
ଉରି: ଜମ୍ମୁ-କଶ୍ମୀରର କଠୁଆ ଗଣଦୁଷ୍କର୍ମକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଉରିରେ ଏହାର ପୁନରାବୃତ୍ତି ଘଟିଛି। ଉରିର ବୋନୟାରଠାରେ ଜଣେ ୯ ବର୍ଷୀୟ ଶିଶୁ କନ୍ୟାକୁ ଗଣଦୁଷ୍କର୍ମ କରାଯିବା ପରେ ତାଙ୍କୁ ଅତ୍ୟନ୍ତ କଲବଲ କରି ହତ୍ୟା କରାଯାଇଛି। ଏହି ଘଟଣା ପଛରେ ଶିଶୁ କନ୍ୟାଟିର ସାବତ ମା’ ଓ ଭାଇ ରହିଥିବା ଜଣାପଡ଼ିଛି।
ସାବତ ଭାଇ ଓ ତା’ର ୩ ଜଣ ସାଙ୍ଗ ପ୍ରଥମେ ଶିଶୁଟିକୁ ଗଣଦୁଷ୍କର୍ମ କରିଥିଲେ। ଏହାପରେ ଘଟଣା ସ୍ଥଳରେ ଉପସ୍ଥିତ ଥିବା ସାବତ ମା’ ଶିଶୁଟିର ତଣ୍ଟି ଚିପି ହତ୍ୟା କରିଥିଲା। ଖାଲି ସେତିକି ନୁହେଁ, ଏକ ଧାରୁଆ ଅସ୍ତ୍ରରେ ଶିଶୁଟିର ଆଖିକୁ ତାଡ଼ି ଦେବା ସହ ମୃତଦେହ ଉପରେ ଏସିଡ୍ ଢାଳିବାକୁ ମଧ୍ୟ ସାବତ ମା’ ଓ ଭାଇ ପଛାଇ ନଥିଲେ।
ଏହି ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିବା ପରେ ସମଗ୍ର ଦେଶରେ ଅସନ୍ତୋଷର ଦାନା ବାନ୍ଧିବା ଆରମ୍ଭ ହୋଇଛି।
ପୁଲିସ୍ ଏହି ଘଟଣାର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁଲିସ୍ ଅଧା ପଚା ଶିଶୁ କନ୍ୟାଟିର ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଉରି ସବ୍ ଡିଭିଜନାଲ୍ ପୁଲିସ୍ ଅଫିସରଙ୍କ ନେତୃତ୍ୱରେ ଗଠିତ ଏସ୍ଆଟି ଘଟଣାର ଛାନଭିନ୍ କରୁଥିବା ଜଣାପଡ଼ିଛି।
ଶିଶୁ କନ୍ୟାଟିର ବାପା ମୁସ୍ତାକ୍ ଦୁଇଟି ବିବାହ କରିଥିଲେ। ତେବେ ମୁସ୍ତାକ ତାଙ୍କ ପ୍ରଥମ ପତ୍ନୀ ଫମିଦାଙ୍କୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି। ଏଥିପାଇଁ ଫମିଦା ମୁସ୍ତାକଙ୍କ ଦ୍ୱିତୀୟ ପତ୍ନୀ ଓ ତାଙ୍କ ଶିଶୁ କନ୍ୟାଙ୍କୁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲେ। ଫମିଦା ରବିବାର ଦିନ ସନ୍ଧ୍ୟାରେ ତାଙ୍କ ସାବତ ଝିଅକୁ ନିକଟସ୍ଥ ଏକ ଜଙ୍ଗଲକୁ ନେଇଯାଇଥିଲେ।
ସେଠାରେ ଫମିଦାଙ୍କ ୧୪ ବର୍ଷୀୟ ପୁଅ ସାହିଲ ତା’ ସାଙ୍ଗ କୈସୋର ଅହମ୍ମଦ, ଆଦିଲ ଅହମ୍ମଦ ଓ ନାସିର ଅହମ୍ମଦ ଖାନ୍ ଶିଶୁ କନ୍ୟାଟି ସହ ଗଣଦୁଷ୍କର୍ମ କରିଥିଲେ। ଏସବୁ ଦୃଶ୍ୟକୁ ଫମିଦା ସେଠାରେ ଠିଆ ହୋଇ ଦେଖିଥିଲେ। ଏହାପରେ ସାହିଲ ଏକ କୁରାଢ଼ୀରେ ଶିଶୁ କନ୍ୟାଟିର ମୁଣ୍ଡରେ ଆଘାତ ଦେଇଥିଲେ। ଏହି ସମୟରେ ଫମିଦା ତାଙ୍କ ସାବତ ଝିଅର ତଣ୍ଟି ଚିପି ହତ୍ୟା କରିଥିଲେ।
ତେବେ ଏତିକିରେ ସରି ନଥିଲା ବର୍ବରତା। ଏକ ଧାରୁଆ ଅସ୍ତ୍ରରେ ଶିଶୁ କନ୍ୟାଟିର ଆଖିକୁ ଫାମିଦା ଓ ଓ ତାଙ୍କ ପୁଅ ତାଡ଼ି ଦେଇ ଏକ ଗାତରେ ପୋତି ଦେଇଥିଲେ। ଏହାପରେ ଶିଶୁ କନ୍ୟାଟିର ମୃତଦେହରେ ଏସିଡ୍ ଢାଳିବା ପରେ ଶବକୁ ନିକଟସ୍ଥ ଏକ ବୁଦାରେ ଲୁଚାଇ ଦେଇଥିଲେ।
from Odisha Reporter https://ift.tt/2Q5Kdz8
No comments:
Post a Comment