କ୍ୟାମେରାକୁ ଦେଖି କାହିଁକି ମୁହଁ ଲୁଚାଇଲେ ସୈଫଙ୍କ ଝିଅ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 4, 2018

କ୍ୟାମେରାକୁ ଦେଖି କାହିଁକି ମୁହଁ ଲୁଚାଇଲେ ସୈଫଙ୍କ ଝିଅ ?

ମୁମ୍ବାଇ(ଓଡ଼ିଶା ରିପୋର୍ଟର୍‌): ଖୁବ୍‌ଶୀଘ୍ର ସୈଫ ଅଲ୍ଲି ଖାନ୍‌ଙ୍କ ଝିଅ ସାରା ଅଲ୍ଲୀ ଖାନ୍‌ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ‘କେଦାରନାଥ’ ଫିଲ୍ମରେ ସାରା ଡେବ୍ୟୁ କରିବେ। ଏହି ଫିଲ୍ମ ପାଇଁ ସାରା ବି ଆଜି କାଲି ଖୁବ୍‌ ବ୍ୟସ୍ତ। ଏବେ ସେ ଫିଲ୍ମର ଡ୍ୟାନ୍ସ ପାଇଁ ପ୍ରସ୍ତୁତିରେ ମାତିଛନ୍ତି। ଏଥିପାଇଁ ଅନେକ ସମୟରେ ସାରା ଡ୍ୟାନ୍ସ କ୍ଲାସ୍‌ ସାମ୍ନାରେ ନଜରକୁ ଆସୁଛନ୍ତି। ବାପାଙ୍କ ଭଳି ନିଜର ଅଭିନୟ ଯେମିତି ଦମଦାର ହେବ, ସେଥିପ୍ରତି ସେ ବେଶ୍‌ ଚିନ୍ତିତ। 

କ୍ୟାମେରା ସାମ୍ନାରେ ସେ ସବୁବେଳେ ହସ ହସ ମୁହଁରେ ଆସୁଛନ୍ତି। ହେଲେ, ମଙ୍ଗଳବାରର ଚିତ୍ର କିଛି ଅଲଗା ଥିଲା। ସାରା ଯେତେବେଳେ ଡ୍ୟାନ୍ସ କ୍ଲାସ୍‌ ସାରି ବାହାରିଲେ, ମୁହଁର କପଡ଼ା ବାନ୍ଧିଥିଲେ। କ୍ୟାମେରା ଦେଖି ସେ ମୁହଁକୁ ଲୁଚାଇ ଦେଇଥିଲେ। ଏହି ସମୟରେ ସାରା, ନୀଳ କୁର୍ତ୍ତା ପିନ୍ଧିଥିବାବେଳେ ଧଳା ରଙ୍ଗର ଦୋପଟା ପକାଇଥିଲେ। ତେବେ ସବୁବେଳେ ସ୍ମାଇଲିଂ ଫେସ୍‌ରେ ବାହାରୁଥିବା ସାରା ହଠାତ୍‌ କ୍ୟାମେରାକୁ ଦେଖି କାହିଁକି ହଡ଼ବଡ଼ ହୋଇଗଲେ? କାହିଁକି ମୁହଁ ଲୁଚାଇ ଦେଲେ ସାରା? ଏମିତି ଅନେକ ପ୍ରଶ୍ନକୁ ନେଇ ସେଠାରେ ଖୁବ୍‌ ଚର୍ଚ୍ଚା ହୋଇଥିଲା।

ତେବେ କଥା ହେଉଛି, ମେକ୍‌ଓଭର ସମୟରେ ଅଭିନେତ୍ରୀମାନେ ସେମାନଙ୍କ ମୁହଁ ଲୁଚାନ୍ତି। ଯଦି ସାରାଙ୍କ କ୍ଷେତ୍ରରେ ସେମିତି କିଛି ଘଟିଥିବ, ତେବେ ତାଙ୍କୁ ଆଗାମୀ ଦିନରେ ଏକ ନୂଆ ଲୁକ୍‌ରେ ଦେଖିବାକୁ ମିଳିବ। ନିକଟରେ ସାରା ଏକ ମନ୍ଦିରରେ ଦାନ ଦେଉଥିବା ନଜରକୁ ଆସିଥିଲେ। ସେ ଯାହା ହେଉନା କାହିଁକି, ସାରା ପ୍ରଥମ ଥର ପାଇଁ କ୍ୟାମେରା ସାମ୍ନାରେ ମୁହଁ ଲୁଚାଇବା ନେଇ ଅନେକ କନ୍‌ଫ୍ୟୁଜନ ସୃଷ୍ଟି ହୋଇଥିଲା।  



from Odisha Reporter https://ift.tt/2PDlcu0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages