‘ରାଜ୍ୟରେ ୬୦ରୁ ଅଧିକ ମହାବଳବାଘ ଅଛିନ୍ତି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 29, 2018

‘ରାଜ୍ୟରେ ୬୦ରୁ ଅଧିକ ମହାବଳବାଘ ଅଛିନ୍ତି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ହେମଗିର ଜଙ୍ଗଲ, ସମ୍ୱଲପୁର ଜିଲ୍ଲା ହୀରାକୁଦ ଦେବ୍ରିଗଡ଼ ଓ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବନାଞ୍ଚଳରେ ମହାବଳ ବାଘର ସନ୍ଧାନ ମିଳିଛି। ଜଙ୍ଗଲରେ ଲାଗିଥିବା କ୍ୟାମେରାରେ ଏସବୁ ବାଘଙ୍କ ଫଟୋ ଉଠିଛି। ତା’ରି ଭିତ୍ତିରେ ବର୍ତ୍ତମାନ ରାଜ୍ୟରେ ୬୦ରୁ ଅଧିକ ମହାବଳ ବାଘ ଥିବା କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ।

କିଛି ମାସ ତଳେ ସୁନ୍ଦରଗଡ଼ ବନଖଣ୍ଡ ଗର୍ଜନପାହାଡ଼ ସଂରକ୍ଷିତ ଜଙ୍ଗଲରେ ଗୋଟିଏ କଳା ବାଘ ତା’ ମାଆ ସହିତ ବୁଲୁଥିଲା। ଯାହା ଟ୍ରାପ୍ କ୍ୟାମେରାରେ କଏଦ୍ ହୋଇଥିଲା। ହେମଗିରି ଓ ଗୋପାଳପୁର ରେଞ୍ଜ ଅଞ୍ଚଳରେ କଳା ବାଘକୁ ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ତେବେ ବନ ବିଭାଗ ଏହାର ଝଲକ ପାଇନଥିଲା। ମାତ୍ର ଜଙ୍ଗଲରେ ଲାଗିଥିବା ଟ୍ରାପ୍ କ୍ୟାମେରାରେ ଏହି ବିରଳ ଜନ୍ତୁର ଫଟୋ କଏଦ୍ ହୋଇଥିଲା।

ସେହିପରି ମହାବଳ ବାଘର ବଂଶ ବୃଦ୍ଧି ପାଇଁ ମଧ୍ୟପ୍ରଦେଶର ବାନ୍ଧବଗଡ଼ରୁ ବାଘୁଣୀ ‘ସୁନ୍ଦରୀ’ ଓ କାହ୍ନା ଅଭୟାରଣ୍ୟରୁ ବାଘ ମହାବୀର ସାତକୋଶିଆ ଅଭୟାରଣ୍ୟକୁ ଅଣାଯାଇଥିଲା। ମାତ୍ର ’ସୁନ୍ଦରୀ’ ଅଭୟାରଣ୍ୟ ଭିତରକୁ ନଯାଇ ପାର୍ଶ୍ୱବର୍ତ୍ତୀ ଗାଁରେ ଶିକାର କରୁଥିବା ଅଭିଯୋଗ ହେଉଛି। ଯାହାକୁ ନେଇ ପ୍ରତି ଦିନ ଉତ୍ତେଜନା ପ୍ରକାଶ ପାଉଛି।



from Odisha Reporter https://ift.tt/2NcGehg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages