ସପ୍‌ନାଙ୍କ ନୂଆ ଲୁକ୍‌ ପଛର ରାଜ କ’ଣ, ପଢନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 13, 2018

ସପ୍‌ନାଙ୍କ ନୂଆ ଲୁକ୍‌ ପଛର ରାଜ କ’ଣ, ପଢନ୍ତୁ

ମୁମ୍ବାଇ: ବିବାଦୀୟ ରିଆଲିଟି ଶୋ’ ‘ବିଗ୍‌ ବସ୍‌ ସିଜନ-୧୨’ରୁ ଫେମସ୍‌ ହୋଇଥିବା ହରିୟାଣାର ଷ୍ଟାର୍‌ ଡ୍ୟାନ୍‌ସର ସପନା ଚୌଧୁରୀ ଆଜିକାଲି ନିଜ ଫଟୋ ଶୁଟ୍‌କୁ ନେଇ ଭାରି ଚର୍ଚ୍ଚାରେ। ନୂଆ ଫଟୋରେ ସେ ନିଜର ଲୁକ୍‌ ପୁରାପୁରି ବଦଳାଇ ଦେଇଛନ୍ତି।
କିନ୍ତୁ ତାଙ୍କ ଲୁକ୍‌ କ’ଣ ପାଇଁ ବଦଳିଛି ଜାଣଛନ୍ତି ?
ଏହା ପଛର କାରଣ ଏବେ ଏବେ ସାମ୍ନାକୁ ଆସିଛି। ସପ୍‌ନା ଚୌଧୁରୀ ବଲିଉଡରେ ଧମାକେଦାର ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଏ ବିଷୟରେ ସେ ନିଜେ ସୋଶାଲ ମିଡିଆ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ କିଛି ଫଟୋ ଶେୟାର କରି ଲେଖିଛନ୍ତି, ‘ଦୋସ୍ତି କେ ସାଇଡ୍‌ ଇଫେକ୍ଟେସ୍’।
ମାନେ ବୁଝି ପାରୁଛନ୍ତି ତ ?
ଆମେ ତ ଭାବୁଛୁ ଏଇଟା ତାଙ୍କ ଫିଲ୍ମର ନାଁ ବୋଲି ।
ସପ୍‌ନା ଯେଉଁ ବଲିଉଡ ଫିଲ୍ମ କରିବାକୁ ଯାଉଛନ୍ତି ସେଥିରେ ତାଙ୍କ ସହ ବିକ୍ରାନ୍ତ ଆନନ୍ଦ, ଟେଲିଭିଜନ୍‌ ଅଭିନେତା ଜୁବେର ଖାନ୍ ଓ ଅଞ୍ଜୁ ଯାଦବ ମଧ୍ୟ ନଜର ଆସିବେ। ଏହି ଫିଲ୍ମକୁ ଜୋୟାଲ ଡାନିଏଲ୍ ପ୍ରଡ୍ୟୁସ୍ କରୁଥିବା ବେଳେ ନିର୍ଦ୍ଦେଶନା ଦେବେ ହାଦୀ ଅଲ୍ଲୀ।
ପୂର୍ବରୁ ସପ୍‌ନା ‘ନାନୁ କି ଜାନୁ’ ଓ ‘ଭୀରେ ଦି ୱେଡିଂରେ’ ସ୍ପେଶାଲ ସଙ୍ଗ୍ କରିସାରିଛନ୍ତି। କିନ୍ତୁ ଏହି ଦୁଇଟିଯାକ ଫିଲ୍ମ ବକ୍ସ ଅଫିସ୍‌ରେ କିଛି କମାଲ କରିପାରିଲାନି। ହେଲେ ସ୍ୱପ୍ନାଙ୍କ ଗୀତ କିନ୍ତୁ ବେଶ୍‌ କମାଲ ଦେଖାଇଛି।
ସପ୍‌ନାଙ୍କ ଫ୍ୟାନ୍‌ମାନଙ୍କ ପାଇଁ ତାଙ୍କର ବଲିଉଡ ଏଣ୍ଟ୍ରି ଏକ ବଡ଼ ସର୍ପରାଇଜ୍। ହେଲେ ଫିଲ୍ମର ଶୁଟିଂ କେବେ ଆରମ୍ଭ ହେବ? ଫିଲ୍ମ କେବେ ରିଲିଜ୍‌ ହେବ ସେ ନେଇ କିଛି ଜଣା ନାହିଁ।


from Odisha Reporter https://ift.tt/2Mshrp0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages