ପାକିସ୍ତାନକୁ ହରାଇଲେ ୧୦ମ ଥର ପାଇଁ ଏସିଆ କପ୍ ଫାଇନାଲ୍‌ରେ ପହଞ୍ଚିବ ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 22, 2018

ପାକିସ୍ତାନକୁ ହରାଇଲେ ୧୦ମ ଥର ପାଇଁ ଏସିଆ କପ୍ ଫାଇନାଲ୍‌ରେ ପହଞ୍ଚିବ ଭାରତ

india

ଦୁବାଇ: ଏସିଆ କପ୍‌ରେ ସୁପର୍ ଫୋର୍‌ରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। ଆଜି ପାକିସ୍ତାନକୁ ହରାଇଲେ ଭାରତ ଫାଇନାଲ୍‌ରେ ପହଞ୍ଚି ଯିବ। ଆଉ ଏପରି ହେଲେ ଭାରତ ଏସିଆ କପ୍ ଫାଇନାଲ୍‌ରେ ୧୦ମ ଥର ପାଇଁ ପହଞ୍ଚିବ।

ଭାରତ ଏସିଆ କପ୍‌ରେ ୯ଟି ଫାଇନାଲ୍ ଖେଳିଛି ଓ ସେଥିରୁ ୬ଟିରେ ଜିତିଛି। ତିନିଟି ଫାଇନାଲ୍‌ରେ ଦଳ ହାରିଛି। ୨୦୧୬ରେ ଟି-ଟ୍ୱେଣ୍ଟି ଫର୍ମାଟ୍‌ରେ ଭାରତ ଏହି ଟାଇଟଲ୍ ଜିତି ଥିଲା।

୧୦ ବର୍ଷ ପରେ ଆଜି ଗୋଟିଏ ଏସିଆ କପ୍‌ରେ ଭାରତ ଓ ପାକିସ୍ତାନ ଦ୍ୱିତୀୟ ଥର ପାଇଁ ମୁହାଁମୁହିଁ ହେବେ। ଏହା ପୂର୍ବରୁ ୨୦୦୮ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଦୁଇଟି ମୁକାବିଲା ହୋଇଥିଲା। ସେ ବର୍ଷ ପ୍ରଥମ ମ୍ୟାଚ୍‌ରେ ଭାରତ ୬ ୱିକେଟ୍‌ରେ ଜିତିଥିଲା ଓ ଦ୍ୱିତୀୟ ମ୍ୟାଚ୍‌ରେ ପାକିସ୍ତାନ ୮ ୱିକେଟ୍‌ରେ ଜିତିଥିଲା।

ସୂଚନାଯୋଗ୍ୟ, ଶ୍ରୀଲଙ୍କା ୫ ଥର ଏସିଆ କପ୍‌ରେ ବିଜୟୀ ହୋଇଥିବା ବେଳେ ୬ ଥର ରନର୍ସ ଅପ୍ ହୋଇଥିଲା। ଅର୍ଥାତ୍ ଏସିଆ କପ୍‌ରେ ଶ୍ରୀଲାଙ୍କ ସର୍ବାଧିକ ୧୧ ଥର ଫାଇନାଲ୍‌ରେ ପହଞ୍ଚିଛି।



from Odisha Reporter https://ift.tt/2I7GVHO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages