ଖଣ୍ଡପଡ଼ା ସିଟ୍ ପାଇଁ ସୌମ୍ୟ-ଅନୁଭବ କଳି ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 22, 2018

ଖଣ୍ଡପଡ଼ା ସିଟ୍ ପାଇଁ ସୌମ୍ୟ-ଅନୁଭବ କଳି !

ଖଣ୍ଡପଡ଼ା/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୟାଗଡ଼ର ଖଣ୍ଡପଡ଼ା ଆସନରୁ ନିଜର ସମ୍ପର୍କୀୟଙ୍କୁ ପ୍ରାର୍ଥୀ କରିବାକୁ ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ ବିଜେଡି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଆଜି ‘ଚେକ୍’ ମିଳିଛି । ସୌମ୍ୟ ବିଜେଡିରେ ସାମିଲ ହେବାପରେ ପ୍ରଥମଥର ପାଇଁ ତାଙ୍କୁ ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଏହାସହିତ ଦଳରେ ସୌମ୍ୟଙ୍କ ପ୍ରଭାବ ବଢ଼ିବାରେ ଲାଗିଛି ବୋଲି ଯେଉଁ ପ୍ରଚାର ହେଉଛି ତା’ଉପରେ ଅଙ୍କୁଶ ଲଗାଇବା ନିମନ୍ତେ ଏଭଳି ଏକ ଡ୍ରାମା ରଚନା କରାଯାଇଛି ବୋଲି ଚର୍ଚ୍ଚା।

ସୂଚନା ଅନୁସାରେ, ଖଣ୍ଡପଡ଼ା ବ୍ଳକର ବନମାଳୀପୁର ପଞ୍ଚାୟତରେ ବିଜେଡି ଜନସମ୍ପର୍କ ପଦଯାତ୍ରା ଚାଲିଥିବାବେଳେ ସୌମ୍ୟ ଓ ଅନୁଭବଙ୍କ ସମର୍ଥକମାନେ ମୁହାଁମୁହିଁ ହୋଇଥିଲେ। ଫଳରେ ବିଧାୟକ ଅନୁଭବ ପଟ୍ଟନାୟକଙ୍କୁ ମଧ୍ୟ ଠେଲାପେଲା କରାଯିବା ସହ ଦୁଇ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ହେବା ଭଳି ପରିସ୍ଥିତି ଉପୁଜିଥିବା ଜଣାପଡ଼ିଛି।

ତେବେ ଦଳର ପଦଯାତ୍ରା କାର୍ଯ୍ୟକ୍ରମରେ ଉଭୟ ଗୋଷ୍ଠୀ ପରସ୍ପରକୁ ବିରୋଧ କରିବା ପଛରେ ଟିକେଟ୍ ରାଜନୀତି ରହିଥବା ଚର୍ଚ୍ଚା। ବିଜେଡି ସୂତ୍ର ଅନୁସାରେ, ସୌମ୍ୟ ଦଳର ରାଜ୍ୟସଭା ସାଂସଦ ହେବା ପରଠୁ ନିଜକୁ ଏକ କ୍ଷମତାକେନ୍ଦ୍ର କରିବାକୁ ଚାହୁଁଛନ୍ତି। ତାଙ୍କ ପାଖକୁ ମଧ୍ୟ ଦଳର ବିଭିନ୍ନ ବର୍ଗର ନେତାମାନେ ନିୟମିତ ଯାତାୟାତ କରୁଛନ୍ତି। କେତେକ ଜିଲ୍ଲା ସଂଗଠନରେ ମଧ୍ୟ ସୌମ୍ୟ ନିଜର ଅନୁଗତମାନଙ୍କୁ ଥଇଥାନ କରିବା ପାଇଁ କୁଆଡ଼େ ଚାପ ପକାଉଛନ୍ତି। ଏସବୁ ଖବର ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କ ପାଖରେ ପହଞ୍ଚିବା ପରେ ଅନୁଭବ ପଟ୍ଟନାୟକଙ୍କୁ ଦଳର ପଦଯାତ୍ରା କାର୍ଯ୍ୟକ୍ରମକୁ ସଫଳ କରିବାକୁ ପରାମର୍ଶ ଦିଆଯାଇଥିଲା। ପୂର୍ବରୁ ଖଣ୍ଡପଡ଼ା ସିଟ୍ ଉପରେ ନଜର ପକାଇଥିବା ସୌମ୍ୟଙ୍କ ପାଇଁ ଏହା ଅସହ୍ୟ ହୋଇଥିଲା। ଯେଉଁ କାରଣରୁ କିଛିଦିନର ନିରବତା ପରେ ଖଣ୍ଡପଡ଼ାରେ ପୁଣିଥରେ ‘ଅରିଜିନାଲ’ ଓ ‘ଡୁପ୍ଲିକେଟ୍’ ବିଜେଡି ଗୋଷ୍ଠୀ ମଧ୍ୟରେ ବିବାଦର ସୂତ୍ରପାତ ହୋଇଛି।

ଅନୁଭବଙ୍କୁ ପୁଣିଥରେ ଦଳୀୟ ଟିକେଟ୍ ଦେବା ପାଇଁ ସୌମ୍ୟଙ୍କ ବିରୋଧୀ ଗ୍ରୁପ୍ ଜୋରସୋରରେ ଲବି କରୁଥିବାବେଳେ ସୌମ୍ୟ ନିଜର ଜଣେ ନିକଟ ସମ୍ପର୍କୀୟଙ୍କୁ ଏହି ସିଟରୁ ପ୍ରାର୍ଥୀ କରିବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି। କିନ୍ତୁ ବିଜେଡିର କ୍ଷମତାଶାଳୀ ଗୋଷ୍ଠୀ ଏବେ ସୌମ୍ୟଙ୍କ ସମ୍ପର୍କୀୟଙ୍କୁ ଥଇଥାନ କରିବା ସପକ୍ଷରେ ନଥିବାରୁ ଏଭଳି ଛକାପଞ୍ଝା ଆରମ୍ଭ ହୋଇଥିବା ଜଣାପଡ଼ିଛି।

 



from Odisha Reporter https://ift.tt/2EEizHy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages