ଅଙ୍ଗନଓ୍ୱାଡି କର୍ମୀଙ୍କ ପ୍ରଶ୍ନ: ୬ ଟଙ୍କା ୨୦ ପଇସାରେ କେମିତି ଶିଶୁଙ୍କୁ ଅଣ୍ଡା ମିଲ୍‌ ଦେବୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 4, 2018

ଅଙ୍ଗନଓ୍ୱାଡି କର୍ମୀଙ୍କ ପ୍ରଶ୍ନ: ୬ ଟଙ୍କା ୨୦ ପଇସାରେ କେମିତି ଶିଶୁଙ୍କୁ ଅଣ୍ଡା ମିଲ୍‌ ଦେବୁ

anganward

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ଅଙ୍ଗନଓ୍ୱାଡି କର୍ମୀଙ୍କୁ ସରକାର ଦେଉଛନ୍ତି ୮ ଟଙ୍କା। ସେଥିରୁ ଚାଉଳ ପାଇଁ ଗଲା ୩୦ ପଇସା ଓ ଜଳଖିଆ ପାଇଁ ଗଲା ୧ ଟଙ୍କା ୫୦ ପଇସା । ବାକି ୬ ଟଙ୍କା ୨୦ ପଇସାରେ କେମିତି ଶିଶୁମାନଙ୍କୁ ଅଣ୍ଡା ମିଲ୍‌ ଦେବୁ?” ଏମିତି ପ୍ରଶ୍ନ କରିଛନ୍ତି ନୟାଗଡ଼ ଜିଲ୍ଲା ଅଙ୍ଗନଓ୍ୱାଡି କର୍ମଚାରୀ ସଂଘ ସମ୍ପାଦକ ସୁଶ୍ରୀ ସଂଗୀତା ମହାପାତ୍ର।

ସଂଗୀତାଙ୍କ ପରି ହଜାର ହଜାର ଅଙ୍ଗନଓ୍ୱାଡି କର୍ମୀ ଓ ସହାୟିକା ୯ ଦଫା ଦାବି ନେଇ ଆଜି ରାଜଧାନୀ ଭୁବନେଶ୍ୱରରେ ଗର୍ଜିଛନ୍ତି। ସେମାନେ ମାଷ୍ଟରକ୍ୟାଣ୍ଟିନ ଛକରୁ ବାହାରି ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ଆୟୋଜିତ ସମାବେଶରେ ରାଜ୍ୟ ସରକାରଙ୍କର କଟୁ ସମାଲୋଚନା କରିଥିଲେ।

ଅଙ୍ଗନଓ୍ୱାଡି କର୍ମୀଙ୍କୁ ସୁପରଭାଇଜର ପ୍ରମୋସନ, ମିନି ଅଙ୍ଗନଓ୍ୱାଡି କେନ୍ଦ୍ରରେ ସହାୟିକା ନିଯୁକ୍ତି ସହ ସର୍ବନିମ୍ନ ଭତ୍ତା ୧୮ ହଜାର ଟଙ୍କା ଓ ପେନ୍‌ସନ୍ ବାବଦକୁ ୩ ହଜାର ଟଙ୍କା ଦେବାକୁ ଦାବି କରାଯାଇଛି। ସେହିପରି ଶିଶୁମାନଙ୍କୁ ସପ୍ତାହକୁ ୩ଟି ଅଣ୍ଡା ପରିବର୍ତ୍ତେ ୫ଟି ଅଣ୍ଡା ଦେବାକୁ ନୂତନ ମେନୁ କରାଯାଇଥିଲା। ହେଲେ ନୂଆ ମେନୁ ଅନୁସାରେ ବର୍ଦ୍ଧିତ ଅନୁଦାନ ମିଳୁନାହିଁ। ତାହାହେଲେ କେମିତି ପିଲାଙ୍କୁ ପୃଷ୍ଟିକର ଖାଦ୍ୟ ଦେବୁ ବୋଲି ଅଙ୍ଗନଓ୍ୱାଡି କର୍ମୀ ପ୍ରଶ୍ନ କରିଛନ୍ତି।

ତେବେ ସରକାର ଅଙ୍ଗନଓ୍ୱାଡି କର୍ମୀଙ୍କ ଦାବି ଉପରେ ବିଚାର କରାଯାଉଛି, ଖୁବଶୀଘ୍ର ସେମାନଙ୍କ ପାଇଁ ପ୍ୟାକେଜ୍ ଘୋଷଣା ହେବ ବୋଲି ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି। ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ଜଣାପଡ଼ିଛି।



from Odisha Reporter https://ift.tt/2LWCIqL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages