
ଆଗ୍ରା: ଜନ୍ମଦିନରେ କେକ୍ କାଟି ଫସି ଯାଇଛନ୍ତି ଆଗ୍ରା ସାଂସଦ ତଥା ଜାତୀୟ ଅନୁସୂଚୀତ ଜାତି ଅଧ୍ୟକ୍ଷ ରାମଶଙ୍କର କଠେରିଆ।
ଶନିବାର ଦିନ ତାଙ୍କର ୫୪ ତମ ଜନ୍ମଦିନ ଅବସରରେ ରାମଶଙ୍କର ଆଗ୍ରା ସ୍ଥିତ ତାଙ୍କ ବାସଭବନରେ କେକ୍ କାଟିଥିଲେ। କେକ୍ କାଟିବାରେ କୌଣସି ଅସୁବିଧା ନଥିଲା। ଅସୁବିଧା ଥିଲା କେକ୍ର ରୂପକୁ ନେଇ।
କେକ୍ଟି ଭାରତର ସଂସଦ ଭବନ ସଦୃଶ ହୋଇଥିଲା। ଏହା ଉପରେ ଜାତୀୟ ପତାକା ବି ଲାଗିଥିଲା। ଅବଶ୍ୟ କେକ୍ କାଟିବା ବେଳକୁ ଜାତୀୟ ପତାକାଟିକୁ ହଟାଇ ଦିଆଯାଇଥିଲା।
ତାଙ୍କର କେକ୍ କାଟିବା ଫଟୋ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏଥିରେ ରାମଶଙ୍କର ଓ ତାଙ୍କ ସ୍ତ୍ରୀ ବନ୍ଧୁମାନଙ୍କ ଗହଣରେ ହସ ହସ ମୁହଁରେ କେକ୍ କାଟୁଛନ୍ତି।
ରାମ ଶଙ୍କର କଠେରିଆଙ୍କ ଏଭଳି କାର୍ଯ୍ୟକୁ ଅନେକ ରାଜନେତା ସହଜରେ ଗ୍ରହଣ କରିପାରି ନାହାନ୍ତି। ସଂସଦ ପ୍ରତି ଓ ଜାତୀୟ ପତାକା ପ୍ରତି ତାଙ୍କର ସମ୍ମାନ ନଥିବାରୁ ସେ ଯଥାଶୀଘ୍ର ଜାତୀୟ ଅନୁସୂଚୀତ ଜାତି ଅଧ୍ୟକ୍ଷ ଭଳି ସାମ୍ବିଧାନିକ ପଦରୁ ଇସ୍ତଫା ଦେଇ ଦେବା ଉଚିତ୍।
ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍ପି) ମଧ୍ୟ ଏନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଓ ବିଜେପିର ତୁଙ୍ଗ ନେତାମାନେ ଏଦିଗରେ ଚିନ୍ତା କରିବା ଉଚିତ୍ ବୋଲି କହିଛି।
କଂଗ୍ରେସର ଆଗ୍ରା ସଭାପତି ହାଜି ଜମୀଲୁଦ୍ଦିନ ସ୍ପଷ୍ଟ ଭାବେ କହିଛନ୍ତି ଯେ ରାମଶଙ୍କର କଠେରିଆ ଏଭଳି ଏକ କେକ୍ କାଟି ଗଣତନ୍ତ୍ରର ହତ୍ୟା କରିଛନ୍ତି। ତାଙ୍କୁ ସଂସଦରେ ବସିବାକୁ ଅନୁମତି ଦେବା ଉଚିତ୍ ନୁହେଁ। ସଂସଦର ସ୍ୱାଧିକାର କମିଟି ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇବା ଉଚିତ୍।
from Odisha Reporter https://ift.tt/2O293BK
No comments:
Post a Comment