
ମୁମ୍ବାଇ: ବଲିଉଡ୍ ଅଭିନେତା ଆୟୁଷ୍ମାନ୍ ଖୁରାନାଙ୍କ ନୂଆ ଫିଲ୍ମ ‘ବଧାଇହୋ’ର ଟ୍ରେଲର୍ ନିକଟରେ ରିଲିଜ୍ ହୋଇଛି। ଦର୍ଶକ ଏହି ଟ୍ରେଲରକୁ ଖୁବ୍ ପସନ୍ଦ ମଧ୍ୟ କରିଛନ୍ତି।
ଫିଲ୍ମଟି ଏକ ଭିନ୍ନ ଧରଣର ବିଷୟ ବସ୍ତୁ ଉପରେ ଆଧାରିତ। ଟ୍ରେଲର୍ରେ ଦେଖିବାକୁ ମିଳିଛି ଯେ ଆୟୁଷ୍ମାନ୍ ନିଜ ଗର୍ଲଫ୍ରେଣ୍ଡ୍ ସାନ୍ୟା ମଲ୍ହେତ୍ରାଙ୍କୁ ବହୁତ ଭଲ ପାଉଛନ୍ତି। ଦୁହେଁ ବାହା ହେବାକୁ ବି ଚାହୁଁଛନ୍ତି। ଏସବୁ ଭିତରେ ଆୟୁଷ୍ମାନ୍ଙ୍କ ମା’ ଭୂମିକାରେ ଅଭିନୟ କରିଥିବା ନୀନା ଗୁପ୍ତା ପ୍ରେଗ୍ନେଣ୍ଟ୍ ଥିବା ଖବର ଆସିଛି।
ଏକଥା ଶୁଣିବା ପରେ ଆୟୁଷ୍ମାନ୍ଙ୍କ ବୁଦ୍ଧି ବଣା ହୋଇଯାଇଛି। ସମସ୍ତେ ତାଙ୍କୁ ଛି ଛାକର କରୁଛନ୍ତି। ତା’ ପରେ କ’ଣ ହେଉଛି ଫିଲ୍ମ ହଲ୍କୁ ଗଲେ ଦେଖିବେ।
ତେବେ ଆଶ୍ଚର୍ଯ୍ୟର କଥା, ଟ୍ରେଲର୍ଟିକୁ ନ ଦେଖିବାକୁ ସେ ଦର୍ଶକଙ୍କୁ ଅନୁରୋଧ କରିଛନ୍ତି। ନିଜ ଇନ୍ଷ୍ଟାଗ୍ରାମ୍ ପେଜ୍ରେ ସେ ଏ କଥା ଶେୟାର କରିଛନ୍ତି।
ଇନ୍ଷ୍ଟାଗ୍ରାମ୍ରେ ଆୟୁଷ୍ମାନ୍ ଏକ ଭିଡିଓ ପୋଷ୍ଟ୍ କରିଛନ୍ତି। ଏଥିରେ ସେ କାହା ସହିତ ଫୋନ୍ରେ କଥା ହେଉଛନ୍ତି ଏବଂ କହୁଛନ୍ତି,“ଏ ପର୍ଯ୍ୟନ୍ତ ଟ୍ରେଲରଟିକୁ ଲୋକେ ୫୦ ଲକ୍ଷ ଥର ଦେଖି ସାରିଲେଣି। ଅର୍ଥାତ୍ ସେତେକି ଲୋକ ମୋ ମାଆ ଗର୍ଭବତୀ ଅଛନ୍ତି ବୋଲି ଜାଣି ସାରିଲେଣି। ଏମିତିରେ ମୁଁ ଆଉ କାହାକୁ ମୁହଁ ଦେଖାଇବା ଅବସ୍ଥାରେ ନାହିଁ।”
ତା’ପରେ ଆୟୁଷ୍ମାନ୍ ତାଙ୍କ ଫ୍ୟାନ୍ମାନଙ୍କୁ କହୁଛନ୍ତି, ଯଦି ଭୁଲ୍ରେ ବି ଏହି ଭିଡିଓ ୟୁଟ୍ୟୁବ୍ରେ ଆସି ଯାଉଛି, ତା’ହେଲେ ତାକୁ ଆଦୌ ଦେଖନ୍ତୁ ନାହିଁ।
ଲୋକ କ’ଣ ଭକୁଆ ନା ଆପଣ ବୋକା? ଏବେ ଆପଣ ବୁଝି ଯିବେଣି ଯେ ସେ କାହିଁକି ଏମିତି କରୁଛନ୍ତି। ହଁ ଆଜ୍ଞା, ଫିଲ୍ମର ପ୍ରମୋସନ୍ ପାଇଁ ଏହି ଉପାୟ ଆପଣାଇଛନ୍ତି ଆୟୁଷ୍ମାନ୍।
from Odisha Reporter https://ift.tt/2CNpUUs
No comments:
Post a Comment