
ନୂଆଦିଲ୍ଲୀ: ବେଲଗାମ ହୋଇଛି ତେଲ ଦର। ଗତ ୧୦ ଦିନ ମଧ୍ୟରେ ଲଗାତାର ଭାବେ ପେଟ୍ରୋଲ ଏବଂ ଡିଜେଲ୍ ଦର ବଢ଼ିବାରେ ଲାଗିଛି। ତେବେ ମଙ୍ଗଳବାର ତେଲ ଦର ସର୍ବାଧିକ ହୋଇଛି।
ଆଜି ମୁମ୍ବାଇରେ ପେଟ୍ରୋଲ ଲିଟର୍ ପିଛା ୮୬ ଟଙ୍କା ୭୨ ପଇସା ଥିବା ବେଳେ ଡିଜେଲ୍ ଲିଟର୍ ପିଛା ୭୫ ଟଙ୍କାରେ ପହଞ୍ଚିଛି। ସେହିପରି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ୍ ୭୯ ଟଙ୍କା ୩୧ ପଇସା ଓ ଡିଜେଲ୍ ଲିଟର୍ ପିଛା ୭୧ ଟଙ୍କା ୩୪ ପଇସା ହୋଇଛି।
ବାରମ୍ବାର ତେଲ ଦର ବଢ଼ୁଥିବାରୁ ଏବଂ ଏ କ୍ଷେତ୍ରରେ କେନ୍ଦ୍ର କିମ୍ବା କୌଣସି ରାଜ୍ୟ ସରକାର ଖାଉଟିଙ୍କୁ ଆଶ୍ଵସ୍ତ କଲା ଭଳି କୌଣସି ପଦକ୍ଷେପ ନେଉ ନ ଥିବାରୁ ଚାରିଆଡ଼େ ଅସନ୍ତୋଷ ବ୍ୟାପୁଛି।
from Odisha Reporter https://ift.tt/2wFuiOP
No comments:
Post a Comment