ବଂଶଗତ ସେବା ବଜାୟ ରହିବ, କିନ୍ତୁ ସେବାୟତଙ୍କ ସଂଖ୍ୟା ହ୍ରାସ ଓ ଅନ୍ନଦାନ ଆଟିକା ବନ୍ଦ ଉପରେ ଗୁରୁତ୍ୱ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 22, 2018

ବଂଶଗତ ସେବା ବଜାୟ ରହିବ, କିନ୍ତୁ ସେବାୟତଙ୍କ ସଂଖ୍ୟା ହ୍ରାସ ଓ ଅନ୍ନଦାନ ଆଟିକା ବନ୍ଦ ଉପରେ ଗୁରୁତ୍ୱ

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ବଂଶଗତ ସେବା ବଜାୟ ରହୁ। କିନ୍ତୁ ସେବାୟତଙ୍କ ସଂଖ୍ୟା ହ୍ରାସ କରାଯାଉ। ଶ୍ରୀମନ୍ଦିର ସଂସ୍କାର ନେଇ ପରିଚାଳନା କମିଟି ସହିତ ଆଲୋଚନା ବେଳେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍‌ ଏହି ମତ ରଖିଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

ଶ୍ରୀମନ୍ଦିରରେ କେମିତି କାର୍ଯ୍ୟକାରୀ ହେବ ସୁପ୍ରିମ୍‌କୋର୍ଟଙ୍କ ସଂସ୍କାରମୂଳକ ପ୍ରସ୍ତାବ? ଗଜପତି ମହାରାଜାଙ୍କଠୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି, ରାଜସ୍ୱମନ୍ତ୍ରୀ, ଆଡ୍‌ଭୋକେଟ୍‌ ଜେନେରାଲ୍, ଛତିଶା ନିଯୋଗଙ୍କ ସହ ମାରାଥନ୍ ଆଲୋଚନା କରିଛନ୍ତି ଆମିକସ୍‌ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍। ପରିଚାଳନା କମିଟି ସଦସ୍ୟଙ୍କ ସହ ଆଲୋଚନା ପରେ ଶ୍ରୀ ସୁବ୍ରମଣ୍ୟମ୍ କହିଛନ୍ତି, ଶ୍ରୀମନ୍ଦିର ପରିଚାଳନା ସଂସ୍କାର ଉତ୍ତମ ଦିଶାରେ ହେବ।

ତେବେ ଯେଉଁ ତିନୋଟି ପ୍ରସ୍ତାବକୁ ନେଇ ଅସହମତି ଥିଲା ତା’ ଉପରେ କ’ଣ ରହିଛି ଆମିକସ୍‌ କ୍ୟୁରୀଙ୍କ ମତ?

ପରିଚାଳନା କମିଟି ସହ ଆମିକସ୍‌ କ୍ୟୁରୀଙ୍କ ଆଲୋଚନା ପରେ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି-“ଶ୍ରୀମନ୍ଦିରରେ ବଂଶଗତ ସେବା ବଜାୟ ରହୁ। କିନ୍ତୁ ସେବାୟତ ସଂଖ୍ୟାକୁ ହ୍ରାସ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ସେହିପରି ଦାନ ଦକ୍ଷିଣା ବ୍ୟବସ୍ଥାକୁ ସଂପୂର୍ଣ୍ଣ ବନ୍ଦ କରାଯିବ। ବର୍ତ୍ତମାନ ଯେଉଁ ହୁଣ୍ଡି ଅଛି, ତାକୁ ବନ୍ଦ କରି କେବଳ ୪ଟି ପ୍ରମୁଖ ସ୍ଥଳରେ ହୁଣ୍ଡି ରଖିବାକୁ ଆମିକସ୍‌ କ୍ୟୁରୀଙ୍କ ପ୍ରସ୍ତାବ ରହିଛି।”

ମନ୍ଦିର ଭିତରେ ଅନ୍ନଦାନ ଆଟିକା ସମ୍ପୂର୍ଣ୍ଣ ବନ୍ଦ କରାଯିବ। ବାହାର ଓ ଭିତର କାଠରେ ଦର୍ଶନ ବେଳେ ଭକ୍ତଙ୍କୁ ଯେମିତି କେହି ବାଧା ନଦିଅନ୍ତି, ତା’ଉପରେ ଆମିକସ୍‌ କ୍ୟୁରୀ ଗୁରୁତ୍ୱ ଦେଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ଏଥିସହ ସେବାୟତଙ୍କ ପାଇଁ ଭିନ୍ନ ଭିନ୍ନ ରଙ୍ଗର ଆଇ-କାର୍ଡ ବା ପରିଚୟ ପତ୍ରର ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

ତେବେ ସେବାୟତଙ୍କ ସଂଖ୍ୟା ହ୍ରାସ ନେଇ କୌଣସି ଆଲୋଚନା ହୋଇ ନଥିବା କହିଛନ୍ତି ପରିଚାଳନା କମିଟି ସଦସ୍ୟ ତଥା ବରିଷ୍ଠ ଦଇତାପତି ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର।

ଏପଟେ ଶ୍ରୀମନ୍ଦିର ସଂସ୍କାର ନେଇ ପୁରୀ ବାର୍‌ ଆସୋସିଏସନ୍ ଓ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୃଥକ ପୃଥକ ଭାବେ ଆମିକସ୍‌ କ୍ୟୁରୀଙ୍କୁ ସ୍ମାରକପତ୍ର ଦିଆଯାଇଛି। ତେବେ ସବୁ ପକ୍ଷଙ୍କ ସହ ଆଲୋଚନା ପରେ ସୁପ୍ରିମକୋର୍ଟଙ୍କୁ ଆମିକ‌ସ୍‌ କ୍ୟୁରୀ କିଭଳି ରିପୋର୍ଟ ଦେଉଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିବ।



from Odisha Reporter https://ift.tt/2MSy25T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages