ସୂର୍ଯ୍ୟନାରାୟଣ ପାତ୍ର ଗୋ ବ୍ୟାକ୍‌… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 2, 2018

ସୂର୍ଯ୍ୟନାରାୟଣ ପାତ୍ର ଗୋ ବ୍ୟାକ୍‌…

odisha-minister-faces-farmers-ire-over-non-payment-of-crop-insurance-dues

ବଲାଙ୍ଗିର (ସସ୍ମିତା ସାହୁ): “ସୂର୍ଯ୍ୟନାରାୟଣ ପାତ୍ର ଗୋ ବ୍ୟାକ୍‌” ନାରା ଦେଇ ଚାଷୀମାନେ ମନ୍ତ୍ରୀଙ୍କୁ କଳା ପତାକା ଦେଖାଇଛନ୍ତି। ମନ୍ତ୍ରୀଙ୍କୁ ଏପରି ବିରୋଧରେ ସାମ୍ନା କରିବାକୁ ପଡ଼ିଛି ବଲାଙ୍ଗିର ଜିଲ୍ଲାରେ। ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଆଜି ବଲାଙ୍ଗିର ଗସ୍ତରେ ଯାଇ ଲୋଇଶିଙ୍ଘା ନିର୍ବାଚନମଣ୍ଡଳୀର ବିଭିନ୍ନ ଲୋକାଭିମୁଖୀ ଯୋଜନାର ଶୁଭାରମ୍ଭ କରିବାକୁ ଯାଇଥିବା ବେଳେ ରାସ୍ତାରେ ମନ୍ତ୍ରୀ କାର୍‌କୁ ଅଟକାଇ ଚାଷୀମାନେ ବିରୋଧ କରିଥିଲେ।

ମନ୍ତ୍ରୀ ଶ୍ରୀ ପାତ୍ର ସଡ଼କ ପଥରେ ଲୋଇଶିଙ୍ଘା ଅଭିମୁଖେ ଯାଉଥିବା ବେଳେ ଚନ୍ଦନଭାଟି କର୍କଚିଆ ନିକଟରେ କିଛି ଚାଷୀ ତାଙ୍କ କାର୍‌କୁ ଅଟକାଇ ଥିଲେ। ଗାଡ଼ି ଅଟକିବା ପରେ ଚାଷୀମାନେ ମନ୍ତ୍ରୀଙ୍କୁ ବାହାରକୁ ଡାକିଥିଲେ। ଖାଦ୍ୟମନ୍ତ୍ରୀ ଚାଷୀଙ୍କଠାରୁ ଡାକରା ପାଇ କାର୍‌ରୁ ବାହାରି ଆସିଥିଲେ। ଆଉ ତା’ପରେ ଚାଷୀମାନେ ପ୍ରଥମେ ନମସ୍କାର ପକାଇ ମନ୍ତ୍ରୀଙ୍କୁ ପ୍ରଶ୍ନବାଣରେ ପୋତି ପକାଇଥିଲେ।

“ବଲାଙ୍ଗିର ବ୍ଲକର ୫ଟି ଓ ଲୋଇଶିଙ୍ଘାର ୩ ବ୍ଲକର ଚାଷୀ କୃଷି ବୀମା ଟଙ୍କା କାହିଁକି ପାଇ ନାହାନ୍ତି? ଆମର ଭୁଲ୍‌ ରହିଲା କେଉଁଠି?” ଚାଷୀଙ୍କଠାରୁ ଏମିତି ପ୍ରଶ୍ନ ଶୁଣି ମନ୍ତ୍ରୀଙ୍କ ଅକଲ ଗୁଡ଼ୁମ ହୋଇଯାଇଥିଲା। ଆପଣମାନଙ୍କର ଯାହା ଆପତ୍ତି ଅଛି ତାହା ଲିଖିତ ଆକାରରେ ଦେବାକୁ କହିଥିଲେ ମନ୍ତ୍ରୀ। ହେଲେ ରାଗରେ ତମ୍‌ ତମ୍‌ ଥିବା ଚାଷୀ କହିଥିଲେ, “କାଗଜରେ ଲେଖିବାକୁ କହି ଆମକୁ ଭକୁଆ ବନାନ୍ତୁ ନାହିଁ, କେବେ ବୀମା ଟଙ୍କା ମିଳିବ କୁହନ୍ତୁ?”

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚାଷୀମାନଙ୍କ ମଧ୍ୟରୁ ଜଣେ କହିଥିଲେ, “ଆମେ କଂଗ୍ରେସର। ଆପଣଙ୍କ ପାଖରେ ଗୁହାରି କରିବା ପାଇଁ ରାସ୍ତାରେ ଜଗି ରହିଛୁ।”

ମନ୍ତ୍ରୀ ଶ୍ରୀ ପାତ୍ର ସଙ୍ଗେ ସଙ୍ଗେ କହିଥିଲେ, “ତୁମେ କଂଗ୍ରେସର ହୁଅ ବା ଅନ୍ୟ କେଉଁ ଦଳର, ପ୍ରଥମେ ତୁମେମାନେ ସମସ୍ତେ ଚାଷୀ।”

ରାସ୍ତା ମଝିରେ ମନ୍ତ୍ରୀ ଓ ଚାଷୀଙ୍କ ମଧ୍ୟରେ ଆଲୋଚନା ଚାଲିଥିଲା। ତେବେ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ମନ୍ତ୍ରୀ ମହାଶୟ ଗୋଟିଏ କଥା କହିଥିଲେ, “ଲିଖିତ ଆକାରରେ ଦିଅ, ମୁଁ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବି।” ହେଲେ ଚାଷୀମାନେ ତାଙ୍କ କଥାରେ ରାଜି ହୋଇ ନଥିଲେ।

ଶେଷରେ ସବୁ ଚାଷୀଙ୍କୁ ନମସ୍କାର ପକାଇ ମନ୍ତ୍ରୀ ମହାଶୟ କାର୍‌ ଭିତରକୁ ଯାଉଥିବା ବେଳେ ଚାଷୀମାନେ ଗର୍ଜି ଉଠିଥିଲେ। କହିଥିଲେ, “ସୂର୍ଯ୍ୟନାରାୟଣ ପାତ୍ର ଗୋ’ ବ୍ୟାକ୍‌, ସୂର୍ଯ୍ୟନାରାୟଣ ପାତ୍ର ଗୋ ବ୍ୟାକ୍‌।” ଏହି ସମୟରେ ଆଉ କିଛି ଚାଷୀ ମନ୍ତ୍ରୀଙ୍କୁ କଳା ପତାକା ଦେଖାଇଥିଲେ।



from Odisha Reporter https://ift.tt/2owc8LV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages