର୍‌ ବ୍ୟାଟସ୍‌ମ୍ୟାନ୍‌ ମହମ୍ମଦ ଶେହେଜାଦ୍‌ଙ୍କୁ ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟ୍‌ ଚାଲିଥିବାବେଳେ ବୁକିମାନେ ଶନିବାର ଏକ ହୋଟେଲ୍‌ରେ ‘ସ୍ପଟ୍‌ ଫିକ୍ସିଂ’ ପାଇଁ ଭେଟିଥିବା କଥା ମଧ୍ୟ ଆଇସିସି ସ୍ପଷ୍ଟ କରିଛି। ଅକ୍ଟୋବରରେ ଶାରଜାରେ ଆରମ୍ଭ ହେବାକୁ ଥିବା ଆଫ୍‌ଗାନିସ୍ତାନ ପ୍ରିମିୟର୍‌ ଲିଗ୍‌ ଟି-୨୦ ଟୁର୍ଣ୍ଣାମେଣ୍ଟ୍‌ରେ ଖରାପ ପ୍ରଦର୍ଶନ କରିବା ପାଇଁ ବୁକିମାନେ ଶେହେଜାଦ୍‌ଙ୍କୁ ଅନୁରୋଧ କରିଥିଲେ। ଏସମ୍ପର୍କରେ  ଶେହେଜାଦ୍‌ ତାଙ୍କ ଟିମ୍‌ ମ୍ୟାନେଜମେଣ୍ଟକୁ ଜଣାଇବା ପରେ ଆଫ୍‌ଗାନିସ୍ତାନ୍‌ କ୍ରିକେଟ୍ ବୋର୍ଡ ପକ୍ଷରୁ ଆଇସିସିକୁ ଲିଖିତ ଭାବେ ଅବଗତ କରାଯାଇଥିଲା।

ଏସବୁ ଖବର ପଦାକୁ ଆସିବା ପରେ ଏବେ ଘରୋଇ ଟି-୨୦ ଲିଗ୍‌ର ପରିଚାଳାନା, ଆଇସିସିର ଦୁର୍ନୀତି ନିବାରଣ ଶାଖା ପାଇଁ ଏକ ଚ୍ୟାଲେଞ୍ଜ୍‌ ହୋଇଛି। ଗତ ଏକ ବର୍ଷ ମଧ୍ୟରେ ସ୍ପଟ୍‌ ଫିକ୍ସିଂକୁ ନେଇ ସମୁଦାୟ ୩୨ଟି ଅଭିଯୋଗ ଆସିଥିବାବେଳେ ଏଥିରୁ ୨୩ଟି କେବଳ ଖେଳାଳି ଓ ମ୍ୟାଚ୍‌ ଅଫିସିଆଲ୍‌ଙ୍କ ନାଁରେ ରହିଥିଲା।



from Odisha Reporter https://ift.tt/2OPhpJS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages