ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ସଫା, ୮ ଯବାନ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 13, 2018

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ସଫା, ୮ ଯବାନ ଆହତ

ଶ୍ରୀନଗର: ବୁଧବାର ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରି ଫେରାର୍‌ ହୋଇଯାଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଆଜି ଯବାନଙ୍କ ଗୁଳିରେ ୨ ଜଣ ନିହତ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ଆତଙ୍କବାଦୀ ଦ୍ୱୟ ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର ସଦସ୍ୟ ବୋଲି ଜଣାପଡ଼ିଛି। ତେବେ ଏହି ଏନ୍‌କାଉଣ୍ଟର୍‌ରେ ଜଣେ ଡିଏସ୍‌ପିଙ୍କ ସମେତ ୮ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି।
ଜମ୍ମୁ-କଶ୍ମୀରର ରେଆସି ଜିଲ୍ଲା କାକ୍ରିୟାଲ୍‌ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ଏହାପରେ ସିଆର୍‌ପିଏଫ୍‌, ସେନା ଓ ପୁଲିସ୍‌ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଜୋରଦାର କରାଯାଇଥିଲା।
ଏହି ଆତଙ୍କବାଦୀମାନେ ବୁଧବାର ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରି ଖସି ଯାଇଥିଲେ। ଏମାନଙ୍କୁ ଠାବ କରିବା ପାଇଁ ହେଲିକପ୍ଟର ଓ ଡ୍ରୋନ୍‌ର ମଧ୍ୟ ବ୍ୟବହାର କରାଯାଇଥିଲା। ଆତଙ୍କବାଦୀମାନେ ଲୁଚି ଥିବା ସ୍ଥାନରେ ସୁରକ୍ଷାକର୍ମୀମାନେ ପହଞ୍ଚିବା କ୍ଷଣି ସେମାନେ ଗୁଳିମାଡ଼ କରିଥିଲେ। ଯବାନମାନେ ମଧ୍ୟ ଏହାର ପାଲଟା ଜବାବ୍‌ ଦେଇଥିଲେ।
ଶେଷରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା। ମୃତଦେହ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ ଓ ଏକେ -୪୭ ରାଇଫଲ୍‌ ଜବତ କରାଯାଇଛି। ଏନ୍‌କାଉଣ୍ଟ୍‌ରରେ ୫ ଜଣ ସିଆର୍‌ପିଏଫ୍‌ ଯବାନ ଓ ୩ ଜଣ ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି।


from Odisha Reporter https://ift.tt/2x7WhHW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages