
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ପଟିଆ ସ୍ଥିତ ଶ୍ରୀବିହାରର ଏକ ଘରୁ ଜଣେ ଡାକ୍ତରାଣୀଙ୍କ ମୃତଦେହକୁ ଆଜି ଉଦ୍ଧାର କରାଯାଇଛି। ତାଙ୍କ ନାଁ ମନସ୍ୱିନୀ ବାରିକ। ସେ ଜଣେ ହୋମିଓପାଥି ଡାକ୍ତର ଥିଲେ।
ତାଙ୍କ ଘର ପଶ୍ଚିମ ଓଡ଼ିଶାରେ। ସେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚାକିରି କରୁଥିଲେ।
ସେ ବାହା ହୋଇଥିଲେ। ତେବେ ତାଙ୍କର ଛାଡ଼ପତ୍ର ହୋଇଯାଇଥିଲା।
ମିଳିଥିବା ସୂଚନା ଅନୁସାରେ, ମନସ୍ୱିନୀ ଶ୍ରୀବିହାରରେ ଉକ୍ତ ଘରେ ଭଡ଼ାରେ ରହୁଥିଲେ। ଆଜି ଘରର କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରାଯାଇଥିଲା। ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ରୁମ୍ରୁ କିଛି ସିରିଞ୍ଜ୍ ଓ ଇଞ୍ଜେକ୍ସନ୍ ମିଳିଛି।
ସେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟା କରାଯାଇଛି, ତାହା ସ୍ପଷ୍ଟ ହୋଇନି। ତେବେ ପରିବାର ଲୋକେ କହିଛନ୍ତି, ଏହା ପଛରେ କିଛି ରହସ୍ୟ ନିଶ୍ଚିତ ରହିଛି। କାରଣ ସେ ସେମିତି ଚିନ୍ତିତ ଜଣାପଡ଼ୁ ନଥିଲେ। ତାଙ୍କର ବ୍ୟବହାର ସାଧାରଣ ଥିଲା ଓ ସେ ଖୁସି ରହୁଥିଲେ।
from Odisha Reporter https://ift.tt/2Omi2dO
No comments:
Post a Comment