
ଲକ୍ଷ୍ନୌ:ଉତ୍ତର ପ୍ରଦେଶରେ କ୍ଷମତାସୀନ ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ଏବେ ପୁଷ୍ଟିକର ମାସ ପାଳନ କରୁଛନ୍ତି। ରାଜ୍ୟରେ ଯେମିତି କେହି ଭୋକିଲା ନ ରହିବେ, ସେନେଇ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଉଛି।
ହେଲେ ଗୋଟିଏ ପଟେ ପୁଷ୍ଟିକର ମାସ ପାଳନ ହେଉଥିବା ବେଳେ ଅନ୍ୟପଟେ ଖାଇବାକୁ ନ ପାଇ ୩ ଜଣଙ୍କର ଅନାହାରରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଜଣେ ମା’ ଓ ତାଙ୍କର ଦୁଇ ଜଣ ଶିଶୁ ଖାଇବାକୁ ନ ପାଇ ପ୍ରାଣ ହରାଇଥିବା ଗାଁ ଲୋକ କହୁଥିଲେ ହେଁ ସରକାର ଏଭଳି ମୃତ୍ୟୁ ପାଇଁ ଡାଇରିଆକୁ ଦାୟୀ କରିଛନ୍ତି।
କୁଶୀନଗରଠାରେ ରହୁଥିବା ବୀରେନ୍ଦ୍ରଙ୍କ ପତ୍ନୀ ସଂଗୀତା ଓ ୮ ବର୍ଷର ପୁଅ ସୂରଜ ସେପ୍ଟେମ୍ବର ୭ରେ ପ୍ରାଣ ହରାଇଥିଲେ। ବୀରେନ୍ଦ୍ର ଜଣେ ଦିନ ମଜୁରିଆ ହୋଇଥିବାରୁ ପରିବାର ବର୍ଗଙ୍କୁ ଠିକ୍ ଭାବେ ଭରଣ ପୋଷଣ କରିପାରୁ ନଥିଲେ।
ବୀରେନ୍ଦ୍ର କହିଛନ୍ତି, ସେପ୍ଟେ ଟମ୍ବର ୭ରେ ସଂଗୀତା ଓ ସୂରଜଙ୍କର ସନ୍ଧ୍ୟା ପ୍ରାୟ ୭ଟା ବେଳେ ବାନ୍ତି ହୋଇଥିଲା। ୧୦ ବେଳକୁ ସରକାରୀ ଆମ୍ବୁଲାନ୍ସରେ ଉଭୟଙ୍କୁ ବୀରେନ୍ଦ୍ର ହସ୍ପିଟାଲ୍ ନେଇଥିଲେ। ତେବେ ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତରମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସଂଗୀତା ଓ ସୂରଜଙ୍କୁ ସ୍ଥାନାନ୍ତର କରିଥିଲେ। କିନ୍ତୁ ଅଧା ବାଟରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା।
ଏହି ଘଟଣାର ୫ ଦିନ ପରେ ସଂଗୀତାଙ୍କ ୫ମ ତଥା ୨ ମାସର ସାନ ଝିଅ ମଧ୍ୟ ଖାଇବାକୁ ନ ପାଇ ପ୍ରାଣ ହରାଇଥିବା ବୀରେନ୍ଦ୍ର କହିଛନ୍ତି।
ରିପୋର୍ଟ ଅନୁଯାୟୀ ସଂଗୀତାଙ୍କ ନବଜାତକଙ୍କୁ ପୁଷ୍ଟିକର କେନ୍ଦ୍ରକୁ ନେବାକୁ ଦାବି କରାଯାଇଥିଲେ ହେଁ ସରକାରଙ୍କ ପକ୍ଷରୁ ଏନଇ ତତ୍ପରତା ପ୍ରକାଶ ପାଇ ନଥିଲା। ଫଳରେ ଛୋଟ ଶିଶୁଟି ମଧ୍ୟ ଆଖି ବୁଜିଥିଲା ବୋଲି ଗାଁ ଲୋକମାନେ ଅଭିଯୋଗ କରିଛନ୍ତି।
from Odisha Reporter https://ift.tt/2CRhATB
No comments:
Post a Comment