ଘରୁ ଝିଟିପିଟିଙ୍କୁ ବିଦା କରିବାର ସହଜ ଓ ଘରୋଇ ଉପାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 23, 2018

ଘରୁ ଝିଟିପିଟିଙ୍କୁ ବିଦା କରିବାର ସହଜ ଓ ଘରୋଇ ଉପାୟ

ଭୁବନେଶ୍ୱର: ଘରେ ଝିଟିପିଟିଙ୍କ ସଂଖ୍ୟା ବଢ଼ିଲେ ଅସନା ଲାଗେ। ଶରୀର ଅବା ଖାଦ୍ୟରେ ଝିଟିପିଟି ପଡ଼ିଯିବାର ଆଶଙ୍କା ମଧ୍ୟ ସୃଷ୍ଟି ହୁଏ।
ଯଦି ଆପଣଙ୍କ ଘରେ ଝିଟିପିଟିଙ୍କ ସଂଖ୍ୟାବୃଦ୍ଧି ଯୋଗୁ ସମସ୍ୟା ଉପୁଜିଛି, ତେବେ ଆଜି ଆମେ ଏହି ସମସ୍ୟାରୁ ମୁକ୍ତି ପାଇବାର ସହଜ ତଥା ଘରୋଇ ଉପାୟ ଆପଣଙ୍କୁ ବତାଇବୁ।

 ଘରର ଯେଉଁ ସ୍ଥାନରେ ଅଧିକ ଝିଟିପିଟି ହେଉଛନ୍ତି, ସେହି ସ୍ଥାନରେ ଏକ ପିଆଜକୁ ଟାଙ୍ଗି ଦିଅନ୍ତୁ। ପିଆଜର ଗନ୍ଧରେ ଝିଟିପିଟି ପଳାଇବେ।

ଘର କାନ୍ଥରେ ମୟୂର ପର ଲଗାଇଲେ ମଧ୍ୟ ଘରକୁ ଝିଟିପିଟି ଆସନ୍ତି ନାହିଁ। ତେଣୁ ଘରର କାନ୍ଥରେ ମୟୂର ପର କିମ୍ବା ମୟୂର ପରଯୁକ୍ତ ଘଣ୍ଟା ବା ୱାଲ୍‌ ହ୍ୟାଙ୍ଗିଙ୍ଗ୍ ଲଗାନ୍ତୁ।

ଘରର କୋଣଗୁଡ଼ିକରେ ଲଙ୍କାଗୁଣ୍ଡ ସ୍ପ୍ରେ କଲେ, ଝିଟିପିଟି ସେହି ସ୍ଥାନରୁ ପଳାନ୍ତି। ଏହା ହେଉଛି ଝିଟିପଟିଙ୍କୁ ଘରୁ ତଡ଼ିବାର ସବୁଠୁ ସହଜ ଓ ଭଲ ଉପାୟ।

ଗୋଲମରିଚ ପାଉଡର୍‌ର ଏକ ଘୋଳ ପ୍ରସ୍ତୁତ କରି ଏହାକୁ କାନ୍ଥରେ ଛିଞ୍ଚି ଦିଅନ୍ତୁ। ଏପରି କଲେ, ଆପଣଙ୍କ ଘରେ ଝିଟିପିଟି ଆଉ ଦେଖାଯିବେ ନାହିଁ।

ରସୁଣ ଗନ୍ଧ ଝିଟିପିଟିଙ୍କ ପାଇଁ ଅସହ୍ୟ ହୋଇଥାଏ। ତେଣୁ ଯେଉଁଠି ଝିଟିପିଟି ହେଉଛନ୍ତି, ସେଠି ରସୁଣକୁ ଟିକେ ଛେଚି ପକାଇ ଦିଅନ୍ତୁ। ଦେଖିବେ, ଝିଟିପିଟି ଘରୁ ପଳାଇବେ।

ଫିନାଇଲ୍‌ ଗୋଲିକୁ ମଧ୍ୟ ଆପଣ ଘରୁ ଝିଟିପିଟି ବାହାର କରିବା ଲାଗି ବ୍ୟବହାର କରପାରିବେ।

କଫି ପାଉଡର୍‌କୁ ତମାଖୁଯୁକ୍ତ ପାଉଡର୍‌ରେ ମିଶାଇ ଝିଟିପିଟି ହେଉଥିବା ସ୍ଥାନରେ ରଖିଦିଅନ୍ତୁ, ଦେଖିବେ ସବୁ ଝିଟିପିଟି ଘରୁ ବାହାରକୁ ପଳାଇବେ।



from Odisha Reporter https://ift.tt/2I90Qq2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages