ଏଥର ଭୁଲ୍‌ ହୋଇଯିବ କି ‘କ୍ଷମତାକେନ୍ଦ୍ର’ଙ୍କ ଅଙ୍କ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 14, 2018

ଏଥର ଭୁଲ୍‌ ହୋଇଯିବ କି ‘କ୍ଷମତାକେନ୍ଦ୍ର’ଙ୍କ ଅଙ୍କ !

person

ଆଗକୁ ସାଧାରଣ ନିର୍ବାଚନ ଥିବାରୁ, ଟିକେଟ୍ କଟିବା ଭୟରେ ସମସ୍ତେ ନିରବ ରହିଛନ୍ତି। କର୍ପୋରେଟ୍ ଶୈଳୀରେ ବିଜେଡିର ପରିଚାଳନା, ବିଜେଡି ସୁପ୍ରିମୋ ଓ ଦଳର ନେତାଙ୍କ ମଧ୍ୟରେ ଦୂରତ୍ୱ, ବରିଷ୍ଠ ନେତାମାନଙ୍କୁ କୋଣଠେସା, ସବୁ କ୍ଷମତାକୁ ଜଣେ ପ୍ରଶାସନିକ ଅଫିସର ଉପଭୋଗ କରିବା, ବିଜେଡି ସୁପ୍ରିମୋଙ୍କୁ ଭେଟିବା ପାଇଁ କେହି ସୁଯୋଗ ନପାଇବା ଏବଂ ନିଜ ଅଞ୍ଚଳର ରାଜନୀତିକ ଓ ପ୍ରଶାସନିକ ସମସ୍ୟାର ସମାଧାନ କ୍ଷେତ୍ରରେ ରାଜନୀତିକ ପ୍ଲାଟ୍‌ଫର୍ମରୁ ନେତାମାନେ ବଞ୍ଚିତ ହେବା ଆଦି ଘଟଣାକୁ ନେଇ ଗଢି ଉଠିଥିବା ପୁଞ୍ଜିଭୂତ ଅସନ୍ତୋଷ ଏବେ ବିଜେଡି ଭିତରେ ଉଗ୍ରରୂପରେ ବଢ଼ିବାରେ ଲାଗିଛି। 

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଂଗ୍ରେସ ଓ ବିଜେପି ଜାତୀୟ ନେତୃତ୍ୱଙ୍କ ସହ ବିଜେଡି ସୁପ୍ରିମୋଙ୍କ ଅଲିଖିତ ଗୋପନ ବୁଝାମଣାକୁ ଆଧାର କରି, ଓଡ଼ିଶାରେ ରାଜନୀତିକ ଗୋଟିଚାଳନା କରୁଥିବା ବିଜେଡି କ୍ଷମତାକେନ୍ଦ୍ରଙ୍କ ପାଇଁ ୨୦୧୯ ସାଧାରଣ ନିର୍ବାଚନ କଣ୍ଟକିତ ହେବାର ଆଶଙ୍କା ଦେଖାଦେଇଛି ବୋଲି ଚର୍ଚ୍ଚା ହେଉଛି।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ଗତ କିଛିମାସ ମଧ୍ୟରେ ରାଜ୍ୟର ଦୁଇ ‘ହେଭିୱେଟ୍’ ବୈଜୟନ୍ତ ପଣ୍ଡା ଓ ଡାକ୍ତର ଦାମୋଦର ରାଉତଙ୍କୁ ବିଜେଡିରୁ ଦୂରେଇବାରେ ସକ୍ଷମ ହୋଇଥିବା ଏହି ତଥାକଥିତ ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କ ଅହଙ୍କାର ଓ ଆତ୍ମବଡ଼ିମା ନୀତି ଏବେ ବିଜେଡିକୁ ପତନ ଅଭିମୁଖେ ନେବାରେ ଲାଗିଛି।

ବିଶେଷକରି ସାଧାରଣ ନିର୍ବାଚନ ଆଉ ମାତ୍ର କିଛିମାସ ଥିବାବେଳେ, ବିଜେଡିର ଏଭଳି ଅହଙ୍କାରୀ ଆଭିମୁଖ୍ୟ ନିଶ୍ଚିତ ଭାବେ ରାଜ୍ୟ ରାଜନୀତିକୁ ପ୍ରଭାବିତ କରିବ। କାରଣ ଯେଉଁ ଦୁର୍ନୀତି, ଭ୍ରଷ୍ଟାଚାର ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିରେ ରାଜ୍ୟବାସୀ ଅତିଷ୍ଠ ହୋଇ କଂଗ୍ରେସକୁ ଦୀର୍ଘ ୧୯ ବର୍ଷ ହେଲା ଶାସନ ଗାଦିରୁ ଦୂରେଇ ରଖିଛନ୍ତି, ଏବେ ବିଜେଡି ସେହି ଦିଗରେ ଗତି କରୁଛି। ଓଡ଼ିଶାର ରାଜନୀତିକ ପାଣିପାଗ ଓ ରାଜ୍ୟବାସୀଙ୍କ ସ୍ୱାଭିମାନକୁ ପରଖିବାରେ ବିଜେଡି ଭୁଲ୍ କରିବାରେ ଲାଗିଛି। 

ଆଗକୁ ସାଧାରଣ ନିର୍ବାଚନ ଥିବାରୁ, ଟିକେଟ୍ କଟିବା ଭୟରେ ସମସ୍ତେ ନିରବ ରହିଛନ୍ତି। କର୍ପୋରେଟ୍ ଶୈଳୀରେ ବିଜେଡିର ପରିଚାଳନା, ବିଜେଡି ସୁପ୍ରିମୋ ଓ ଦଳର ନେତାଙ୍କ ମଧ୍ୟରେ ଦୂରତ୍ୱ, ବରିଷ୍ଠ ନେତାମାନଙ୍କୁ କୋଣଠେସା, ସବୁ କ୍ଷମତାକୁ ଜଣେ ପ୍ରଶାସନିକ ଅଫିସର ଉପଭୋଗ କରିବା, ବିଜେଡି ସୁପ୍ରିମୋଙ୍କୁ ଭେଟିବା ପାଇଁ କେହି ସୁଯୋଗ ନପାଇବା ଏବଂ ନିଜ ଅଞ୍ଚଳର ରାଜନୀତିକ ଓ ପ୍ରଶାସନିକ ସମସ୍ୟାର ସମାଧାନ କ୍ଷେତ୍ରରେ ରାଜନୀତିକ ପ୍ଲାଟ୍‌ଫର୍ମରୁ ନେତାମାନେ ବଞ୍ଚିତ ହେବା ଆଦି ଘଟଣାକୁ ନେଇ ଗଢି ଉଠିଥିବା ପୁଞ୍ଜିଭୂତ ଅସନ୍ତୋଷ ଏବେ ବିଜେଡି ଭିତରେ ଉଗ୍ରରୂପରେ ବଢ଼ିବାରେ ଲାଗିଛି।

ବିଜେଡିର ଜଣେ ବରିଷ୍ଠ ନେତାଙ୍କ ମତରେ, କ୍ଷମତାକୁ ସମ୍ପୂର୍ଣ୍ଣ ଉପଭୋଗ କରି ନବୀନ ପଟ୍ଟନାୟକଙ୍କ ନାଁରେ ଦଳ ଓ ସରକାରର ସବୁ ନିଷ୍ପତ୍ତି ନେଉଥିବା ପ୍ରଶାସନିକ ଅଫିସରଙ୍କ ଆତ୍ମବଡ଼ିମା ଏବେ ଅସହ୍ୟ ହେଲାଣି। ନବୀନଙ୍କୁ ଦେଖା ତ ମିଳୁନି, ଧୀରେ ଧୀରେ ଏବେ ଏହି ପ୍ରଶାସନିକ ଅଫିସର ଜଣକ ମଧ୍ୟ ନିଜେ ଆଉ ଦେଖାଦେଉ ନାହାନ୍ତି। ନିଜ ଅଞ୍ଚଳର ସମସ୍ୟା କଥା କହିବ କାହାକୁ ଓ ଶୁଣିବ କିଏ, ତାହା ବି ବିଜେଡିର ଲୋକପ୍ରତିନିଧିଙ୍କ ପାଇଁ ଏବେ ଚ୍ୟାଲେଞ୍ଜ ପାଲଟିଲାଣି।

କେବଳ ନିର୍ବାଚନର ଟିକେଟ୍ ବଣ୍ଟନ ପ୍ରକ୍ରିୟାକୁ ସମସ୍ତେ ଅପେକ୍ଷା କରିଛନ୍ତି। ସେତେବେଳେ ବା ତା ପୂର୍ବରୁ ଏସବୁ ପୁଞ୍ଜିଭୂତ ଅସନ୍ତୋଷ ବିରାଟ ଆଗ୍ନେୟଗିରିର ରୂପ ନେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। ବିଜେଡିର ୪୦ରୁ ଉର୍ଦ୍ଧ୍ବ ବିଧାୟକ ଓ ପ୍ରାୟ ୧୦ ଜଣ ସାଂସଦ ଏବେ ବୈଜୟନ୍ତ ଓ ଡାକ୍ତର ରାଉତଙ୍କ ସହ ଯୋଗସୂତ୍ରରେ ରହିଛନ୍ତି। ନିର୍ବାଚନ ଘୋଷଣା ହେବାମାତ୍ରେ ସେମାନେ ନବୀନଙ୍କ କ୍ୟାମ୍ପକୁ ଅଲ୍‌ବିଦା କହିବାର ଯଥେଷ୍ଟ ସମ୍ଭାବନା ରହିଛି।

ବିଜେଡିର ଜଣେ ବରିଷ୍ଠ ନେତାଙ୍କ ମତରେ, କ୍ଷମତାକୁ ସମ୍ପୂର୍ଣ୍ଣ ଉପଭୋଗ କରି ନବୀନ ପଟ୍ଟନାୟକଙ୍କ ନାଁରେ ଦଳ ଓ ସରକାରର ସବୁ ନିଷ୍ପତ୍ତି ନେଉଥିବା ପ୍ରଶାସନିକ ଅଫିସରଙ୍କ ଆତ୍ମବଡ଼ିମା ଏବେ ଅସହ୍ୟ ହେଲାଣି। ନବୀନଙ୍କୁ ଦେଖା ତ ମିଳୁନି, ଧୀରେ ଧୀରେ ଏବେ ଏହି ପ୍ରଶାସନିକ ଅଫିସର ଜଣକ ମଧ୍ୟ ନିଜେ ଆଉ ଦେଖାଦେଉ ନାହାନ୍ତି। ନିଜ ଅଞ୍ଚଳର ସମସ୍ୟା କଥା କହିବ କାହାକୁ ଓ ଶୁଣିବ କିଏ, ତାହା ବି ବିଜେଡିର ଲୋକପ୍ରତିନିଧିଙ୍କ ପାଇଁ ଏବେ ଚ୍ୟାଲେଞ୍ଜ ପାଲଟିଲାଣି।

ସବୁଠୁ ବଡ଼ କଥା ହେଉଛି, ଦୁର୍ନୀତିର ଗନ୍ଧ ବାରି ତତ୍‌କ୍ଷଣାତ କାର୍ଯ୍ୟାନୁଷ୍ଠାନ ନେଉଥିବା ନବୀନ, ଏବେ ଦୁର୍ନୀତିର ପାହାଡ଼ ଉପରେ ବସିଛନ୍ତି। ଡାକ୍ତର ଦାମୋଦର ରାଉତ ଯେଉଁସବୁ ଦୁର୍ନୀତି ପ୍ରସଙ୍ଗ ଉଠାଇଛନ୍ତି, ତା’ର ତଦନ୍ତ କିମ୍ବା ସେଥିରେ ଭାଗିଦାରୀ ଥିବା ନେତା-ଅଫିସରଙ୍କ ସମ୍ପର୍କରେ ଖୋଳତାଡ଼ ନହେବା ମଧ୍ୟ ସାଧାରଣରେ ନବୀନଙ୍କ ଭାବମୂର୍ତ୍ତିକୁ ଗୁରୁତର ଭାବେ ପ୍ରଭାବିତ କରିଛି।

ତେବେ ଅନ୍ୟଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି ଯେ, ଡାକ୍ତର ରାଉତଙ୍କ ବହିଷ୍କାରକୁ ନେଇ ଗଣମାଧ୍ୟମ ଓ ସୋଶାଲ ମିଡିଆରେ ଯେଭଳି ପ୍ରତିକ୍ରିୟା ଆସୁଛି, ତାହା ନବୀନଙ୍କ ସ୍ୱଚ୍ଛ ଭାବମୂର୍ତ୍ତି  ପ୍ରତି ରାଜ୍ୟବାସୀଙ୍କ ମନରେ ରହିଥିବା ସମ୍ମାନକୁ କ୍ଷୂଣ୍ଣ କରିବାରେ ଲାଗିଛି। ଡାକ୍ତର ରାଉତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଯୋଗୁ ବିଭିନ୍ନସ୍ତରରେ ଯେ ଏଭଳି ନେଗେଟିଭ ପ୍ରତିକ୍ରିୟା ପ୍ରକାଶ ପାଇବ, ତା’କୁ ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ର ଆକଳନ କରିବାରେ ବିଫଳ ହୋଇଛନ୍ତି।

ଏହି ପ୍ରତିକ୍ରିୟା ଆଗକୁ ଅଧିକ ଉଗ୍ର ଓ ଶାଣିତ ହେବାର ଆଶଙ୍କା ରହିଛି। ଯେଉଁଥିପାଇଁ ଆଗାମୀ ନିର୍ବାଚନରେ ଦଳୀୟ ବିଧାୟକମାନଙ୍କ ଖରାପ ପ୍ରଦର୍ଶନ ଓ ସେମାନଙ୍କ ପ୍ରତି ସ୍ଥାନୀୟ ଲୋକଙ୍କ ଆକ୍ରୋଶ ସତ୍ତ୍ୱେ ବିଜେଡି ସେମାନଙ୍କୁ ଟିକେଟ୍ ଦେବାକୁ ଏକରକମ ବାଧ୍ୟ ହେବ ବୋଲି ଚର୍ଚ୍ଚା।

from Odisha Reporter https://ift.tt/2NbWaVP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages