କୋଟିପତି ମୋଦି କେଉଁଠି ରଖିଛନ୍ତି ତାଙ୍କ ଟଙ୍କା, ଜାଣନ୍ତୁ କିଛି ତଥ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 19, 2018

କୋଟିପତି ମୋଦି କେଉଁଠି ରଖିଛନ୍ତି ତାଙ୍କ ଟଙ୍କା, ଜାଣନ୍ତୁ କିଛି ତଥ୍ୟ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପତ୍ତି ସମ୍ପର୍କରେ ହୁଏତ ବହୁତ କମ୍‌ ଲୋକ ଜାଣିଥିବେ। ବର୍ତ୍ତମାନ ମୋଦି ଜଣେ କୋଟିପତି। ହେଲେ ସେ ଏହି ଟଙ୍କା ଓ ସମ୍ପତ୍ତି କେଉଁଠି ରଖିଛନ୍ତି, ସେ ବିଷୟରେ ଆପଣ ଜାଣିଛନ୍ତି କି? ଯଦି ନା, ତା’ହେଲେ ଏହି ରିପୋର୍ଟଟିକୁ ପଢ଼ନ୍ତୁ।

ମାର୍ଚ୍ଚ ୩୧ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମୋଦିଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨.୩ କୋଟି। ଶ୍ରୀ ମୋଦି ନିଜ ପାଖରେ ୪୮,୯୪୪ ଟଙ୍କାର ନଗଦ ଟଙ୍କା ରଖିଥିବା ବେଳେ ଗାନ୍ଧିନଗରରେ ଥିବା ଏସ୍‌ବିଆଇରେ ୧୧.୩ ଲକ୍ଷ ଟଙ୍କା ଜମା ରଖିଛନ୍ତି।

ତଥ୍ୟ ଅନୁସାରେ ପ୍ରଧାନମନ୍ତ୍ରୀ ଏଯାଏ କାହାଠାରୁ ଟଙ୍କାଟିଏ ମଧ୍ୟ ଋଣ ନେଇନାହାନ୍ତି। ଏହାବାଦ୍‌ ଶ୍ରୀ ମୋଦି ଏସ୍‌ବିଆଇରେ ୧.୦୭ କୋଟିର ଫିକ୍ସଡ୍‌ ଡିପୋଜିଟ୍‌ କରିଛନ୍ତି।

ସେହିପରି ଇନଫ୍ରାଷ୍ଟକଚର୍‌ ବଣ୍ଡରେ ଶ୍ରୀ ମୋଦି ୨୦,୦୦୦ ଟଙ୍କା ପୁଞ୍ଜି ନିବେଶ କରିଛନ୍ତି। ଏହା ବ୍ୟତୀତ ଜାତୀୟ ଜମା ପ୍ରମାଣପତ୍ରରେ ୫.୨ ଲକ୍ଷ ଓ ଜୀବନ ବୀମା ବାବଦରେ ଶ୍ରୀ ମୋଦି ୧.୬ ଲକ୍ଷ ଟଙ୍କା ନିବେଶ କରିଛନ୍ତି।

ମୋଦିଙ୍କ ପାଖରେ ୪ଟି ସୁନା ମୁଦି ରହିଛି, ଯାହାର ବଜାର ମୂଲ୍ୟ ୧.୩୮ ଲକ୍ଷ ଟଙ୍କା। ତେବେ ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ନିଜ ପାଇଁ କୌଣସି ସୁନାଅଳଙ୍କାର କିଣି ନାହାନ୍ତି।

ଗୁଜରାଟ୍‌ର ଗାନ୍ଧିନଗରରେ ମୋଦିଙ୍କ ୩୫ଶହ ସ୍କୋୟାର ଫୁଟ୍‌ର ଏକ ବଙ୍ଗଳା ରହିଛି। ଏହାକୁ ସେ ୨୦୦୨ ମସିହାରେ ମାତ୍ର ୧.୩୦ ଲକ୍ଷ ଟଙ୍କାରେ କିଣିଥିଲେ। ଏବେ ଏହାର ବଜାର ମୂଲ୍ୟ ୧ କୋଟି ହୋଇଥିବା ଜଣାପଡ଼ିଛି।

ମୋଦିଙ୍କ ନାଁରେ ଏଯାଏ କୌଣସି କାର, ବାଇକ୍‌ କିମ୍ବା ବିମାନ କିଣା ଯାଇନାହିଁ ବୋଲି ତଥ୍ୟରେ ଉଲ୍ଲେଖ ରହିଛି।



from Odisha Reporter https://ift.tt/2MNqd12

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages