ଝିଅ ପାଇଁ ବାବୁ କିଣିଲେ ଡେରାଡୁନ୍ ଓ ଚଣ୍ଡିଗଡ଼ରେ କୋଠା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 4, 2018

ଝିଅ ପାଇଁ ବାବୁ କିଣିଲେ ଡେରାଡୁନ୍ ଓ ଚଣ୍ଡିଗଡ଼ରେ କୋଠା

ଚର୍ଚ୍ଚା ହେଉଛି, ଏହି ଅଫିସର ଜଣକ ରାଜ୍ୟ ସରକାରଙ୍କ ଜମିଜମା ସଂକ୍ରାନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବାବେଳେ କୁଆଡ଼େ ଦିଲ୍ଲୀରେ ଏକ ଫ୍ଲାଟ କିଣିଥିଲେ। ଏବେ ଗତ ବର୍ଷକ ମଧ୍ୟରେ ସିଏ କୁଆଡ଼େ ଯେଉଁ ୨ଟି କୋଠା କିଣିଛନ୍ତି ତା’ର ଦାମ ପ୍ରାୟ ୧୦ରୁ ୧୨ କୋଟି ଟଙ୍କା ହେବ।

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ରାଜ୍ୟର ଜଣେ ପ୍ରଭାବଶାଳୀ ସଚିବ ଏବେ କୋଟିକୋଟି ଟଙ୍କାର ବେନାମୀ ସମ୍ପତ୍ତିର ମାଲିକ ବୋଲି ପାୱାର୍ କରିଡରରେ ଚର୍ଚ୍ଚା।

ଶୁଣିବାକୁ ମିଳୁଛି, ଗତ କିଛିବର୍ଷ ମଧ୍ୟରେ ଏହି ଅଣଓଡ଼ିଆ ଆଇଏଏସଙ୍କ ସମ୍ପତ୍ତି କୁଆଡ଼େ ହୁ ହୁ ହୋଇ ବଢ଼ିଚାଲିଛି। ସେ ଗତ ବର୍ଷକ ମଧ୍ୟରେ ଡେରାଡୁନ୍ ଓ ଚଣ୍ଡିଗଡ଼ରେ ଦୁଇଟି ଭବ୍ୟ କୋଠା କିଣିବାର ସୌଭାଗ୍ୟ ଅର୍ଜ୍ଜନ କରିଛନ୍ତି। ଚଣ୍ଡିଗଡ଼ କୋଠାକୁ ନିଜ ଝିଅ ନାଁରେ କିଣିଥିବାବେଳେ ଡେରାଡୁନ୍ କୋଠାକୁ ଜଣେ ସମ୍ପର୍କୀୟଙ୍କ ନାଁରେ କୁଆଡ଼େ କିଣିଛନ୍ତି।

ଚର୍ଚ୍ଚା ହେଉଛି, ଏହି ଅଫିସର ଜଣକ ରାଜ୍ୟ ସରକାରଙ୍କ ଜମିଜମା ସଂକ୍ରାନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବାବେଳେ କୁଆଡ଼େ ଦିଲ୍ଲୀରେ ଏକ ଫ୍ଲାଟ କିଣିଥିଲେ। ଏବେ ଗତ ବର୍ଷକ ମଧ୍ୟରେ ସିଏ କୁଆଡ଼େ ଯେଉଁ ୨ଟି କୋଠା କିଣିଛନ୍ତି ତା’ର ଦାମ ପ୍ରାୟ ୧୦ରୁ ୧୨ କୋଟି ଟଙ୍କା ହେବ।

ଚର୍ଚ୍ଚା ହେଉଛି ଏହି ସଚିବ ତୃତୀୟ ମହଲାର କ୍ଷମତାକେନ୍ଦ୍ରଙ୍କ ପ୍ରିୟପାତ୍ର ହୋଇଥିବାରୁ କୁଆଡ଼େ ତାଙ୍କର ସମସ୍ତ ତ୍ରୁଟି ବିଚ୍ୟୁତି ଓ ଦୁର୍ନୀତିକୁ ରାଜ୍ୟ ଭିଜିଲାନ୍ସ ଜାଣିଶୁଣି ଆଖି ବୁଜି ଦେଇଛି। ଅବଶ୍ୟ ପୂର୍ବରୁ ଏହି ବାବୁଙ୍କର କଳାକାରନାମାର ଖବର ରାଜ୍ୟ ଭିଜିଲାନ୍ସ ପାଖରେ ରହିଛି। ଆଉ ଗତ କିଛିବର୍ଷ ପୂର୍ବରୁ ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଅନୁମତି ମାଗି କୁଆଡ଼େ ଭିଜିଲାନ୍ସ ନିରାଶ ହୋଇଥିଲା।

ରାଜ୍ୟର ଏକମାତ୍ର ଆଇଏଏସ ଭାବେ ଏହି ଅଫିସର କୁଆଡ଼େ ଭୁବନେଶ୍ୱରରେ ଯିବାଆସିବା ନିମନ୍ତେ ବିଏମଡବ୍ଲ୍ୟୁ ଗାଡ଼ି ବ୍ୟବହାର  କରୁଛନ୍ତି। ଏହି ବାବୁଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ଥିବା ଏକ ନିର୍ଦ୍ଦିଷ୍ଟ ସଂଘର ଗ୍ୟାରେଜରେ କୁଆଡ଼େ ଏହି ବିଏମଡବ୍ଲ୍ୟୁ ଗାଡ଼ି ରହୁଛି। ଆଉ ସଚିବ ନିଜ ପରିବାର ସହ କୁଆଡ଼େ ଏହି ଗାଡ଼ିରେ ପୁରୀ-କୋଣାର୍କ ବୁଲି ଯିବାକୁ ପସନ୍ଦ କରିଥାନ୍ତି।

ଚର୍ଚ୍ଚା ହେଉଛି ଏହି ସଚିବ ତୃତୀୟ ମହଲାର କ୍ଷମତାକେନ୍ଦ୍ରଙ୍କ ପ୍ରିୟପାତ୍ର ହୋଇଥିବାରୁ କୁଆଡ଼େ ତାଙ୍କର ସମସ୍ତ ତ୍ରୁଟି ବିଚ୍ୟୁତି ଓ ଦୁର୍ନୀତିକୁ ରାଜ୍ୟ ଭିଜିଲାନ୍ସ ଜାଣିଶୁଣି ଆଖି ବୁଜି ଦେଇଛି। ଅବଶ୍ୟ ପୂର୍ବରୁ ଏହି ବାବୁଙ୍କର କଳାକାରନାମାର ଖବର ରାଜ୍ୟ ଭିଜିଲାନ୍ସ ପାଖରେ ରହିଛି। ଆଉ ଗତ କିଛିବର୍ଷ ପୂର୍ବରୁ ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଅନୁମତି ମାଗି କୁଆଡ଼େ ଭିଜିଲାନ୍ସ ନିରାଶ ହୋଇଥିଲା।

ନବୀନ ପଟ୍ଟନାୟକ ସରକାରଙ୍କ ଯଶଖ୍ୟାତି ବଢ଼ାଉଛନ୍ତି ବୋଲି ଉପରକୁ ଦେଖାଇ ଏହି ସଚିବ କୁଆଡ଼େ ତାଙ୍କ ବିଭାଗର ଏବେ ବିଭିନ୍ନ କାର୍ଯ୍ୟ ପାଇଁ ‘ପିସି’କୁ ବାଧ୍ୟତାମୂଳକ କରିଦେଇଛନ୍ତି ବୋଲି ଚର୍ଚ୍ଚା।

from Odisha Reporter https://ift.tt/2Q54x3l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages