ବେଲଗାମ ତେଲ ଦର, ଆଜି ବି ବଢ଼ିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 2, 2018

ବେଲଗାମ ତେଲ ଦର, ଆଜି ବି ବଢ଼ିଲା

ନୂଆଦିଲ୍ଲୀ: କମିବାର ନାଁ ନେଉନି ତେଲ ଦର। ଆଜି ବି ଦିଲ୍ଲୀ ସମେତ ଦେଶର ବିଭିନ୍ନ ସହରରେ ଆକାଶ ଛୁଆଁରେ ପହଞ୍ଚିଛି ତେଲ ଦର। ଦିଲ୍ଲୀରେ ଆଜି ପେଟ୍ରୋଲ ଦର ୧୬ ପଇସା ବଢି ୭୮ ଟଙ୍କା ୮୪ ପଇସା ଥିବାବେଳେ ଡିଜେଲ ଦର ୩୪ ପଇସା ବଢି ୭୦ ଟଙ୍କା ୭୬ ପଇସା ରହିଛି । ସେହିପରି  ବାଣିଜ୍ୟ ନଗରୀ ମୁମ୍ବାଇରେ ପେଟ୍ରୋଲ ଦର ୮୬ ଟଙ୍କା ୨୫ ପଇସା ଥିବାବେଳେ ଡିଜେଲ ଦର ୭୫ ଟଙ୍କା ୧୨ ପଇସା ରହିଛି। ସେହିପରି ଆଜି ଭୁବନେଶ୍ୱରରେ ପେଟ୍ରୋଲ  ପୁଣି ୧୬ ପଇସା ବୃଦ୍ଧି ପାଇ ଲିଟର ପ୍ରତି ୭୭.୬୦ ଟଙ୍କାରେ ପହଞ୍ଚିଛି ଏବଂ ଡିଜେଲ ୩୭ ପଇସା ବୃଦ୍ଧି ପାଇ ଲିଟର ପ୍ରତି ୭୫.୮୦ ଟଙ୍କା ଛୁଇଁଛି। ଗତକାଲି ଭୁବନେଶ୍ୱରରେ ପେଟ୍ରୋଲ ୧୬ ପଇସା ବୃଦ୍ଧି ପାଇଥିଲା ବେଳେ ଡିଜେଲ ୨୩ ପଇସା ବୃଦ୍ଧି ପାଇଥିଲା।

ତେବେ ଶେଷ ଥର ପାଇଁ ଅଗଷ୍ଟ ୨୪ରେ ଡିଜେଲ ଉପରେ ୪ ପଇସା  କମିଥିଲା ବେଳେ ପେଟ୍ରୋଲ ୫ ପଇସା କମିଥିଲା। ଲଗାତାର ୧୭ ଦିନ ହେବ ତେଲ ଦର ବଢିଚାଲିଛି । ଗତ ମାସ ୧୬ ତାରିଖରୁ ତୈଳ ଦର ଅହେତୁକ ବୃଦ୍ଧି ପାଇଚାଲିଛି । ଯାହାକୁ ନେଇ ଖାଉଟିମାନେ ଅସନ୍ତୋଷ ଜାହିର  କରିଛନ୍ତି । ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ପ୍ରସଙ୍ଗରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୟାନ ରଖିଛନ୍ତି ।

ଧର୍ମେନ୍ଦ୍ର କହିଛନ୍ତି, ମନମୋହନ ସିଂଙ୍କ ସରକାର ସମୟରେ ଦେଶରେ ଋଣ ଭାର ବଢିଛି। କଂଗ୍ରେସ ସରକାର ଦେଶକୁ ଦେବାଳିଆ କରିଛି। ତା’ସହ ଅନ୍ତର୍ଜାତୀୟ ବଜାରରେ  ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ପେଟ୍ରୋଲ ଓ ଡିଜେଲ ଦାମ୍ ବୃଦ୍ଧି ପାଉଥିବା କହିଛନ୍ତି ଧର୍ମେନ୍ଦ୍ର।



from Odisha Reporter https://ift.tt/2N9EQAg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages