ସାରିଡନ୍‌ ସମେତ ୩୨୮ଟି  ଔଷଧ ଉପରେ ବ୍ୟାନ୍‌ ଲଗାଇଲେ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 13, 2018

ସାରିଡନ୍‌ ସମେତ ୩୨୮ଟି  ଔଷଧ ଉପରେ ବ୍ୟାନ୍‌ ଲଗାଇଲେ ସରକାର

ନୂଆଦିଲ୍ଲୀ: ପେନ୍‌କିଲର୍‌ ସାରିଡନ୍‌ ଓ ସ୍କିନ୍‌କ୍ରିମ୍‌ ପାନଡ୍ରେମ ସମେତ ୩୨୮ ପ୍ରକାରର ଫିକ୍ସଡ୍‌ ଡୋଜ୍‌ କଂମ୍ବିନେସନ୍‌ ବା ଏଫ୍‌ଡିସି ଭଳି ଔଷଧ ଉପରେ ଆଜି କେନ୍ଦ୍ର ସରକାର ବ୍ୟାନ୍‌ ଲଗାଇଛନ୍ତି। ଏହାକୁ ଲୋକମାନେ ବିନା ପ୍ରେସକ୍ରିପ୍‌ସନ୍‌ରେ କିଣୁଥିବା ବେଳେ ଏଥିରେ ବିଭିନ୍ନ ପ୍ରକାରର ମିଶ୍ରଣ କରାଯାଉଛି। ଏଥିସହ ଏହି ଏଫ୍‌ଡିସି ଔଷଧ ଗୁଡ଼ିକ ସାମୟିକ ଆଶ୍ୱସ୍ତି ଦେଉଥିଲେ ମଧ୍ୟ ଏହା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇ ଥାଏ। ଏନେଇ ରିପୋର୍ଟ ଆସିବା ପରେ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହାର ବିକ୍ରି ଓ ନିର୍ମାଣ ଉପରେ କେନ୍ଦ୍ର ସରକାର ରୋକ ଲଗାଇଛନ୍ତି। ବ୍ୟାନ୍‌ ହୋଇଥିବା ଔଷଧ ମଧ୍ୟରେ ମୁଣ୍ଡବ୍ୟଥା, ଥଣ୍ଡା, କାଶ ଓ ପେଟ ବ୍ୟଥାରୁ ତୁରନ୍ତ ଆଶ୍ୱସ୍ତି ଦେଉଥିବା ଏଫ୍‌ଡିସି ଔଷଧ ରହିଛି। ଏହି ଔଷଧରେ ଥିବା ମୂଳ ପଦାର୍ଥଗୁଡିକରୁ ଲୋକଙ୍କୁ କୌଣସି ଲାଭ ମିଳୁନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଏହି ଔଷଧ ଗୁଡ଼ିକର କୁପ୍ରଭାବ ଲୋକମାନଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ୁଛି ବୋଲି ଡ୍ରଗ୍ ଟେକ୍‌ନିକାଲ ଆଡଭାଇଜରି ବୋର୍ଡ ବା ଡିବିଟିଏ ପକ୍ଷରୁ ଏକ ରିପୋର୍ଟ ଦିଆଯାଇଥିଲା। ଏହି ରିପୋର୍ଟ ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ବ୍ୟାନ୍‌ ହୋଇଥିବା ଔଷଧଗୁଡ଼ିକ ମଧ୍ୟରେ ‘ସାରିଡନ୍’, ସ୍କିନ୍‌ କ୍ରିମ୍‌ ପାନଡ୍ରେମ୍‌, କମ୍ବିନେସନ୍ ଡାଇବେଟିସ୍ ଡ୍ରଗ୍ ‘Gluconorm PG’, ଆଣ୍ଟିବାୟୋଟିକ୍‘Lupidiclox’ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ‘Taxim AZ’ ଇତ୍ୟାଦି ରହିଛି।। ୨୦୧୬ ମସିହା ମାର୍ଚ୍ଚ ୧୦ରେ ସରକାର ୩୪୪ଟି ଏଫ୍‌ଡିସି ଔଷଧ ଉପରେ  ବ୍ୟାନ୍‌ ଲଗାଇଥିଲେ।

ତେବେ ଏହି ବ୍ୟାନ୍‌କୁ ନେଇ ଔଷଧ ନିର୍ମାତା କମ୍ପାନୀମାନେ ହାଇକୋର୍ଟ ଏବଂ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଡିସେମ୍ବର ୨୦୧୭ ମସିହା ୧୫ରେ ସୁପ୍ରିମ୍‌କୋର୍ଟ ‘ଡ୍ରଗ୍ସ୍ ଟେକ୍‌ନିକାଲ୍‌ ଆଡ୍‌ଭାଇଜରି ବୋର୍ଡ’କୁ ଏନେଇ ଯାଞ୍ଚ କରିବାକୁ କହିଥିଲେ।



from Odisha Reporter https://ift.tt/2MtL6hX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages