
(ଓଡ଼ିଶା ରିପୋର୍ଟର): ଦୁର୍ଗାପୂଜା ପୂର୍ବରୁ ଆରମ୍ଭ ହୋଇ ଦୀପାବଳି ଯାଏ ସାରା ଭାରତରେ ଲାଗିରହେ ପାର୍ବଣର ମାହୋଲ। ଆଉ ସେତେବେଳେ ଉସବକୁ ଆହୁରି ରଙ୍ଗିନ୍ କରି ଜମିଯାଏ ଶପିଂ। ଏହାକୁ ଆଖି ଆଗରେ ରଖି ବର୍ଷ ତମାମ ଅପେକ୍ଷା କରି ରହିଥାଆନ୍ତି ପ୍ରମୁଖ ଅନ୍ଲାଇନ୍ ଶପିଂ କମ୍ପାନୀ। ପ୍ରତିବର୍ଷ ଫ୍ଲିପ୍କାର୍ଟର ବିଗ୍ ବିଲିୟନ୍ ଡେ’ ଏବଂ ଆମାଜନ୍ର ଗ୍ରେଟ୍ ଇଣ୍ଡିଆନ୍ ସେଲ୍ ଏହି ସମୟରେ ବୃହତ୍ ପରିମାଣର ବ୍ୟବସାୟ କରିବାର ଲକ୍ଷ୍ୟ ରଖିଥଆନ୍ତି।
ଏହି ଲକ୍ଷ୍ୟକୁ ବାସ୍ତବ ରୂପ ଦେବାପାଇଁ ସେମାନେ ଆପଣାଉଥିବା ବିଭିନ୍ନ ଉପାୟରୁ ଅନ୍ୟତମ ହେଉଛି ପେମେଣ୍ଟ ପ୍ରକ୍ରିୟାକୁ ସରଳ କରିବା। ବିଶେଷ କରି ପାର୍ବଣ ବ୍ୟବସାୟକୁ ଲକ୍ଷ୍ୟ ରଖି ଉଭୟ ଫ୍ଲିପ୍କାର୍ଟ ଏବଂ ଆମାଜନ୍ ଯଥାକ୍ରମେ ’ଅବ୍ ଇଣ୍ଡିଆ ହୋଗା ବଜେଟ୍ସେ ମୁକ୍ତ’ ଏବଂ ’ନାଓ ବଜେଟ୍ ୱଣ୍ଟ ଲିମିଟ୍ ଇଣ୍ଡିଆସ୍ ସେଲିବ୍ରେସନ୍’ ସ୍ଲୋଗାନ୍ ଦେଇଛନ୍ତି। ଏହି ଅଭିଯାନରେ କେବଳ ଆଧାର ଏବଂ ପ୍ୟାନ୍ କାର୍ଡ ତଥ୍ୟ ଦେଇ ତୁରନ୍ତ ହାସଲ କରିହେଉଛି। ଏହି ପ୍ରକ୍ରିୟା ପୂରଣ ହେଲାପରେ ତୁରନ୍ତ ୬୦ ହଜାର ଟଙ୍କାର ଋଣ ମିଳିଯାଇ ପାରିବ। ଏହି ଟଙ୍କାରେ ନିଜ ଇଚ୍ଛା ମୁତାବକ ପାର୍ବଣ ଶପିଂ କରି ପରେ ବିଭିନ୍ନ ଇନ୍ଷ୍ଟଲମେଣ୍ଟରେ ଧୀରେଧୀରେ ଶୁଝିଦେଇହେବ।
କେମିତି କରିବେ ଆମାଜନ୍ ପେ ଇଏମ୍ଆଇ ଆବେଦନ
୧. ସ୍ମାର୍ଟଫୋନ୍ରେ ଆମାଜନ୍ ମୋବାଇଲ୍ ଆପ୍ ଖୋଲି ମୁଖ୍ୟ ସ୍କ୍ରିନ୍ରେ ଆମାଜନ୍ ପେ ଇଏମ୍ଆଇ ବ୍ୟାନର ଉପରେ କ୍ଲିକ କରନ୍ତୁ। ଏଥର ଏକ ନୂତନ ସ୍କ୍ରିନ୍ ଖୋଲିଯିବ, ଯାହାକି ପେମେଣ୍ଟ ପ୍ରକ୍ରିୟା ବାବଦରେ ଦର୍ଶାଉଥିବ।
୨. ଏଥର ସାଇନ୍ ଅପ୍ ସ୍ଥାନରେ କ୍ଲିକ୍ କରନ୍ତୁ ଯେଉଁଠାରେ ଆଧାର ଏବଂ ପ୍ୟାନ୍ ତଥ୍ୟ ଦେବାକୁ ହେବ। ଏବେ ଆପଣଙ୍କ ଆଧାରରେ ପଞ୍ଜୀକୃତ ମୋବାଇଲ ନମ୍ବରକୁ ଆସିଥିବା ୱାନ୍ ଟାଇମ୍ ପାସ୍ୱାର୍ଡ ଟାଇପ୍ କରି ଦିଅନ୍ତୁ।
୩. ସମସ୍ତ ପ୍ରକ୍ରିୟା ସରିଗଲା ପରେ ତୁରନ୍ତ ଆପଣଙ୍କ ଆମାଜନ୍ ପେ ଆକାଉଣ୍ଟକୁ ଶପିଂ ପାଇଁ ଉଦ୍ଦିଷ୍ଟ ଅର୍ଥ ଚାଲିଆସିବ। ଏଥର ଆମାଜନ୍ ପେ’ ଇଏମ୍ଆଇ ବ୍ୟବହାର କରି ୮ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଉତ୍ପାଦ ଶପିଂ କରିବା ପାଇଁ ଆମାଜନ ମୋବାଇଲ୍ ଆପ୍ ହିଁ ବ୍ୟବହାର କରିବାକୁ ହେବ।
୪. ଥରେ ଶପିଂ କରିବା ପରେ ଇଏମ୍ଆଇ ଶୁଝିବା ପାଇଁ ଅନ୍ଲାଇନ୍ ପେମେଣ୍ଟ କରିପାରିବେ କିମ୍ବା ଡେବିଟ୍ କାର୍ଡ ଓ କ୍ରେଡିଟ୍ କାର୍ଡ ଯୋଗେ ମଧ୍ୟ ପେମେଣ୍ଟ କରିପାରିବେ।

ଫ୍ଲିପ୍କାର୍ଟର କାର୍ଡଲେସ୍ କ୍ରେଡିଟ୍
୧. ଫ୍ଲିପକାର୍ଟ ମୋବାଇଲ୍ ଆପ୍ ଖୋଲି ମୁଖ୍ୟ ସ୍କ୍ରିନ୍ରେ ଇନ୍ଷ୍ଟାଣ୍ଟ କ୍ରେଡିଟ୍ ପାଇଁ ଉଦ୍ଦିଷ୍ଟ ବ୍ୟାନର୍ ଉପରେ କ୍ଲିକ କରନ୍ତୁ।
୨. ଏଥର ସାଇନ୍ ଅପ୍ ସ୍ଥାନରେ କ୍ଲିକ୍ କରନ୍ତୁ ଯେଉଁଠାରେ ଆଧାର ଏବଂ ପ୍ୟାନ୍ ତଥ୍ୟ ଦେବାକୁ ହେବ। ଏହାପରେ ଆଧାରରେ ପଞ୍ଜୀକୃତ ନମ୍ବରକୁ ଆସିଥିବା ୱାନ୍ ଟାଇମ୍ ପାସ୍ୱାର୍ଡ ନିଶ୍ଚିତ କରାଇ ଦିଅନ୍ତୁ।
୩. ସମସ୍ତ ପ୍ରକ୍ରିୟା ସରିଗଲା ପରେ ତୁରନ୍ତ ଆପଣଙ୍କ ଆକାଉଣ୍ଟକୁ ୬୦ ହଜାର ଟଙ୍କାର ଅର୍ଥ ଚାଲିଆସିବ।
୪. କ୍ରେଡିଟ୍ ଅର୍ଥକୁ ବ୍ୟବହାର କରିବା ପାଇଁ କାର୍ଡଲେସ୍ କ୍ରେଡିଟ୍ ଇଏମ୍ଆଇ ବିକଳ୍ପ ବାଛିବାକୁ ହେବ। ବର୍ତ୍ତମାନ ନିଜର କ୍ଷମତା ଅନୁଯାୟୀ ୩ରୁ ୧୨ ମାସ ଯାଏ ଇମ୍ଆଇ ଭରିପାରିବେ। ଏତଦ୍ବ୍ୟତୀତ ପୂର୍ବବର୍ଷ ମାନଙ୍କ ଭଳି ଡେବିଟ୍ ଏବଂ କ୍ରେଡିଟ୍ କାର୍ଡରେ ମଧ୍ୟ ନୋ କଷ୍ଟ୍ ଇଏମ୍ଆଇ ସୁବିଧା ଉପଲବ୍ଧ ରହିଛି।
ନୋ କଷ୍ଟ୍ ଇଏମ୍ଆଇ
୧. ଜିରୋ କଷ୍ଟ୍ ଇଏମ୍ଆଇକୁ ଆର୍ବିଆଇ ବ୍ୟାନ୍ କରିବାପରେ ସମସ୍ତ ଅଗ୍ରଣୀ ଅନ୍ଲାଇନ୍ ଶପିଂ ସାଇଟ୍ରେ ଏହି ବ୍ୟବସ୍ଥା ଲାଗୁ ହୋଇଛି। ଏଥିପାଇଁ ପାଖରେ ଇଏମ୍ଆଇ ଯୋଗ୍ୟ କ୍ରେଡିଟ୍ କାର୍ଡ ରଖି ସିଧା ଚେକ୍ଆଉଟ୍ ପେଜ୍କୁ ଯିବାକୁ ହେବ।
୨. ଏବେ ନୋ କଷ୍ଟ୍ ଇଏମ୍ଆଇ ଯୋଗ୍ୟ କ୍ରେଡିଟ୍ କାର୍ଡର ଆବଶ୍ୟକ ତଥ୍ୟ ଦିଅନ୍ତୁ।
୩. ଏମ୍ଆଇ ଅବଧି ବା ଡ୍ୟୁରେସନ୍ ନିଶ୍ଚିତ କରାନ୍ତୁ।
୪. ସେଥିରେ କ୍ଲିକ୍ କଲେ ମାସିକିଆ ଇଏମ୍ଆଇ ଅର୍ଥ ଏବଂ ରିହାତି ସହିତ ଏକ ହିସାବ ଚିଠା ଆସିଯିବ।
୫. ଏଥର କ୍ରେଡିଟ୍ କାର୍ଡର ଦୁଇ ଥାକିଆ ଅଥେଣ୍ଟିକେସନ୍ କରି ଉତ୍ପାଦ କିଣିବା ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ।
from Odisha Reporter https://ift.tt/2QkdqFL
No comments:
Post a Comment