
ଭୋପାଳ:ଛାତି ଥରେଇ ଦେଲା ଭଳି ଦୃଶ୍ୟ। ଲୋମ ଟାଙ୍କୁରି ଯିବା ଭଳି ଘଟଣା। ମଧ୍ୟପ୍ରଦେଶର ଭିନ୍ଦ୍ ଜିଲ୍ଲାର ଏକ ଥାନା ଭିତରେ ଅଭାବନୀୟ ଘଟଣଣା ଘଟିଛି। ଜଣେ ଅଭିଯୁକ୍ତ ଦୁଇ ଜଣ ପୁଲିସ ଅଧିକାରୀଙ୍କୁ ଏକ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏଥିରେ ସମ୍ପୃକ୍ତ ଦୁଇ ଜଣ ଗୁରୁତର ହୋଇଛନ୍ତି। ଏହି ଦୃଶ୍ୟ କ୍ୟାମେରାରେ କଏଦ୍ ହୋଇଛି।
ଜଣଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଆଉ ଜଣଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଛି। ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଲେ ବିଷ୍ଣୁ ରାଜାବତ୍। କୁହାଯାଉଛି ହିଂସାତ୍ମକ କାର୍ଯ୍ୟ ପାଇଁ ବିଷ୍ଣୁଙ୍କୁ ପ୍ରଥମେ ଗିରଫ କରି ଥାନାକୁ ଆଣିଥିଲା ପୁଲିସ। କିନ୍ତୁ ପୁଲିସ ତାଙ୍କୁ ଲକ୍ଅପ୍ରେ ନ ରଖି ଥାନା ବାହାରେ ଖୁଲମ୍ଖୋଲା ବସାଇଦେଇଥିଲେ। ପରେ ବିଷ୍ଣୁଙ୍କ ସାଥୀ ଥାନାରେ ପହଞ୍ଚି ଯାଇଥିଲେ।
ଏହା ପରେ ବିଷ୍ଣୁ ଏକ ଧାରୁଆ ଅସ୍ତ୍ର ଆଣି ଥାନାରେ ଉପସ୍ଥିତ ଥିବା ଦୁଇ ଜଣ ପୁଲିସ ଉପରକୁ ଆକ୍ରମଣ କରିଥିଲେ। ଦୁଇ ଜଣ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିବା ସହ ସେମାନଙ୍କୁ ଗିରଫ କରାଯାଇଛି। ଏହି ଘଟଣା ରବିବାର ଭିନ୍ଦ୍ର ଉମରୀ ଥାନାରେ ଘଟିଛି। ତେବେ ଏହି ସବୁ ଦୃଶ୍ୟ ଥାନାରେ ଲଗାଯାଇଥିବା ସିସିଟିଭି କ୍ୟାମେରାରେ କଏଦ୍ ହୋଇଛି। ଏଥିରେ ପୁଲିସ୍ କନଷ୍ଟେବଳ ଉମେଶ ବାବୁଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ସୌଜନ୍ୟ: ଏନ୍ଡିଟିଭି
from Odisha Reporter https://ift.tt/2NxdsfJ
No comments:
Post a Comment