
ଲକ୍ଷ୍ନୌ: ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇର ହନିଟ୍ରାପ୍ରେ ଫସିଥିବା ଜଣେ ଭାରତୀୟ ବିଏସ୍ଏଫ୍ ଯବାନଙ୍କୁ ଆଜି ଗିରଫ କରାଯାଇଛି।
ଆଇଏସ୍ଆଇ ପକ୍ଷରୁ ବିଏସ୍ଏଫ୍ ଯବାନ ଅଚ୍ୟୁତାନନ୍ଦ ମିଶ୍ର ନାମକ ଜଣେ ଯବାନଙ୍କୁ ଫେସବୁକ୍ ଜରିଆରେ ଏକ ସୁନ୍ଦରୀ ଝିଅର ମାୟାଜାଲରେ ଫସାଇ ଦିଆଯାଇ ଥିଲା। ଏହାପରେ ସେ ଝିଅଟିର କଥାରେ ପଡ଼ି ଯବାନ ଜଣକ ବହୁ ଗୁପ୍ତ ତଥ୍ୟ ପାକିସ୍ତାନକୁ ଦେଉଥିଲେ।
ଆଜି ଉତ୍ତର ପ୍ରଦେଶ ଏଟିଏସ୍ ଦିଲ୍ଲୀର ନଏଡା ଅଞ୍ଚଳରୁ ବିଏସ୍ଏଫ୍ କନଷ୍ଟେବଲ୍ ଅଚ୍ୟୁତାନନ୍ଦ ମିଶ୍ରଙ୍କୁ ଗିରଫ କରିଛି। ଅଚ୍ୟୁତାନନ୍ଦ ଦିଲ୍ଲୀରେ ଥିବା ବିଏସ୍ଏଫ୍ ଅଫିସରେ କାର୍ଯ୍ୟରତ ଥିଲେ। ୨୦୧୬ ଜାନୁଆରୀ ମାସରୁ ଅଚ୍ୟୁତ ଫେସବୁକ ଜରିଆରେ ଆଇଏସ୍ଆଇ ବିଛାଇଥିବା ଜାଲରେ ଫସି ଜଣେ ଝିଅକୁ ସବୁ ତଥ୍ୟ ଦେଉଥିବା ଗୁଇନ୍ଦା ବିଭାଗ ଜାଣିବାକୁ ପାଇଥିଲା।
from Odisha Reporter https://ift.tt/2ML4J4Y
No comments:
Post a Comment