ଏମିତି ତିଆରି ହୁଏ ଗୁଜରାଟି ବେସନ ମେଥି ଥେପଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 23, 2018

ଏମିତି ତିଆରି ହୁଏ ଗୁଜରାଟି ବେସନ ମେଥି ଥେପଲା

ଭୁବନେଶ୍ୱର: ଆପଣ ଗୁଜରାଟି ଥେପଲା ବିଷୟରେ ଶୁଣିଥିବେ। ଏହା ଗୁଜରାଟରେ ପ୍ରାୟ ସମସ୍ତଙ୍କର ପ୍ରିୟ ଖାଦ୍ୟ। ଆଜି ଆମେ ଆପଣଙ୍କୁ ଏହି ବେସନ ମେଥି ଥେପଲା କେମିତି ତିଆରି ହୁଏ, ତାହା ଶିଖାଇବୁ। ଏହି ଡିସ୍‌କୁ ପିଲାମାନେ ମଧ୍ୟ ବେଶ୍‌ ଭଲ ପାଆନ୍ତି। ତେବେ ଆସନ୍ତୁ ତିଆରି କରିବା ବେସନ ମେଥି ଥେପଲା।

ଆବଶ୍ୟକ ସାମଗ୍ରୀ: ଅଟା, ଦହି, ବେସନ, ତେଲ, କଟା ମେଥି ଶାଗ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଜୁଆଣୀ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ଅଟା, ଦହି, ବେସନ, ତେଲ, ଅଳ୍ପ କଟା ମେଥି ଶାଗ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଜୁଆଣୀ ଓ ଲୁଣ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏଥିରେ ଅଳ୍ପ ଅଳ୍ପ ପାଣି ଦେଇ ଦଳନ୍ତୁ। ଏହି ମିଶ୍ରଣ ନରମ ରହିବା ପାଇଁ ଦଳିସାରିବା ପରେ ଏହାକୁ ୧୫-୨୦ ମିନିଟ୍‌ ପାଇଁ ଢାଙ୍କି ରଖି ଦିଅନ୍ତୁ। ୨୦ ମନିଟ୍ ପରେ ହାତରେ ଅଳ୍ପ ତେଲ ନେଇ ଏହି ଅଟା ମିଶ୍ରଣକୁ  ଆଉ ଟିକେ ହାଲକା ଦଳି ଦିଅନ୍ତୁ। ଏବେ ଅଟାକୁ ଛୋଟ ଚୋଟ ଗୋଳା ବନାଇ ରଖି ଦିଅନ୍ତୁ।

ଏବେ ଏକ ତାୱା ଗରମ କରନ୍ତୁ। ଅଟା ଗୋଳାଗୁଡ଼ିକୁ ରୁଟି ପରି ପତଳା ପତଳା କରି ବେଲି ଦିଅନ୍ତୁ। ତାୱା ଗରମ ହୋଇଗଲେ, ଏଥରେ ଅଳ୍ପ ତେଲ ଦେଇ ପରଟା ପରି ଏପଟ ସେପଟ ଓଲଟାଇ ସେକନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଯାଇଛି ବେସନ ମେଥି ଥେପଲା। ଏହାକୁ ମନପସନ୍ଦର ଚଟଣୀ, ଆଚାର କିମ୍ବା ଦହି ସହ ଗରମ ଗରମ ପରଷନ୍ତୁ।



from Odisha Reporter https://ift.tt/2MW3Vu1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages