ଚତୁର୍ଥ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ପରେ ହତ୍ୟା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 22, 2018

ଚତୁର୍ଥ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ପରେ ହତ୍ୟା!

ବାଲିଗୁଡ଼ା (ଅଜୟ ନାୟକ): ସ୍କୁଲରୁ ଫେରି ଘର ପଛ ପାଖ ନାଳକୁ ଶୌଚ ପାଇଁ ଯାଇଥିଲା ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ଝିଅଟି। ହେଲେ ସେ ଘରକୁ ଫେରିବା ଆଗରୁ ଯୌନ ରାକ୍ଷସଙ୍କ ପଞ୍ଝାରେ ପଡ଼ିଲା। ଦୁର୍ବୃତ୍ତମାନେ ତାକୁ ଟେକିନେଇ ଦୁଷ୍କର୍ମ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଵୀଭତ୍ସକାଣ୍ଡ ଘଟିଛି କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅଞ୍ଚଳରେ।

ନାବାଳିକା ଜଣକ ଚତୁର୍ଥ ଶ୍ରେଣୀରେ ପାଠ ପଢ଼ୁଥିଲେ। ଆଜି ଶନିବାର ଥିବାରୁ ସକାଳେ ସେ ସ୍କୁଲ ଯାଇଥିଲେ। ସ୍କୁଲରୁ ଫେରି ଅପରାହ୍ନ ୨ଟା ବେଳେ ବାଡ଼ି ପଛରେ ଥିବା ନାଳକୁ ଶୌଚ ପାଇଁ ଯାଇ ଆଉ ଘରକୁ ଫେରିନଥିଲେ। ଝିଅ ଘରକୁ ଫେରିବାରେ ବିଳମ୍ୱ ହେବାରୁ ପରିବାର ଲୋକେ ଚାରିଆଡ଼େ ଖୋଜିଥିଲେ ସୁଦ୍ଧା ତାଙ୍କର ପର୍ତ୍ତା ପାଇନଥିଲେ।

ସନ୍ଧ୍ୟା ବେଳେ ଏନେଇ ପରିବାର ଲୋକେ କୋଟଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ନାଳଠାରୁ କିଛି ଦୂରରେ ଜଙ୍ଗଲରୁ ନାବାଳିକାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରିଛି। ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରିଛି।

ଏହି ଘଟଣାରେ ଜଣେ ଯୁବକକୁ ଅଟକ ରଖି ପୁଲିସ ପଚରାଉଚରା କରୁଛି।



from Odisha Reporter https://ift.tt/2Q1IslJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages