ଏହି ଭିଡିଓ ଦେଖିବା ପରେ ଆପଣ ବି କହିବେ ଧୋନି ଏବେ ବି ଟିମ୍‌ ଇଣ୍ଡିଆର କ୍ୟାପ୍ଟେନ୍‌ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 22, 2018

ଏହି ଭିଡିଓ ଦେଖିବା ପରେ ଆପଣ ବି କହିବେ ଧୋନି ଏବେ ବି ଟିମ୍‌ ଇଣ୍ଡିଆର କ୍ୟାପ୍ଟେନ୍‌ !

ଦୁବାଇ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଫିଲ୍ଡରେ କେବେ ଭୁଲ୍‌ ନିଷ୍ପତ୍ତି ନେଇଥିବା କଥା ଆପଣ ଖୁବ୍‌ କମ୍‌ ଥର ଶୁଣିଥିବେ। ବିଶ୍ୱ କ୍ରିକେଟରେ ସେ ଜଣେ ଚର୍ଚ୍ଚିତ ଅଧିନାୟକ ରହି ଆସିଛନ୍ତି। ଏବେ ଧୋନି ଅଧିନାୟକ ପଦରେ ନାହାନ୍ତି ସତ କିନ୍ତୁ ଏବେ ବି ସେ ଟିମ୍‌ ଇଣ୍ଡିଆର ‘ଅନ୍‌ ଅଫିସିଆଲ୍ କ୍ୟାପ୍ଟେନ୍‌’ ଭାବେ ଷ୍ଟମ୍ପ ପଛରୁ ଦଳକୁ ଦିଗଦର୍ଶନ ଦେଉଥିବା ସମସ୍ତେ ଦେଖୁଛନ୍ତି।

ଧୋନିଙ୍କ ପରାମର୍ଶ ଟିମ୍‌ ଇଣ୍ଡିଆ ସପକ୍ଷରେ ଏକାଧିକ ମ୍ୟାଚ୍‌ର ମୋଡ଼ ମଧ୍ୟ ବଦଳାଇ ଦେଇଛି। ଏଭଳି ଏକ ଗେମ୍‌ ଚେଞ୍ଜିଂ ଘଟଣା ବାଂଲାଦେଶ ବିପକ୍ଷ ଏସିଆ କପ୍‌ ସୁପର୍‌ ଫୋର୍‌ ମ୍ୟାଚ୍‌ରେ ଦେଖିବାକୁ ମିଳିଥିଲା।

ବାମହାତୀ ସ୍ପିନର୍‌ ରବୀନ୍ଦ୍ର ଜାଡେଜା କ୍ରମାଗତ ଦୁଇଟି ବଲ୍‌ରେ ଦୁଇଟି ଚୌକା ମାଡ଼ ଖାଇବା ପରେ ଧୋନି ତୁରନ୍ତ ରୋହିତଙ୍କ ପାଖକୁ ଆସି ଫିଲ୍ଡିଂ ଚେଞ୍ଜ କରିବାକୁ ପରାମର୍ଶ ଦେଇଥିଲେ। ୧୦ମ ଓଭର୍‌ ବେଳେ ଏହି ଘଟଣା ଘଟିଥିଲା।

ବାଂଲାଦେଶ ବ୍ୟାଟସ୍‌ମ୍ୟାନ୍‌ ସାକିବ୍‌ ଅଲ-ହାସନ୍‌ ଦୀର୍ଘ ସମୟ ପରେ ଅନ୍ତର୍ଜାତୀୟ ମ୍ୟାଚ୍‌କୁ କମ୍‌-ବ୍ୟାକ୍‌ କରିଥିବା ଜାଡେଜାଙ୍କ ଉପରେ ଚାପ ପକାଇବାକୁ ଉଦ୍ୟମ କରିଥିଲେ। ସେ ଲଗାତର ୨ଟି ଚୌକା ମାରିବା ପରେ ଧୋନି ସାକିବ୍‌ଙ୍କୁ ଆଉଟ୍‌ କରିବାକୁ ରଣନୀତି ତିଆରି କରିଥିଲେ। ସେ ତୁରନ୍ତ ରୋହିତଙ୍କୁ ଶର୍ଟ ଲେଗ୍‌ରେ ଜଣେ ଖେଳାଳିଙ୍କୁ ଫିଲ୍ଡିଂ କରିବାକୁ କହିଥିଲେ। ଏହାପରେ ସାକିବ୍‌ ନୂଆ ଫିଲ୍ଡର୍‌ ଯେଉଁଠି ଫିଲ୍ଡିଂ କରିଥିଲେ ଠିକ ସେଇ ସ୍ଥାନକୁ ହିଁ କ୍ୟାଚ୍‌ ଟେକି ଦେଇଥିଲେ।

ଦେଖନ୍ତୁ ଭିଡିଓ

ପ୍ରଥମ ଭିଡିଓରେ ଜାଡେଜା ଦୁଇଟି ଚୌକା ମାଡ଼ ଖାଇବା ପରେ ଧୋନି ଓ ରୋହିତଙ୍କ ମଧ୍ୟରେ ଆଲୋଚନା ହେଉଛି।

ଦ୍ୱିତୀୟ ଭିଡିଓରେ ସାକିବ୍‌ ନୂଆ ପୋଷ୍ଟିଙ୍ଗ ହୋଇଥିବା ଫିଲ୍ଡରଙ୍କ ହାତକୁ କ୍ୟାଚ୍‌ ଟେକି ଦେଉଛନ୍ତି।

ଏହି ଦୁଇଟି ଭିଡିଓ ଦେଖିବା ପରେ ଆପଣ ବି କହିବେ ମାହି ହିଁ ଟିମ୍‌ ଇଣ୍ଡିଆର ଅନ୍‌ ଅଫିସିଆଲ୍‌ ଅଧିନାୟକ।

 



from Odisha Reporter https://ift.tt/2I5W8ct

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages