ଏକତରଫା ପ୍ରେମରୁ ଛାତ୍ରୀଙ୍କୁ ଛୁରା ମାଡ଼! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 25, 2018

ଏକତରଫା ପ୍ରେମରୁ ଛାତ୍ରୀଙ୍କୁ ଛୁରା ମାଡ଼!

କଟକ (ଓଡ଼ିଶା ରିପୋର୍ଟର): ମଝିରାସ୍ତାରେ ଜଣେ କଲେଜ ଛାତ୍ରୀଙ୍କୁ ଛୁରାମାଡ଼ ହୋଇଛି। ଛୁରାମାଡ଼ର ପ୍ରକୃତ କାରଣ ଜଣାପଡ଼ିନଥିବାବେଳେ ଏକତରଫା ପ୍ରେମରୁ ଏହି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା କଟକ ଜିଲ୍ଲାରେ ଘଟିଛି।

ବାଲିଅନ୍ତା ଥାନା ଅଞ୍ଚଳର ଆଞ୍ଜେଲିନା (ଛଦ୍ମନାମ) ଅଡ଼ଶପୁର ଅଞ୍ଚଳର ଏକ କଲେଜରେ +୩ ପ୍ରଥମ ବର୍ଷରେ ପଢ଼ନ୍ତି। ସେ ସବୁ ଦିନପରି ଆଜି ମଧ୍ୟ କଲେଜ ଯାଇଥିଲେ। ମଧ୍ୟାହ୍ନରେ ସାଇକେଲରେ ଘରକୁ ଫେରୁଥିଲେ। ତେବେ କଲେଜଠାରୁ ଅଧା କିଲୋମିଟର ଦୂରରେ ରାଜା ନାମକ ଜଣେ ଛାତ୍ର ତାଙ୍କୁ ଅଟକାଇ ଛୁରାରେ ଆକ୍ରମଣ କରିଥିଲେ। ଫଳରେ ଛାତ୍ରୀଙ୍କ ଅଣ୍ଟା, ହାତ ଓ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ଛାତ୍ରୀଙ୍କ ଅଭିଯୋଗ କ୍ରମେ, ରାଜା ତାଙ୍କୁ ଏକତରଫା ପ୍ରେମ କରୁଥିଲେ। ଏହାକୁ ସେ ବାରମ୍ୱାର ବିରୋଧ କରୁଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ରାଜା ଛୁରା ମାଡ଼ କରିଥିବା କରିଥିବା ସେ ଅଭିଯୋଗ କରିଛନ୍ତି।

ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଛୁରା ମାଡ଼ କରିଥିବା ରାଜା ଏବେ ଫେରାର ଥିବା ଜଣାପଡ଼ିଛି।



from Odisha Reporter https://ift.tt/2N2MDvw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages