ବାଇକ୍‌ରେ ପୂଜା ବୁଲିବା ହେଲା ଶେଷ ଯାତ୍ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 13, 2018

ବାଇକ୍‌ରେ ପୂଜା ବୁଲିବା ହେଲା ଶେଷ ଯାତ୍ରା

କାମାକ୍ଷାନଗର (ରାକେଶ ଦେହୁରୀ): ଆଜି ଥିଲା ଗଣେଶ ପୂଜା। ଦୁଇ ସାଙ୍ଗ ଭିନ୍ନ ଭିନ୍ନ ସ୍କୁଲରେ ପଢ଼ୁଥିଲେ ମଧ୍ୟ ପୂଜା ପରେ ବାଇକ୍‌ରେ ବୁଲିବାକୁ ଯାଉଥିଲେ। ହେଲେ ଅଧା ରାସ୍ତାରେ ଧକ୍କା ଦେଲା ଯାତ୍ରା ପାର୍ଟି ଟ୍ରକ୍‌। ଘଟଣାସ୍ଥଳରେ ହିଁ ଶେଷ ଯାତ୍ରାରେ ଚାଲିଗଲେ ଦୁଇ ସାଙ୍ଗ। ଆଜି ଏମିତି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଘଟିଛି।
ଆଜି ଗଣେଶ ପୂଜା ଥିବାରୁ ଓମ ୟଶବର୍ଦ୍ଧନ ଜେନା କାନପୁରା ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟ ଓ ସୋମେଶ ମୁଦୁଲି କାମାକ୍ଷାନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରକୁ ଯାଇଥିଲେ। ପୂଜା ସରିବା ପରେ ଦୁଇ ସାଙ୍ଗ ଏକ ବାଇକ୍‌ରେ ବୁଲିବାକୁ ଯାଉଥିଲେ। ଅପରାହ୍ନ ସାଢ଼େ ଗୋଟାଏ ବେଳେ କାମାକ୍ଷାନଗର ଥାନା ଭାଲୁମୁଣ୍ଡା ଗାଁ ନିକଟରେ ଏକ ଯାତ୍ରାପାର୍ଟି ଟ୍ରକ ସେମାନଙ୍କ ବାଇକକୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ଫଳରେ ଘଟଣା ସ୍ଥଳରେ ଦୁଇ ସାଙ୍ଗଙ୍କ ମୃତ୍ୟୁ ଘଟିଥିଲା।
jatra paty truck accident dkl
ଦୁର୍ଘଟଣାରେ ଟ୍ରକଟି ଓଲଟି ପଡିବାରୁ ଯାତ୍ରାପାର୍ଟିର ୫ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ନିମାପଡାର ଦିଲୀପ ରାଉତ(୪୫), ଗନ୍ଦିଆର ଆମ୍ବୁଜ ନାୟକ(୩୬), କେନ୍ଦ୍ରାପଡ଼ାର ବଂଶୀ ଧଳ(୬୦), ତୀରତଟୋଲର ରଞ୍ଜନ ମଲ୍ଲିକ(୪୫) ଓ ଜଗତସିଂହପୁରର ଭରତ ମଲ୍ଲିକ(୪୦)। ସେମାନଙ୍କୁ ୧୦୮ ଆମ୍ବୁଲାନ୍ସରେ ନିଆଯାଇ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି।
ଘଟଣା ସ୍ଥଳରେ କାମାକ୍ଷାନଗର ଥାନା ଅଧିକାରୀ ଜ୍ଞାନରଞ୍ଜନ ସାମଲ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଉଭୟ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି। ଯାତ୍ରାପାର୍ଟି ଗାଡ଼ି କେନ୍ଦ୍ରାପଡାରୁ କଙ୍କଡାହାଡ଼ ଅଞ୍ଚଳକୁ ଯାଉଥିଲା। ରାସ୍ତା ଉପରେ ଟ୍ରକ ଓଲଟି ପଡ଼ିଥିବାରୁ କଙ୍କଡାହାଡ଼ କାମାକ୍ଷାନଗର ରାସ୍ତା ଅବରୋଧ ହୋଇରହିଛି।


from Odisha Reporter https://ift.tt/2x8CAiA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages