ପାକିସ୍ତାନ ବିରୋଧରେ ପୁଣି ସର୍ଜିକାଲ ଷ୍ଟ୍ରାଇକ୍ ? ରାଜନାଥ ସିଂହ ଦେଲେ ଏମିତି ସଙ୍କେତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 29, 2018

ପାକିସ୍ତାନ ବିରୋଧରେ ପୁଣି ସର୍ଜିକାଲ ଷ୍ଟ୍ରାଇକ୍ ? ରାଜନାଥ ସିଂହ ଦେଲେ ଏମିତି ସଙ୍କେତ

ମୁଜାଫରନଗର: ପାକିସ୍ତାନ ସେନା ବିରୋଧରେ ଭାରତୀୟ ସେନା କିଛି ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କି? ଆଗକୁ ଦେଶବାସୀ ପୁଣିଥରେ ଭାରତୀୟ ସେନାର ପରାକ୍ରମ ବିଷୟରେ କିଛି ଅଧିକ ତଥ୍ୟ ପାଇବେ କି? କ’ଣ ଭାରତୀୟ ସେନା ୧୮ ତାରିଖରେ ପାକ୍‌ ରେଞ୍ଜର୍ସଙ୍କ ହାତରେ ସହିଦ ହୋଇଥିବା ବିଏସ୍‌ଏଫ୍‌ କନଷ୍ଟେବଲ୍‌ ନରେନ୍ଦ୍ର ସିଂହଙ୍କ ମୃତ୍ୟୁର ପ୍ରତିଶୋଧ ନେଇଛନ୍ତି?

ଏମିତି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଠିଛି। ଏଭଳି ପ୍ରଶ୍ନ ଉଠିବା ପଛରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଆଜି ଦେଇଥିବା ସଙ୍କେତ ପରେ ହିଁ ସାମ୍ନାକୁ ଆସିଛି। ଆଜି ଶ୍ରୀ ସିଂହ ଉତ୍ତର ପ୍ରଦେଶର ମୁଜାଫରନଗରଠାରେ ଏକ ସଭାରେ ଉଦ୍‌ବୋଧନ ଦେଇ କହିଛନ୍ତି, ସାମ୍ବା ନିକଟ ଅନ୍ତର୍ଜାତୀୟ ସୀମାନ୍ତରେ ବିଏସ୍‌ଏଫ୍‌ ଯବାନ ନରେନ୍ଦ୍ର ସିଂହଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ସୀମାରେ ଏକ ବହୁତ ବଡ଼ ଘଟଣା ଘଟିଛି। କିନ୍ତୁ କ’ଣ ଘଟିଛି ସେକଥା କହିବି ନାହିଁ। ହେଲେ ଯାହା ଘଟିଛି ଭଲ ହୋଇଛି। ବିଶ୍ୱାସ କରନ୍ତୁ, ୨/୩ ଦିନ ତଳେ ବଡ଼ ଘଟଣା ଘଟିଛି। ଆଗକୁ ମଧ୍ୟ ଆହୁରି ବଡ଼ ଘଟଣା ଘଟିବ। ଆପଣମାନେ କେବଳ ସମୟକୁ ଅପେକ୍ଷା କରନ୍ତୁ ବୋଲି ଶ୍ରୀ ସିଂହ କହିଛନ୍ତି।

ବିଏସ୍‌ଏଫ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ନରେନ୍ଦ୍ର ସିଂହଙ୍କୁ ପାକ୍‌ର ବର୍ଡର ଆକ୍ସନ୍‌ ଟିମ୍‌ ବା ବ୍ୟାଟ୍‌ ପକ୍ଷରୁ ଅତ୍ୟନ୍ତ ଅମାନୁଷିକ ଭାବେ ହତ୍ୟା କରାଯାଇଥିଲା। ଏହାର ଜବାବ୍‌ ଦୁଇ ଦିନ ତଳେ ଦିଆଯାଇଥିଲା। ଏଥିରେ ପାକିସ୍ତାନର ବ୍ୟାପକ କ୍ଷୟକ୍ଷତି ଘଟିଛି। କୁହାଯାଉଛି ପାଖାପାଖି ୧୧ ଜଣ ପାକ୍‌ ରେଞ୍ଜର୍ସ ଭାରତର ପାଲଟା ଆକ୍ରମଣରେ ନିହତ ହୋଇଛନ୍ତି।

୧୮ ତାରିଖରେ ପାକ୍‌ ସେନା ବିଏସ୍‌ଏଫ୍‌ ଯବାନ ନରେନ୍ଦ୍ର ସିଂହଙ୍କୁ ଅପହରଣ କରିବା ପରେ ଗଳା କାଟି ହତ୍ୟା କରିଥିଲେ। ତାଙ୍କ ଶରୀରରେ ଗୁଳି ଚିହ୍ନ ମଧ୍ୟ ରହିଥିଲା। ଏହି ଘଟଣାକୁ ନେଇ ସମଗ୍ର ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏପରି ଭାରତୀୟ ସେନାଧ୍ୟକ୍ଷ ଜେନେରାଲ୍‌ ବିପିନ୍‌ ରାୱତ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍‌ କରାଯିବ ବୋଲି ପାକିସ୍ତାନକୁ ଧମକ ମଧ୍ୟ ଦେଇଥିଲେ।



from Odisha Reporter https://ift.tt/2xZ2JAJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages