‘ବେସନ’ର କରାମତି: ମୁହଁରେ ଲଗାଇଲେ ମିଳେ ଏସବୁ ଫାଇଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 14, 2018

‘ବେସନ’ର କରାମତି: ମୁହଁରେ ଲଗାଇଲେ ମିଳେ ଏସବୁ ଫାଇଦା

facepack

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରୋଷେଇରେ ଆପଣ ବେସନ ବ୍ୟବହାର କରୁଥିବେ। ହେଲେ ଏହାକୁ ଆପଣ ସୁନ୍ଦର ଦିଶିବା ପାଇଁ ମଧ୍ୟ ବ୍ୟବହାର କରିପାରିବେ।

ଆମେ ଅଗରୁ କହିଛୁ, ଆମ ରୋଷେଇ ଘରେ ଥିବା ଏମିତି ବହୁତ ଦ୍ରବ୍ୟ ରହିଛି ଯାହା ସୌନ୍ଦର୍ଯ୍ୟ ବୃଦ୍ଧିରେ ସହାୟକ ହୋଇଥାନ୍ତି। ବେସନକୁ ମଧ୍ୟ ଏହି ଉଦ୍ଦେଶ୍ୟରେ ବ୍ୟବହାର କରିହେବ। ସୁନ୍ଦରତା ବୃଦ୍ଧି ପାଇଁ ଏହାକୁ ଆଜି କି କାଲି ବ୍ୟବହାର କରାଯାଉନାହିଁ। କାହିଁ କେଉଁ କାଳରୁ ଏହା ବ୍ୟବହାର ହୋଇ ଆସିଛି।

ଆସନ୍ତୁ ଜାଣିବା ମୁହଁରେ ବେସନ ଲଗାଇଲେ କ’ଣ ଲାଭ ମିଳିଥାଏ।

ତେଲିଆ ସମସ୍ୟା ଦୂର କରେ

ଯଦି ଆପଣଙ୍କ ଚେହେରା ତେଲିଆ ରହୁଛି ତେବେ ବେସନ ଓ ଦହିକୁ ମିଶାଇ ମୁହଁରେ ଲଗାନ୍ତୁ। ଗୋଟିଏ ଚାମଚ ବେସନ ଓ ସେହି ମାତ୍ରାରେ ଦହି ନେଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏହାପରେ ମୁହଁରେ ଲଗାନ୍ତୁ। ୧୦ରୁ ୧୫ ମିନିଟ୍‌ ପରେ ମୁହଁ ଧୋଇ ଦିଅନ୍ତୁ। ସପ୍ତାହରେ ଦୁଇ ଥର ଏପରି କରନ୍ତୁ। ଦେଖିବେ ଆପଣଙ୍କ ମୁହଁରୁ ତେଲିଆ ଅଂଶ ପଳାଇବ।

ମୁହଁରୁ ରୁମ ଓ କେଶ ହଟାଏ

କିଛି ଝିଅଙ୍କ ମୁହଁରେ ରୁମ ବା କେଶ ଊଠିଥାଏ। ଯାହାକୁ ନେଇ ସେମାନେ ବହୁତ ଲଜ୍ଜିତ ବୋଧ କରନ୍ତି। ଏହାକୁ ହଟାଇବାକୁ ସେମାନେ ପାର୍ଲର ଯାଇଥାନ୍ତି କିମ୍ବା waxing କରିଥାନ୍ତି। ହେଲେ ବେସନ ବ୍ୟବହାର କରି ମୁହଁରୁ କେଶ ହଟାଇ ହେବ। ମାତ୍ର ଦୁଇ ଚାମଚ ବେସନରେ ଏହି ସମସ୍ୟା ଦୂର ହୋଇଯିବ।

ଦୁଇ ଚାମଚ ବେସନରେ ସମାନ ମାତ୍ରାରେ ସୋରିଷ ତେଲ ପକାଇ ମିଶାନ୍ତୁ ଆପଣ ଚାହିଁଲେ ତେଲର ପରିମାଣ କମ ବା ବେଶି କରିପାରିବେ। ଏହାପରେ ଏହି ପେଷ୍ଟକୁ ମୁହଁରେ ଲଗାଇ ହାଲକା ହାତରେ ମସାଜ କରନ୍ତୁ। ୨ରୁ ୩ ଥର ଏପରି ପେଷ୍ଟ ଲଗାଇ ମସାଜ କରନ୍ତୁ। ଦେଖିବେ ମୁହଁରେ ଥିବା କେଶ ହଟି ଯିବ।

କଳା ଦିଶୁଥିବା ବେକକୁ ଗୋରା କରେ

ବେସନ ଓ ସୋରିଷ ତେଲର ପେଷ୍ଟ ମୁହଁରୁ କେଶ ହଟାଇବା ସହ କଳା ବେକକୁ ଗୋରା କରିଥାଏ। ସପ୍ତାହକୁ ୨ରୁ ୩ ଥର ଏପରି ଲଗାନ୍ତୁ, ଫରକ୍‌ ନିଜେ ଜାଣିପାରିବେ।

କଳାଦାଗ ଦୂର କରେ

ଦିନରେ ସୂର୍ଯ୍ୟକିରଣ ପ୍ରଭାବରେ ଚର୍ମ କଳା ପଡ଼ିଯାଏ। ବେସନ ବ୍ୟବହାର କରି ଆପଣ ପୁଣି ଥରେ ନିଜ ଚର୍ମକୁ ପୂର୍ବ ପରି ଚମକଦାର କରିପାରିବେ। ଗୋଟିଏ ଚାମଚ ବେସନ, ଚିମୁଟାଏ ହଳଦୀ, ଅଧା ଲେମ୍ବୁ ଓ କିଛି ପାଣି ନେଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ଆପଣଙ୍କ କଳା ପଡ଼ିଯାଇଥିବା ଚର୍ମରେ ଲଗାନ୍ତୁ। ଦେଖିବେ ତ୍ୱଚା ଚମକି ଉଠିବ।

ଦାଗହୀନ ଚେହେରା

ସାଧାରଣତଃ ବ୍ରଣ ଯୋଗୁ କିମ୍ବା ଅନ୍ୟ କୌଣସି କାରଣରୁ ମୁହଁରେ ଦାଗ ସୃଷ୍ଟି ହୋଇଯାଇଥାଏ। ଏପରି ଦାଗକୁ ବେସନ ବ୍ୟବହାର କରି ଦୂର କରାଯାଇପାରିବ। ଏକ ଚାମଚ ବେସନରେ କ୍ଷୀର ଓ ଗୋଲାପ ଜଳ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାନ୍ତୁ। ଏହା ଶୁଖି ଯିବା ପରେ ଧୋଇ ଦିଅନ୍ତୁ। ନିୟମିତ ବ୍ୟବଧାନରେ ଏପରି କରିବା ଦ୍ୱାରା ଦେଖିବେ ଆପଣଙ୍କ ମୁହଁରେ ଥିବା ସବୁ ଦାଗ ଦୂର ହୋଇଯିବ।



from Odisha Reporter https://ift.tt/2xe6UIt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages