
ନୂଆଦିଲ୍ଲୀ: ଆତଙ୍କବାଦର ସାଥୀ ପାକିସ୍ତାନକୁ ଆମେରିକା ଦେଇଛି ବଡ଼ ଝଟକା। ଆତଙ୍କବାଦକୁ ରୋକିବାରେ ବିଫଳ ହେବାପରେ ପାକିସ୍ତାନ ବିରୋଧରେ ଟ୍ରମ୍ପ ପ୍ରଶାସନ ନେଇଛି ଚରମ ନିଷ୍ପତ୍ତି। ଆମେରିକା ପାଖାପାଖି ୩୦୦ ମିଲିୟନ ଡଲାରର ଆର୍ଥିକ ସହାୟତା ବନ୍ଦ କରିଦେଇଛି । ଆତଙ୍କବାଦକୁ ରୋକିବା ପାଇଁ ପାକିସ୍ତାନର ବିଫଳତା ପରେ ଟ୍ରମ୍ପ ପ୍ରଶାସନ ନେଇଛି ଏଭଳି ଏକ ଚରମ ନିଷ୍ପତ୍ତି । ଫଳରେ ଇମ୍ରାନ ସରକାରଙ୍କ ଚିନ୍ତା ବଢ଼ିଯାଇଛି।
ଏଥିସହ ଆଫଗାନିସ୍ତାନରେ ଦୀର୍ଘ ୧୭ ବର୍ଷର ଯୁଦ୍ଧ ପାଇଁ ପାକିସ୍ତାନକୁ ଦାୟୀ କରିଛି ଆମେରିକା। ସେପଟେ ପାକିସ୍ତାନର ନୂଆ ସରକାର ଆମେରିକାର ଅଭିଯୋଗକୁ ଖଣ୍ଡନ କରିଛି ।ଟ୍ରମ୍ପ ପ୍ରଶାସନ ସହ ପାକିସ୍ତାନର ସମ୍ପର୍କ ତିକ୍ତ ହେବା ଏହା ପ୍ରଥମ ଥର ନୁହେଁ । ପୂର୍ବରୁ ମଧ୍ୟ ଆମେରିକା ପାକିସ୍ତାନକୁ ଦେଉଥିବା ସାମରିକ ସହାୟତା ବନ୍ଦ କରି ଦେଇଛି। ପାକିସ୍ତାନର ଆର୍ଥିକ ସ୍ଥିତି ବର୍ତ୍ତମାନ ସେତେ ସୁଦୃଢ ନାହିଁ ।
ତେଣୁ ଆମେରିକାର କଟକଣା ଦ୍ୱାରା ସେନାର ଆଧୁନିକୀକରଣ ଉପରେ ଏହାର ପ୍ରଭାବ ପଡିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞ ମତ ଦେଇଛନ୍ତି। ଅନ୍ୟପଟେ ଆମେରିକା ସହ ସମ୍ପର୍କ ସୁଧାରିବା ପାଇଁ ଅଣ୍ଟା ଭିଡିଛନ୍ତି ଇମ୍ରାନ ଖାନ୍ । ଆମେରିକା ବୈଦେଶିକ ମନ୍ତ୍ରୀଙ୍କୁ ପାକିସ୍ତାନକୁ ଆମନ୍ତ୍ରଣ କରିଛନ୍ତି। ଏଥିପାଇଁ ଆସନ୍ତା ୫ରେ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପୋମ୍ପିଓ ପାକିସ୍ତାନ ଆସୁଥିବା ସୂଚନା ମିଳିଛି ।
from Odisha Reporter https://ift.tt/2wAyqR7
No comments:
Post a Comment