ଇଟାଲୀର ଲେକ୍‌ କମୋରେ ହେଲା ଇଶା ଅମ୍ବାନୀଙ୍କ ନିର୍ବନ୍ଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 23, 2018

ଇଟାଲୀର ଲେକ୍‌ କମୋରେ ହେଲା ଇଶା ଅମ୍ବାନୀଙ୍କ ନିର୍ବନ୍ଧ

ନୂଆଦିଲ୍ଲୀ: ଭାରତର ଧନୀ ନମ୍ବର୍‌ ୱାନ୍‌ ତଥା ଉଦ୍ୟୋଗପତି ମୁକେଶ ଅମ୍ବାନୀ ଓ ନୀତାଙ୍କ ଝିଅ ଇଶା ଅମ୍ବାନୀଙ୍କର ନିର୍ବନ୍ଧ ଆନନ୍ଦ ପରିମଲ୍‌ଙ୍କ ସହ ଇଟାଲୀର କମୋ ହ୍ରଦରେ ଶେଷ ହୋଇଛି।
ଏହି ନିର୍ବନ୍ଧ ଉତ୍ସବରେ ଶାହାରୁଖ୍‌, ଆମୀର ଖାନ୍‌, କରଣ୍‌ ଜୋହର୍‌, ଅନୀଲ୍‌ କପୁର୍‌, ଜୁହି ଚାୱାଲା, ପ୍ରିୟଙ୍କା ଚୋପ୍ରା, ଆଲିଆ ଭଟ୍ଟ, ସୋନମ୍ କପୁର୍‌ ଓ ଜାହ୍ନବୀ କପୁର୍‌ଙ୍କ ସମେତ ଡିଜାଇନର୍‌ ମନୀଷ ମଲହୋତ୍ରାଙ୍କ ଭଳି ବଲିଉଡ୍‌ର ବହୁ ସେଲିବ୍ରିଟି ସାମିଲ୍‌ ହୋଇଥିଲେ।

ସୋଶାଲ୍‌ ମିଡିଆରେ ଶେୟାର୍‌ ହୋଇଥିବା ଭିଡିଓରୁ ଜଣାପଡୁଛି, ଚାରିପାଖର ଆକର୍ଷଣୀୟ ପ୍ରାକୃତିକ ସୌନ୍ଦର୍ଯ୍ୟ ମଝିରେ ଲେକ୍‌ କମୋରେ ଏହି ନିର୍ବନ୍ଧ ଉତ୍ସବ ବା ରିଙ୍ଗ୍‌ ସେରିମନି ପାଇଁ ଏକ ବର୍ଣ୍ଣାଢ୍ୟ ଆୟୋଜନ ହୋଇଥିଲା। ଉତ୍ସବସ୍ଥଳରେ ପାଣିର କୃତ୍ରିମ ଫୁଆରା ସାଙ୍ଗକୁ ମଧୁର ସଙ୍ଗୀତର ମୂର୍ଚ୍ଛନା ମଧ୍ୟରେ ଉଭୟ ଇଶା ଓ ଆନନ୍ଦଙ୍କ ଉପରେ ପୁଷ୍ପ ବୃଷ୍ଟିର ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା।
ସୋଶାଲ୍‌ ମିଡିଆରେ ଏହି ସେଲିବ୍ରେସନ୍‌ର ଅନେକ ଭିଡିଓ ଶେୟାର୍‌ ହୋଇଛି, ଯେଉଁଥିରୁ ଇଶା ଅମ୍ବାନୀଙ୍କ ଏହି ରିଙ୍ଗ୍‌ ସେରିମନି ପୁରାପୁରି ଇଂଲିଶ୍‌ ୱେଡିଂ ପରି ଲାଗୁଛି। ଇଶାଙ୍କ ବେବି ପିଙ୍କ୍‌ କଲର୍‌ର ଗାଉନ୍‌ ଓ ଆନନ୍ଦଙ୍କ ଶେରୱାନି ଲୁକ୍‌ ବି ଖୁବ୍ ସୁନ୍ଦର ଲାଗୁଛି।

ବାପା ମୁକେଶ ଅମ୍ବାନୀଙ୍କ ହାତ ଧରୀ ଇଶା ଭେନ୍ୟୁରେ ପହଞ୍ଚିଥିଲେ। ସେଠାରୁ ଆନନ୍ଦ ତାଙ୍କୁ ଷ୍ଟେଜ୍‌ ଉପରକୁ ନେଇ ଯାଇଥିଲେ। ଆନନ୍ଦଙ୍କ ବାପା ଅଜୟ ପିରମଲ୍‌ ହେଉଛନ୍ତି, ପିରମଲ୍‌ ଗ୍ରୁପ୍‌ ଅଫ୍‌ କମ୍ପାନିଜ୍‌ର ଅଧ୍ୟକ୍ଷ। କୁହାଯାଉଛି, ଗତ ମେ'[ ମାସରେ ମହାବଳେଶ୍ୱରର ଏକ ମନ୍ଦିରରେ ଆନନ୍ଦ ଇଶାଙ୍କୁ ପ୍ରପୋଜ୍‌ କରିଥିଲେ।

ଇଟାଲୀରେ ନିର୍ବନ୍ଧ ଉତ୍ସବ ସରିବା ପରେ ଉଦୟପୁର୍‌ରେ ଇଶା ଓ ଆନନ୍ଦଙ୍କ ପ୍ରି-ୱେଡିଂ ପାର୍ଟି ହେବ। ଏହି ପାର୍ଟି ନଭେମ୍ବର ଶେଷ ସପ୍ତାହ କିମ୍ବା ଡିସେମ୍ବର ପ୍ରଥମ ସପ୍ତାହରେ ହୋଇପାରେ। ସୂଚନା ମୁତାବକ, ଭାଇ ଆକାଶ ଅମ୍ବାନୀଙ୍କ ବିବାହ ପୂର୍ବରୁ ଇଶାଙ୍କ ବାହାଘର ମୁମ୍ବାଇରେ ଡିସେମ୍ବର ୧୨ରେ ହେବ।

ସୂଚନା ମିଳିଛି, ଇଟାଲିର ଏହି ଲେକ୍‌ କମୋରେ ହିଁ ଆସନ୍ତା ନଭେମ୍ବର ୨୦ ତାରିଖରେ ଦୀପିକା ପାଦୁକୋନ୍‌ ଓ ରଣଭୀର ସିଂହ ବାହା ହୋଇପାରନ୍ତି।



from Odisha Reporter https://ift.tt/2NyCQm9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages