ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ଥିବା ବୈଧାନିକ କମିଟିର ବସୁନି ବୈଠକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 15, 2018

ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ଥିବା ବୈଧାନିକ କମିଟିର ବସୁନି ବୈଠକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓପେପାରେ ହୋଇଛି ୬ କୋଟିର ଦୁର୍ନୀତି। କେମିତି ହଜିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି- ଏମିତି କିଛି ପ୍ରସଙ୍ଗକୁ ନେଇ ବିରୋଧୀ ପୁଣି ଖଡ୍ଗହସ୍ତ ହୋଇଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିଛନ୍ତି। କାର ରାଜ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଧାନିକ କମିଟିର ଅଧ୍ୟକ୍ଷ ଅଛନ୍ତି ମୁଖ୍ୟମନ୍ତ୍ରୀ। ହେଲେ ତାହା ମଧ୍ୟରୁ ଗୋଟିଏ ବି ବର୍ଷ ବର୍ଷ ଧରି ବସିନି।

ତେବେ ଅନ୍ୟ ଯେଉଁ କମିଟିର ବୈଠକ ଥରେ ଅଧେ ବସିଛି, ସେଥିରେ ମଧ୍ୟ ନବୀନ ଯୋଗ ଦେଇନାହାନ୍ତି। ଏମିତିକି ୨୭ଟି ବୈଧାନିକ କମିଟି ନିୟମିତ ବସୁନଥିବା କଥା ନିଜେ ଯୋଜନା ଓ ସଂଯୋଜନ ବିଭାଗ ମନ୍ତ୍ରୀ ଉଷା ଦେବୀ ବିଧାନସଭାରେ ରଖିଥିବା ତଥ୍ୟରେ ସ୍ୱୀକାର କରିଥିଲେ।

ମନ୍ତ୍ରୀଙ୍କ ଉତ୍ତରରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି ଯେ, ଓଡ଼ିଶା ଦକ୍ଷତା ମିଶନ, ରାଜ୍ୟ ସାଇନ୍ସ ଓ ଟେକ୍ନୋଲୋଜି ପରିଷଦ, ପର୍ଯ୍ୟଟନ ବିଭାଗର ହାଇଲେଭେଲ୍‌ କ୍ଲିୟରାନ୍ସ ଅଥରିଟି, ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ ଓ ସାଗରମାଳା କମିଟିରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ଥାଇ ମଧ୍ୟ ଏହା ଥରେ ହେଲେ ବସିନି। ଏମିତିକି ଓଡ଼ିଆ ଭାଷା ପ୍ରତିଷ୍ଠାନର ଜେନେରାଲ କାଉନସିଲ୍ ବୈଠକ ଶେଷ ଥର ପାଇଁ ୨୦୦୭ରେ ବସିଥିଲା। ଅର୍ଥାତ୍ ଗତ ୧୧ବର୍ଷ ହେଲା ବୋଧେ ଭାଷା ପ୍ରତିଷ୍ଠାନ କଥା ପାଶୋରି ଯାଇଛନ୍ତି ମୁଖ୍ୟମନ୍ତ୍ରୀ।

କିଏ କଣ କହୁଛନ୍ତି

ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି-“ମୁଖ୍ୟମନ୍ତ୍ରୀ ସବୁ କଥା ବୁଝୁଛନ୍ତି। କୌଣସି କମିଟି ବସାଉ ନାହାନ୍ତି। ରତ୍ନ ଭଣ୍ଡାରରୁ ଯେମିତି ସବୁ ଚୋରି ହୋଇଗଲା, ଠିକ୍‌ ସେମିତି ସବୁ କମିଟିର ଅବସ୍ଥା। ଯେଉଁ କମିଟିର ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ଅଛନ୍ତି, ସେଠି ସବୁଠାରୁ ଅଧିକ ଦୁର୍ନୀତି ହୋଇଛି।”

କଂଗ୍ରେସ ଉପ ସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କହିଛନ୍ତି, “ଏଠି ଏକଛତ୍ରବାଦ ସରକାର ଚାଲିଛି। ସରକାରୀ କମିଟି ବସିଲା କେତେ ନବସିଲା କେତେ? କାରଣ ତାଙ୍କ ପାଖରେ ୧୧୭ ବିଧାୟକ ଅଛନ୍ତି ଓ ତାଙ୍କୁ କେହି କିଛି କହିପାରିବେ ନାହିଁ।”

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, “ମୁଖ୍ୟମନ୍ତ୍ରୀ କାର୍ଯ୍ୟବ୍ୟସ୍ତତା ଯୋଗୁ ଯଦି କୌଣସି ବୈଠକରେ ଯୋଗଦେଇ ନ ପାରିନ୍ତି, ତେବେ ଅନ୍ୟ ଅଧିକାରୀମାନେ ଯାଆନ୍ତି। ପରବର୍ତ୍ତୀ ସମୟରେ ବୈଠକରେ ଯାହା ଆଲୋଚନା ହୋଇଥିବ, ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥାଏ। କିନ୍ତୁ ଏହାକୁ ଯଦି କେହି ପ୍ରସଙ୍ଗ କରିବ, ତାହାହେଲେ ଏହା ଭିତ୍ତିହୀନ।”



from Odisha Reporter https://ift.tt/2NbQnj8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages