ଅଧିକ ଦରମା ପାଇ ବି ଘରେ ଆର୍ଥିକ ସମସ୍ୟା ରହୁଛି କି? ଗଣେଶ ଚତୁର୍ଥୀରେ ଆପଣାନ୍ତୁ ଏହି ଉପାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 12, 2018

ଅଧିକ ଦରମା ପାଇ ବି ଘରେ ଆର୍ଥିକ ସମସ୍ୟା ରହୁଛି କି? ଗଣେଶ ଚତୁର୍ଥୀରେ ଆପଣାନ୍ତୁ ଏହି ଉପାୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବ୍ୟବସାୟରୁ ଭଲ ଆୟ ବା ଚାକିରିରୁ ଭଲ ଦରମା ମିଳିବା ସତ୍ତ୍ୱେ ଆପଣଙ୍କ ଅଣ୍ଟିରେ ଧନ ରହୁ ନାହିଁ କି? ଘରେ ଆର୍ଥିକ ସମସ୍ୟା ଲାଗି ରହୁଛି କି? ତା’ହେଲେ ଗଣେଶ ଚତୁର୍ଥୀ ଦିନ ଆପଣଙ୍କ ଏହି ସମସ୍ୟା ଦୂର ହୋଇପାରିବ।

ଆସନ୍ତକାଲି (ସେପ୍ଟେମ୍ବର ୧୩) ହେଉଛି ଗଣେଶ ଚତୁର୍ଥୀ। ଯଦି ଭଲ ଆୟ ସତ୍ତ୍ୱେ ଆପଣଙ୍କ ଆର୍ଥିକ ସମସ୍ୟା ଲାଗି ରହୁଛି, ତା’ହେଲେ ଆସନ୍ତାକାଲି ଗଣେଶଙ୍କୁ ପୂଜା କରନ୍ତୁ। ତେବେ ଏଥିପାଇଁ ଟିକେ ଭିନ୍ନ ଢଙ୍ଗରେ ପୂଜା କରିବାକୁ ପଡ଼ିବ। କିଛି ନୀତି,ନିୟମ ମାନିବାକୁ ପଡ଼ିବ।

୧) ଭଗବାନ ଗଣେଶ ସିନ୍ଦୁର ପ୍ରିୟ। ତେଣୁ ଆସନ୍ତାକାଲି ଗଣେଶ ଚତୁର୍ଥୀ ତାଙ୍କୁ ପୂଜା କରିବା ସମୟରେ ଏହି ଖାସ୍‌ ମନ୍ତ୍ର ନିଶ୍ଚିତ ଉଚ୍ଚରଣ କରନ୍ତୁ। ମନ୍ତ୍ରଟି ହେଉଛି, ‘सिन्दूरं शोभनं रक्तं सौभाग्यं सुखवर्धनम्। शुभदं कामदं चैव सिन्दूरं प्रतिगृह्यताम्॥ ओम गं गणपतये नमः’ । ଧ୍ୟାନ ରଖନ୍ତୁ, ଏହି ମନ୍ତ୍ର ପଢ଼ିଲା ବେଳେ ଆପଣ ଗଣେଶଙ୍କ ମୁଣ୍ଡରେ ସିନ୍ଦୁର ଲଗାଇବେ। ମନ୍ତ୍ର ପଢ଼ା ସରିଲା ପରେ ସେଇ ସିନ୍ଦୁରକୁ ନିଜ କପାଳରେ ମଧ୍ୟ ଲଗାନ୍ତୁ। ଆପଣଙ୍କ ସମସ୍ୟା ଟଳି ଯିବ।

୨) ଗଣେଶଙ୍କୁ କିଛି ଶମୀ ପତ୍ର ଚଢ଼ାନ୍ତୁ। ଏହା ସହିତ ଦୁବ ଘାସ, ଖସା ଲଡ଼ୁ, ଘିଅ ଓ ଗୁଡ଼ ମଧ୍ୟ ଅର୍ପଣ କରନ୍ତୁ। ମନେ ରଖନ୍ତୁ ଦୁବଘାସ ଗଣେଶଙ୍କ ଚରଣରେ ନ ରଖି ମସ୍ତକରେ ରଖାଗଲେ ଭଲ। ଏମିତି କଲେ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବେ। ଏ ନୀତିକୁ ଆପଣ ଅନ୍ୟ ଦିନଗୁଡ଼ିକରେ ଆପଣାଇ ପାରିବେ।

୩) ଯଦି ଆପଣ ଗଣେଶଙ୍କ ନିକଟରେ ନିଜ ସୁଖ ପାଇଁ କାମନା କରୁଛନ୍ତି, ତା’ହେଲେ ‘इदं अक्षतम् ऊं गं गणपतये नमः’ ମନ୍ତ୍ର ଜପ କରି ଅରୁଆ ଚାଉଳ ଅର୍ପଣ କରନ୍ତୁ।

୪) ଯଦି ଆପଣ ଚାକିରିରେ ପଦୋନ୍ନତି ଚାହୁଁଛନ୍ତି, ତେବେ श्री गणाधिपतयै नमः ମନ୍ତ୍ର ଜପ କରନ୍ତୁ। ଦେଖିବେ ଖୁବ୍‌ଶୀଘ୍ର ଆପଣଙ୍କର ପଦୋନ୍ନତି ହେବାର ଯୋଗ ଫିଟିବ।



from Odisha Reporter https://ift.tt/2O7fLmC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages