
ବାରାଣସୀ: ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୬୮ ତମ ଜନ୍ମଦିନ। ଏଥର ସେ ନିଜ ଲୋକସଭା ନିର୍ବାଚନମଣ୍ଡଳୀ ବାରଣାସୀରେ ଜନ୍ମଦିନ ପାଳନ କରିବେ ବୋଲି ଜଣେ ଜିଲ୍ଲା ଅଧିକାରୀ ପ୍ରକାଶ କରିଛନ୍ତି।
ଏନେଇ ପିଏମ୍ଓ ପକ୍ଷରୁ ଜିଲ୍ଲା ଅଧିକାରୀଙ୍କୁ କାର୍ଯ୍ୟସୂଚୀ ପଠାଯାଇଛି। ଏହି ଖବର ଆସିବା ପରେ ମନ୍ଦିର ନଗରୀରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ମୋଦି ପ୍ରଥମେ କାଶୀ ବିଶ୍ୱନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି।
ପରେ ‘ଚଲୋ ଜିତେ ହେଁ’ ଚଳଚ୍ଚିତ୍ର ଦେଖିବେ। ଏହି ଅବସରରେ ସେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିବେ। ମୁଖ୍ୟତଃ ସେ ବବତପୁର-ଶିବପୁର ଚାରିଥାକିଆ ରାସ୍ତା, ଫେଜ୍ ଓ୍ଵାନ୍ ରିଙ୍ଗ୍ ରୋଡ୍ ଆଦି ପ୍ରକଳ୍ପ ଘୋଷଣା କରିପାରନ୍ତି।
from Odisha Reporter https://ift.tt/2NI04VW
No comments:
Post a Comment