
ବ୍ରହ୍ମପୁର( ଓଡ଼ିଶା ରିପୋର୍ଟର): ବ୍ରହ୍ମପୁର ବଡ଼ ଡାକ୍ତରଖାନାରୁ ଚୋରି ହୋଇଥିବା ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଗତକାଲି ରାତିରେ ଗୋଳନ୍ଥରା ଥାନା ଅନ୍ତର୍ଗତ କନିସି ଗାଁରୁ ପୁଲିସ୍ ଶିଶୁଟିକୁ ଉଦ୍ଧାର କରିଥିଲା। ଏହାପରେ ଶିଶୁଟିକୁ ତା’ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ଶିଶୁକନ୍ୟା ଚୋରି ଅଭିଯୋଗରେ ଜଣେ ମହିଳାଙ୍କୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି।
ଗତ ଶୁକ୍ରବାର କବିସୂର୍ଯ୍ୟନଗର ବ୍ଲକ୍ ରାମସା ନାରାୟଣପୁର ଗାଁର ଭିକାରୀ ନାହାକଙ୍କ ସ୍ତ୍ରୀ ଜ୍ୟୋତି ଡାକ୍ତରଖାନାରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ହେଲେ ଗତକାଲି ଅପରାହ୍ନରେ ଟୀକା ଦେବାକୁ କହି ଏହି ମହିଳା ଜଣଙ୍କ ଛୁଆଟିକୁ ନେଇ ଚମ୍ପଟ୍ ମାରିଥିଲେ। ଏନେଇ ପରିବାର ପକ୍ଷରୁ ବିଏନପୁର ଥାନାରେ ଅଭିଯୋଗ କରାଯାଇଥିଲା।
from Odisha Reporter https://ift.tt/2MRLmY8
No comments:
Post a Comment