ମୃତ୍ୟୁ ପୂର୍ବରୁ ରାବଣ ବି କରିଥିଲା ଏମିତି ଇଚ୍ଛା, କିନ୍ତୁ କାହିଁକି ପୂରଣ ହୋଇ ନ ଥିଲା? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 15, 2018

ମୃତ୍ୟୁ ପୂର୍ବରୁ ରାବଣ ବି କରିଥିଲା ଏମିତି ଇଚ୍ଛା, କିନ୍ତୁ କାହିଁକି ପୂରଣ ହୋଇ ନ ଥିଲା?

– ଓମ୍‌ପ୍ରକାଶ ସାହୁ

ରାବଣ ପ୍ରଭୁ ରାମଚନ୍ଦ୍ରଙ୍କ ଶରାଘାତରେ ଭୂମିରେ ପଡ଼ି ଛଟପଟ ହେଉଥିଲେ। ସେତିକିବେଳେ ପ୍ରଭୁ ରାମଚନ୍ଦ୍ର ଭ୍ରାତା ଲକ୍ଷ୍ମଣଙ୍କୁ ତାଙ୍କ ନିକଟକୁ ପଠାଇଥିଲେ। କହିଲେ, ‘ଜଣେ ମହାଜ୍ଞାନୀଙ୍କର ମହାପ୍ରୟାଣ ହେବାକୁ ଯାଉଛି। ଯଦି କିଛି ରାଜଧର୍ମ ଶିଖିବାର ଅଛି ତେବେ ତାଙ୍କ ପାଖକୁ ଯାଅ ଓ ସେ କ’ଣ କହୁଛନ୍ତି ଶୁଣ।’

ଲକ୍ଷ୍ମଣ ବଡ଼ଭାଇଙ୍କ ଆଦେଶ ପାଳନ କରି ରାବଣ ପାଖକୁ ଗଲେ। ରାବଣ ଓ ଲକ୍ଷ୍ମଣଙ୍କ ଭିତରେ ଫରକ ହେଉଛି ରାବଣ ଯୋଦ୍ଧା ଥିଲେ କିନ୍ତୁ ଆଚରଣସିଦ୍ଧ ନ ଥିଲେ। ଅନ୍ୟପକ୍ଷରେ ଲକ୍ଷ୍ମଣ ଥିଲେ ଯୋଦ୍ଧା ଓ ଆଚରଣସିଦ୍ଧ।

ରାବଣ ମନେ ମନେ ଲକ୍ଷ୍ମଣଙ୍କ ଭଳି ଆଚରଣସିଦ୍ଧ ଲୋକଙ୍କୁ ଖୋଜୁଥିଲେ। ରାବଣ କହିଲେ, ‘ମୁଁ ଯେତେବେଳେ ଯାହା ଚାହିଁଛି ପାଇଛି, କିନ୍ତୁ ପ୍ରଜାମାନଙ୍କୁ ପ୍ରତିଶ୍ରୁତି ଦେଇଥିବା ତିନିଟି କଥା ପୂରଣ କରିପାରିଲି ନାହିଁ। ସେଥିମଧ୍ୟରୁ ଗୋଟିଏ ହେଉଛି ଲଙ୍କାନଗରୀର ଚାରିପାଖକୁ ଲାଗି ରହିଥିବା ସମୁଦ୍ରପାଣିକୁ ମିଠା କରିବା। ଦ୍ୱିତୀୟଟି ହେଉଛି ଯେଉଁମାନେ ପୃଥିବୀରେ ରହି ନର୍କଯନ୍ତ୍ରଣା ଭୋଗୁଛନ୍ତି ସେମାନଙ୍କୁ ସ୍ୱର୍ଗସୁଖ ଦେବା ଓ ତୃତୀୟଟି ହେଉଛି ଲଙ୍କାପୁରରୁ ସ୍ୱର୍ଗପୁର ପର୍ଯ୍ୟନ୍ତ ନିଶୁଣି ପକାଇବା।

ରାବଣର କଥାଗୁଡ଼ିକ ଲକ୍ଷ୍ମଣ ବଡ଼ ଭାଇ ରାମଚନ୍ଦ୍ରଙ୍କୁ କହିଲେ। ରାମଚନ୍ଦ୍ର ଶୁଣି ହସିଲେ ଆଉ କହିଲେ, “ଶେଷ ସମୟରେ ଯାହା କୁହାଯାଏ ତାହା ପଶ୍ଚାତାପ। ରାବଣ ଯଦି ଭଲ କାମ କରିବାକୁ ଚାହୁଁଥିଲା ଆଗୁଆ କଲା ନାହିଁ କାହିଁକି ?”

ରାମଚନ୍ଦ୍ର କହିଲେ. “ରାବଣ ଭଲ କାମଗୁଡ଼ିକୁ ଆଜି କରିବି କାଲି କରିବି କହି ଖରାପ କାମଗୁଡ଼ିକ କରିଚାଲିଲା। ତେଣୁ ତାର ଆୟୁଷହାନି ଘଟିଲା ଆଉ କର୍ମଦୋଷରୁ ଆଜି ତାର ଏ ଅବସ୍ଥା।”

ଏହି ଗଳ୍ପର ସାରମର୍ମ ହେଉଛି, କର୍ମଦୋଷରୁ ମଣିଷ ନିଜର ଆୟୁଷହାନି କରିଥାଏ। ରାବଣ ରାମଙ୍କ ବାଣରେ ମରିବାରୁ ତାଙ୍କର ମୋକ୍ଷପ୍ରାପ୍ତି ହେଲା ଏହା ଅସ୍ୱୀକାର କରିହେବ ନାହିଁ। କିନ୍ତୁ ତାଙ୍କର କୁକର୍ମ ପାଇଁ ତାକୁ ଶୀଘ୍ର ମରଣର ସ୍ୱାଦ ଚାଖିବାକୁ ପଡ଼ିଲା। ରାବଣ ଥିଲେ ମହାଜ୍ଞାନୀ, ମହାପଣ୍ଡିତ, ମହାଶାସ୍ତ୍ରୀ। ସେ ଥିଲେ ପ୍ରଜାବତ୍ସଳ, ତାଙ୍କ ରାଜତ୍ୱକାଳରେ ଲଙ୍କା ଥିଲା ସୁବର୍ଣ୍ଣନଗରୀ। ଏତେ ସବୁ ଗୁଣ ଥାଇ ମଧ୍ୟ ତାଙ୍କର ଅପମୃତ୍ୟୁ ଘଟିଥିଲା। ତାଙ୍କର ଗର୍ବ, ଅହଙ୍କାର ଆଉ ଦୌରାତ୍ମ୍ୟ ଏତେ ବଢ଼ିଯାଇଥିଲା ଯେ ସ୍ୱୟଂ ଭଗବାନ ତାକୁ ମାରିବାକୁ ଧରାପୃଷ୍ଠରେ ଜନ୍ମ ନେଇଥିଲେ। ଜ୍ଞାନ ଓ ପାଣ୍ଡିତ୍ୟର ଅହଂକାର ତାଙ୍କୁ ଅନ୍ଧାର ଭିତରକୁ ଠେଲି ଦେଇଥିଲା। ସେଥିପାଇଁ କୁହାଯାଏ ‘ଅତିଗର୍ବେ ହତ ଲଙ୍କା।’

ସେମିତି ଏ ଦୁନିଆରେ ମାଳ ମାଳ ରାବଣ। ଓଡ଼ିଆରେ ଗୋଟିଏ ଗାଳି ରହିଛି ‘କାହିଁକି ରାବଣ ଭଳି ହଉଛୁ’। ଅର୍ଥାତ୍ ରାବଣ ଏକ ଅମାନବୀୟ ଗୁଣ ଓ ଚରିତ୍ରର ଅଧିକାରୀ। ରାବଣ ବଡ଼ପାଟିଆ ଓ ଅହଙ୍କାରୀ ଥିଲେ। ତାଙ୍କ କଥା ଓ କାମରେ ସନ୍ତୁଳନ ନ ଥିଲା। ସେ ବଡ଼ ଅଳସୁଆ ମଧ୍ୟ ଥିଲେ।

ଆଜିକାଲି ଅପମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ତାହାର କାରଣ ହେଉଛି କର୍ମଦୋଷରୁ ଆୟୁଷହାନି ।

ମହାତ୍ମାଗାନ୍ଧୀଙ୍କ ପରିକଳ୍ପିତ ରାମରାଜ୍ୟ ସେତିକିବେଳେ ସମ୍ଭବ ହେବ ଯେତେବେଳେ ଲୋକମାନଙ୍କ ମଧ୍ୟରେ ସଦ୍‌ଭାବନା ବୃଦ୍ଧିପାଇବ। ମଣିଷ ଯେତେବେଳେ ଆଚରଣସିଦ୍ଧ ହୋଇପାରିବ।

ଗୌତମ ବୁଦ୍ଧ କହିଛନ୍ତି, ଜଣେ ସେତିକିବେଳେ ସୁଖରେ ରହିବ ହେବ ଯେତେବେଳେ ତା’ ସହିତ ଜଡ଼ିତ ଅନ୍ୟମାନେ ଭଲରେ ରହିପାରିବେ।

ରାମରାଜ୍ୟ ଓ ରାବଣରାଜ୍ୟ ଭିତରେ ଫରକ୍‌ ହେଉଛି ରାବଣ ରକ୍ତପାତ କରି ସାମ୍ରାଜ୍ୟ ବଢ଼ାଇବାକୁ ଚାହୁଁଥିଲେ। କିନ୍ତୁ ରାମଚନ୍ଦ୍ର ସମସ୍ତଙ୍କର ମଙ୍ଗଳ କରିବା ପାଇଁ ଚାହୁଁଥିଲେ।

ସାରା ବିଶ୍ୱବାସୀଙ୍କ ମଙ୍ଗଳ ଚିନ୍ତା କରିବା ଓ ଶାନ୍ତି ସ୍ଥାପନ ପଥରେ ଅଗ୍ରସର ହେବା ଅସଲ ମଣିଷପଣିଆ।



from Odisha Reporter https://ift.tt/2pbeMXP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages