ସ୍ୱାମୀଙ୍କୁ ଏମିତି ଚ୍ୟାଲେଞ୍ଜ ଦେଉଥିଲା ପତ୍ନୀ, ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 19, 2018

ସ୍ୱାମୀଙ୍କୁ ଏମିତି ଚ୍ୟାଲେଞ୍ଜ ଦେଉଥିଲା ପତ୍ନୀ, ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ବେଙ୍ଗାଲୁରୁ: ବଲିଉଡ୍‌ର ଫିଲ୍ମ “ଏକ ଭିଲେନ୍‌”ର ପୁନରାବୃତ୍ତି କର୍ଣ୍ଣାଟକାରେ ଘଟିଛି। ଉକ୍ତ ଫିଲ୍ମରେ ଅଭିନେତା ରିତେଶ ଦେଶମୁଖ ତାଙ୍କ ପତ୍ନୀଙ୍କ ପାଇଁ ଯେଉଁଭଳି ଚୋରି କରୁଥିଲେ ଠିକ୍‌ ଅନୁରୂପ ଭାବେ ମାଣ୍ଡି ଜିଲ୍ଲାରେ ଜଣେ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ସୁନା ଚେନ୍‌ ଚୋରି କରିବାକୁ କହୁଥିଲେ।

ପୁଲିସ୍‌ ଉଭୟ ପତିପତ୍ନୀଙ୍କୁ ଗିରଫ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁଯାୟୀ, ୨୯ ବର୍ଷୀୟ ମାଧବୀ ତାଙ୍କ ସ୍ୱାମୀ ଅଚ୍ୟୁତ କୁମାର ଓରଫ ବିଶ୍ୱନାଥ କୋଲିୱାଡ୍‌କୁ ପ୍ରତିଦିନ ଅତିକମ୍‌ରେ ୩ଟି ଲେଖାଏ ସୁନା ଚେନ୍‌ ଚୋରି କରି ଆଣିବାକୁ ଟାର୍ଗେଟ ଦେଉଥିଲେ। ପତ୍ନୀଙ୍କ କଥା ମାନି ଅଚ୍ୟୁତ ମଧ୍ୟ ଏଭଳି କାମ କରୁଥିଲେ। ଇତି ମଧ୍ୟରେ ଅଚ୍ୟୁତ ଅନ୍ତତଃ ୧୦୦ଟି ସୁନା ଚେନ୍‌ ଚୋରି ଘଟଣାରେ ସାମିଲ ଥିବା ପୁଲିସ୍‌ ଜାଣିବାକୁ ପାଇଛି। ସିସିଟିଭି ଫୁଟେଜ୍‌ରେ ଅଚ୍ୟୁତ ଧରା ପଡ଼ିବା ପରେ ପୁଲିସ୍‌ ତାକୁ ଗିରଫ କରିଥିଲା।

କିନ୍ତୁ ତା ପତ୍ନୀ ମାଧବୀ ଫେରାର ହୋଇଯାଇଥିଲା। ପୁଲିସ୍‌ କହିଛି, ୩୧ ବର୍ଷୀୟ ଅଚ୍ୟୁତ କୁମାର ଓରଫ୍‌ ବିଶ୍ୱନାଥ କୋଲିୱାଡ୍‌କୁ ଜୁନ୍‌ ମାସରେ ଗିରଫ କରାଯାଇଥିଲା। ଜେରା ବେଳେ ଅଚ୍ୟୁତ କୁମାର ପତ୍ନୀ ମାଧବୀ ତାକୁ କେମିତି ସୁନା ଚେନ୍‌ ଲୁଟ୍‌ କରିବାକୁ କହୁଥିଲା, ସେକଥା ପୁଲିସ୍‌କୁ ଜଣାଇଥିଲା। ସେ ସୁନା ଚେନ୍‌ ଚୋରି କରିବା ପରେ ମାଧବୀକୁ ଦେଉଥିଲା। ମାଧବୀ ଏହାକୁ ବିଭିନ୍ନ ଗହଣା ଦୋକାନରେ ଦେଇ ଟଙ୍କା ଆଣୁଥିଲା।

ଗଲା ୭ ମାସରେ ଏଭଳି ସୁନା ଚେନ୍‌ ଲୁଟି ପତିପତ୍ନୀ ୧ କୋଟିରୁ ଅଧିକ ଟଙ୍କା ରୋଜଗାର କରିଥିବା ଅଚ୍ୟୁତ କୁମାର ପୁଲିସ୍‌କୁ କହିଛି।

ପୁଲିସ୍‌ ତଦନ୍ତ କରି ଜାଣିବାକୁ ପାଇଥିଲା ଯେ ମାଧବୀର ଦାମୀ ଭ୍ୟାନିଟି ବ୍ୟାଗ୍‌ ପ୍ରତି ଦୁର୍ବଳତା ଥିଲା। ଏଥିସହ ସେ କୁମାରକୁ ୨ଟି ଏସ୍‌ୟୁଭି ଏବଂ ୫ଟି ବାଇକ୍‌ କିଣିବାକୁ ମଧ୍ୟ ବାଧ୍ୟ କରିଥିଲା। ମାଧବୀ ବଡ଼ ହୋଟେଲ୍‌ରେ ରହିବାକୁ ଏବଂ ଦାମୀ ଜିନିଷ କିଣିବାକୁ ପସନ୍ଦ କରୁଥିବାରୁ ସ୍ୱାମୀ ଅଚ୍ୟୁତ କୁମାରକୁ ସୁନା ଚେନ୍‌ ଚୋରି କରିବାକୁ କହୁଥିଲା ବୋଲି ପୁଲିସ୍‌ ଜାଣିବାକୁ ପାଇଛି।

କୁମାରକୁ ଯେତେବେଳେ ପୁଲିସ୍‌ ଧରିବାକୁ ଚାହୁଁଥିଲା, ସେ ସେଠାରୁ ଖସିଯିବାକୁ ଉଦ୍ୟମ କରିଥିଲା। ତେବେ ପୁଲିସ୍‌ ତା’ ଗୋଡ଼କୁ ଗୁଳି କରି ତାକୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଆଜି ପୁଲିସ୍‌ ମାଧବୀକୁ ଗିରଫ କରିଛି।



from Odisha Reporter https://ift.tt/2NOaZOb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages