ଖଣ୍ଡଗିରି ଫାୟାରିଂ ପୂର୍ବରୁ କ’ଣ କରିଥିଲେ ଦୁଇ ଦୁର୍ବୃତ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 15, 2018

ଖଣ୍ଡଗିରି ଫାୟାରିଂ ପୂର୍ବରୁ କ’ଣ କରିଥିଲେ ଦୁଇ ଦୁର୍ବୃତ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରିରେ ଜଣେ ହୋଟେଲ୍‌ ମାଲିକଙ୍କ ଉପରେ ଗୁଳି ମାଡ଼ ହୋଇଥିଲା। ପୁଲିସ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଧରିବାକୁ ସକ୍ଷମ ହୋଇନାହିଁ। କିନ୍ତୁ ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରିପାରିଛି। ଗୁଳିକାଣ୍ଡ ପୂର୍ବରୁ ସେମାନଙ୍କ ଫଟୋ ସିସିଟିଭିରେ କଏଦ ହୋଇଛି। ଯାହାକୁ ଆଧାର କରି ପୁଲିସ ତଦନ୍ତକୁ ଆଗକୁ ବଢ଼ାଉଛି।

ସେପ୍ଟେମ୍ୱର ୧୩ ତାରିଖ ସମୟ ରାତି ୮ ଟା ୨୨ ମିନିଟ୍‌ରେ ଦୁଇ ଅଭିଯୁକ୍ତ ଖଣ୍ଡଗିରି ଅଞ୍ଚଳରେ ଥିବା ଏକ ହୋଟେଲକୁ ଯିବା ପୂର୍ବରୁ ମଦ କିଣିଥିଲେ। ମଦ କିଣିବା ପରେ ସେମାନେ ସେଠାରୁ ପଳାଇ ଯାଇଥିଲେ। ରାତି ୮ଟା ୫୨ ମିନିଟ୍‌ରେ ପୁଣି ଥରେ ମଦ କିଣିବାକୁ ଦୋକାନକୁ ଆସିଥିଲେ। ଦୁଇ ଦୁଇ ଥର ମଦ କିଣିବା ପରେ ସେମାନେ ପୁଣି ସେହି ହୋଟେଲକୁ ଯାଇଥିଲେ। ସେଠାରେ ପକୋଡା ଖାଇବାକୁ କେନ୍ଦ୍ରକରି ହୋଟେଲ୍‌ ମାଲିକଙ୍କ ସହ ସେମାନଙ୍କର ବଚସା ହୋଇଥିଲା। ପରେ ହଠାତ ହୋଟେଲ ମାଲିକଙ୍କୁ ଦୁଇ ଜଣ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ।

ସିସିଟିଭି ଫୁଟେଜରେ ଚିହ୍ନଟ ହୋଇଥିବା ଦୁଇ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର ବୋଲି ପୁଲିସ ଜଣିବାକୁ ପାଇଛି। ସେମାନେ ଫେରାର ଥିବାବେଳେ ହୋଟେଲ ମାଲିକ ଦୁଇ ଅଭିଯୁକ୍ତଙ୍କୁ ସିସିଟିଭିରେ ଚିହ୍ନଟ କରିଥିବା ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ କହିଛନ୍ତି।

ଅପରାଧୀଙ୍କୁ ଧରିପାରୁନି ପୁଲିସ

କେବଳ ଖଣ୍ଡଗିରି ଗୁଳିକାଣ୍ଡ ଘଟଣା ନୁହେଁ, ରାଜଧାନୀରେ ଦୁଇ ଦୁଇଟି ଚର୍ଚ୍ଚିତ ହତ୍ୟାକାଣ୍ଡର ଅଭିଯୁକ୍ତକୁ ଧରିବା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଅଗଷ୍ଟ ୨୧ ତାରିଖରେ ନୟାପଲ୍ଲୀ ଆଇଆର୍‌ସି ଭିଲେଜ ସ୍କୁଲ କ୍ୟାମ୍ପସ ଭିତରେ ପୂର୍ଣ୍ଣ ନାୟକ ହତ୍ୟାକାଣ୍ଡ ମାମଲାରେ ଏଯାଏ ଧରାପଡ଼ି ନାହାନ୍ତି ଅଭିଯୁକ୍ତ।

୨୪ ଅଗଷ୍ଟରେ ରାଜଧାନୀର ଏକ ଲଜ୍‌ ଭିତରେ ହୋଇଥିବା ଲକ୍ଷ୍ମୀପ୍ରିୟା ବିଶ୍ୱାଳ ହତ୍ୟାକାଣ୍ଡ ମାମଲାରେ ଏଯାଏ ହତ୍ୟାକାରୀ ଧରାପଡିନି ।

ଗତ ସେପ୍ଟେମ୍ବର ୨ ତାରିଖରେ ବାଙ୍କୁଆଳ ଠାରେ ସୁଶାନ୍ତ ଭୋଇ ଗୁଳିକାଣ୍ଡ ଘଟଣାରେ ତିନି ଜଣ ଧରାପଡିଥିବା ବେଳେ ମାଷ୍ଟର ମାଇଣ୍ଡକୁ ଏଯାଏ ଧରିପାରିନି ପୁଲିସ।

ସେହିପରି ଚନ୍ଦ୍ରଶେଖରୁପର ଇନ୍‌ଫୋସିଟି ଥାନା ଅଧୀନରେ ହୋଇଥିବା ଦୁଇ ଦୁଇଟି ଲୁଟ୍ ଘଟଣାର ଲୁଟେରାଙ୍କ ଟେର ପାଉନି ପୁଲିସ୍‌।



from Odisha Reporter https://ift.tt/2xcqDt6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages